STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ଅଧା ଦରମା ବା କାହୁଁ ଅଣ୍ଟିବ !

ଅଧା ଦରମା ବା କାହୁଁ ଅଣ୍ଟିବ !

1 min
65

  

   ପୂରା ଦରମାରେ ଚଳି ହୁଏ ନାହିଁ

   ଅଧା ଦରମା ବା କାହୁଁ ଅଣ୍ଟିବ !

   କରୋଣା କୋପରେ ସ୍ବଭାବ ମଲାଣି

   ଭାବ ଲୁଟିନିଏ, ସବୁ ଅଭାବ


   ସଉଦା ଦୋକାନୀ ମୁହଁକୁ ଚାହୁଁନି

   ଆଜିକାଲି ଆଉ ଦେଉନି ବାକି

   ପରିବା ବାଲାକୁ କାଲି କାଲି କହି

   କେତେଦିନ କୁହ ପାରିବି ଠକି


  କାମବାଲୀ ଆମ ଘର ଛାଡିଦେଲା

  ପାରିଲିନି ତାର ଦରମା ଦେଇ

  ସବୁ କାମ ଏବେ ଘରଣୀ କରନ୍ତି

  ତାଙ୍କ ଦୁଃଖ ଜମା ପାରୁନି ସହି


  ପିଲାମାନଙ୍କର ପାଠପଢା ଖର୍ଚ୍ଚ

  ଭାବିଲା ବେଳକୁ ଲାଗୁଛି ଡର

  ଘରଭଡା ଆଉ ଦେଇ ପାରୁନାହିଁ

  ମାଲିକ କହୁଛି ଛାଡିଦେ ଘର


  ବୁଢା ବାପା ମାଆ ଗାଁରେ ଅଛନ୍ତି

  ତାଙ୍କପାଇଁ କିଛି ପାରୁନି ଦେଇ

  କରୋଣା ର କୋପ ହେଲା ଅଭିଶାପ

  କେମିତି ଜୀବନ ପାରିବି ଜୀଇ


  କାହା ପାଖରେ ମୁଁ ହାତ ପତେଇବି

  ମୋ ପରି ସଭିଏ ଅଭାବେ ଆଜି

  ଦିଗ ଚଉଦିଗ ଅନ୍ଧାର ଦିଶୁଛି

  ଚାଲିବାକୁ ବାଟ ପାଉନି ଖୋଜି


  ରୋଗୀଠାରୁ ଏବେ ଭୋଗୀଙ୍କ ଅବସ୍ଥା

  ଦିନୁଦିନ ଭାଇ ପଡେ ବଳେଇ

  କରୋଣା ଦେଉଛି କିରଣ ଛଡେଇ  

  ଅଶାନ୍ତି ନିଆଁରେ ନିତି ଜଳେଇ   


Rate this content
Log in

Similar oriya poem from Tragedy