Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narottam Naik

Others

3  

Narottam Naik

Others

ପ୍ରେମ ଓ ପ୍ରତାରଣା

ପ୍ରେମ ଓ ପ୍ରତାରଣା

1 min
306


ତମେ ଥିଲ ଦିନେ ରାତିର ଚନ୍ଦ୍ରମା 

ମୋର ଜୀବନେ ଥାଇ, 

ଏବେ ହେଇଗଲ ଚନ୍ଦ୍ରମାର 

କଳାଦାଗଟିଏ ହୋଇ |


ତମେ ଶ୍ରାବଣରେ ଥିଲ ଦିନେ ମୋର

 ବରଷା ରାଣୀଟେ ସାଜି,

ଏବେ ହେଇଗଲ ଗ୍ରୀଷ୍ମ କାଳର 

ଝାଞ୍ଜି ଖରାର ତାତି |


ତମେ ଥିଲ ମୋର ଗୋଲାପ ଫୁଲଟେ 

ଫୁଟୁଥିଲ ନିତି ଦିନ, 

ସେହି ଗୋଲାପକୁ କିଏ ନେଲା ତୋଳି 

ଭାଙ୍ଗିଦେଇ ମୋର ମନ | 


ତମ ପାଇଁ ଦିନେ ତୋଳିଥିଲି ଘର

ଜହ୍ନ ରାଇଜକୁ ଯାଇ,

ଆସିଲା ଯେ ଦିନେ ଝଡ଼ଟିଏ କାହୁଁ 

ଘର ମୋର ଦେଲା ଧୋଇ | 


ତମ ପାଇଁ କେତେ ଦେଖିଥିଲି ସ୍ୱପ୍ନ 

ତମକୁ ପାଇବା ପାଇଁ, 

ସ୍ୱପ୍ନ ମୋର କିଏ ଭାଙ୍ଗିଦେଲା ଆସି

ନିଦରୁ ପଡ଼ିଲି ଚେଇଁ | 


ସୁନା ସବାରୀରେ ଆସିବ ବୋଲି ମୁଁ

କରିଥିଲି କେତେ ଆଶା,

କୋଉ ରାଇଜର ରଜାପୁଅ ତମ

ମନରେ ବାନ୍ଧିଲା ବସା |


ମୁଁ ଥିଲି ଦିନେ ତମରି ପାଇଁକି

ହୃଦୟର ରାଜା ହୋଇ,

କାହାରି ପ୍ରେମରେ ପଡ଼ିଗଲ ପ୍ରିୟା

ତମେ ମତେ ଭୁଲିଯାଇ |


ହୃଦୟକୁ ତମ କଲକି ପଥର

ମନେକି ମୁଁ ପଡ଼ୁ ନାହିଁ,

କେମିତି ଭୁଲିବି ତମକୁ ଯେ ମୁହିଁ

ଦିଅ ପ୍ରିୟା ମତେ କହି ||



Rate this content
Log in