STORYMIRROR

Bhabani SM

Children Stories Inspirational Children

4  

Bhabani SM

Children Stories Inspirational Children

ମୋ ପିଲା ଦିନ

ମୋ ପିଲା ଦିନ

1 min
11

ସତରେ କେତେ ଭଲ ଥିଲା ସେ ପିଲା ଦିନ

ବୋହୁତ ଖୁସିରେ ବିତୁ ଥିଲା ମୋ ଦିନ।


ଏବେବି ମନେ ପଡେ ସେଇ ଟିକେ ଟିକେ କଥାରେ ଭାଈ ଭଉଣୀଙ୍କ ସାଥିରେ କଳି ଲାଗିବା ପୁଣି କିଛି ସମୟ ପରେ ସବୁ କିଛି ଭୁଲି ଯାଇ ମଜା କରିବା..!


ଏବେବି ମନେ ପଡେ ସେଇ ସାଙ୍ଗ ସାଥି ମାନଙ୍କ ସଙ୍ଗେ ଆମ୍ବ ତୋଟାରେ ବୁଲିବା ଗଛରୁ ଆମ୍ବ ନ ତୋଳି ଆମ୍ବ ଖାଇବା..!


ଏବେବି ମନେ ପଡେ ବାପାଙ୍କର ସେଇ ଆକଟ ଆଉ ମାର ସେଇ ଗାଳି

ଗାଳି ଶୁଣି ବୁଢ଼ୀ ମାର ପଛ ପଟେ ଯାଇ ଲୁଚିବା ..!


ଏବେବି ମନେ ପଡେ ବରଷା ବେଳରେ ସେ କାଗଜ ଡଙ୍ଗା କଥା 

ଯାହାକୁ ବନେଇବା ପାଇଁ କେତେ ଖାତା ବୋହି ହୋଇଛି ଭଙ୍ଗା ।


ଏବେବି ମନେ ପଡେ ସେ ଝିପି ଝିପି ବରଷା କଥା...

ଘର ଲୋକଙ୍କ ବାରମ୍ୱାର ମନା କରିବା ପରେ ମଧ୍ୟ ଭିଜିବା..!

ଆଉ ଭିଜି ଭିଜି ସେଇ ଛୋଟ କଥା ଟିଏ କହିବା...

ଯାହା କହିଲେ ଲାଗୁଥିଲା ବର୍ଷା ଛାଡି ଯିବ ବୋଲି...

କିନ୍ତୁ ଜଣା ନଥିଲା କି ସେଟା ଥିଲା ଖାଲି ଗୋଟେ କଳ୍ପନା..!

(ଏତେ ଟିକେ ଗୁଡି ଯା ବର୍ଷା ଛାଡି)


ଏବେବି ମନେ ପଡେ ସେଇ ଜାମୁ, ପିଜୁଳି ଗଛରେ ଚଢିବା 

ପୁଣି ମିଛରେ ମିଛରେ  ତଳକୁ ପଡିବା..!


ଏବେବି ମନେ ପଡେ ସେ ପିଲା ଦିନ

ଯାହା ଅତୀତ ହେଲେବି ଅଛି ତା ଚିହ୍ନ....!


କବୀ -  ଭବାନୀ ଶଙ୍କର..



Rate this content
Log in