STORYMIRROR

Raasmitaa Mohanty

Tragedy

3  

Raasmitaa Mohanty

Tragedy

ଅବୁଝା ମନ

ଅବୁଝା ମନ

1 min
303

ଅଥୟ ଅଧିର ମନ ଏ ବିଚରା

ଖୋଜେ ଟିକେ

ସେ ପ୍ରେମର ସାହାରା

କିଛି ଖୋଲା ମନ କଥା

ଆଉ କିଛି ସ୍ନେହ ଶ୍ରଦ୍ଧା

କଣ ଆଉ ବା ବଡ

ଏ ଦୁନିଆରେ ପରା

ଥକି ବି ଯାଇଛି

କଷ୍ଟ ବି ପାଉଛି

ଲାଗେ ଯେମିତି

ଏ ତାତି ଖରାରେ

ତୃଷାର୍ତ୍ତଟିଏ ଖୋଜେ

ନିର୍ମଳ ଜଳ ଧାରାଟିଏ

ଅଶାନ୍ତ ଏ ମନ

ଦୁବିଷୟ ଏ ଜୀବନ

ଖୋଲିଲେ ଆଖି ପାଏ ମୁଁ ନିଜକୁ

ସେଇ ମାୟାର ଦୋ ଛକିରେ

ଅସୁମାରୀ ପ୍ରଶ୍ନର ଉତ୍ତର ଯେ ପାଏନି

ଖୋଜୁଛି ମୁଁ ଶାନ୍ତି

କହି ବି ପାରେନି ସହି ବି ପାରେନି

ମନ ଭିତରେ ଅଶାନ୍ତ ସାଗରର ଲହଡି

କୁଳ ବି ଲଂଘୁଚି

ଛୋଟ ମୋର ବାଲି ଘରକୁ

ଭାଙ୍ଗି ବି ଯାଉଛି...

ଯଉ ଘର ମୋର ଗଢିଥିଲି ମୁଁ

କେତେ ଯତନରେ

ଭାଙ୍ଗି ଯାଉଚି ସେ ଆଖି ପଲକରେ

କିଛି ଲୁହ ବହିଯାଉଛି

ଆଉ କିଛି ରହିଯାଉଛି

ହୃଦୟ ର ଅଦେଖା କୋଣରେ ।


Rate this content
Log in

Similar oriya poem from Tragedy