STORYMIRROR

Narottam Naik

Abstract

4  

Narottam Naik

Abstract

ଅଚିହ୍ନା ବାଟୋଇ

ଅଚିହ୍ନା ବାଟୋଇ

1 min
41

ଚାଲୁ ଚାଲୁ ଯଦି ଖସିଯାଉ ବାଟ 

ବାଟକୁ ଦେଉଛେ ଦୋଷ, 

ବାଟକି ଜାଣିଛି ବାଟୋଇ କିଏସେ,

ଅଚିହ୍ନା ସବୁ ମଣିଷ ॥ 

ବାଟେ ଗଲାବେଳେ ସତର୍କ ହେଇକି

ନିଜେ ହିଁ ଚାଲିବା ଶିଖ, 

ଚାଲି ଜାଣିଥିଲେ କେବେ ଝୁଣ୍ଟିବନି 

ଏଇ କଥା ମନେରଖ ।।

ଜୀବନର ବାଟ ଅଟେ ଅଙ୍କାବଙ୍କା

କେବେ ସୁଖ କେବେ ଦୁଃଖ, 

ଦୁଃଖ କୁ ଯଦି ତୁ ଆପଣେଇ ନେବୁ, 

ତେବେସେ ମିଳିବ ସୁଖ ॥

କଥାରେ ଅଛି ଯେ ଘରେ ବସିଖାଏ

ନଇଁବାଲି ସରିଯାଏ, 

ଘରେ ବସିଖାଇ ଅର୍ଥ ସରିଗଲେ,

ଭାଗ୍ୟକୁ ସେ ନିନ୍ଦିଥାଏ ॥

ଭାଗ୍ୟ କୁ ନ ନିନ୍ଦି କର୍ମ କରିଚାଲ 

କର୍ମ ଅଟେ ଭଗବାନ,

କର୍ମ ନ କରିକି ଈଶ୍ୱର ନିନ୍ଦିଲେ, 

ନିଜେ ହେବ ଅପମାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract