ତୁମ ବିନା...... ପାର୍ଟ( 1)
ତୁମ ବିନା...... ପାର୍ଟ( 1)
1 min
58
ତୁମ ଉପସ୍ଥିତି ହିଁ
ଆଜି କାରଣ ମୋର ବଞ୍ଚିବାର
ଦେଲା ଏକ ନୂତନ ମୋଡ
ବିଞ୍ଚିଦେଲ ଅଜାଣତେ ଖୁସି ର ବର୍ଷା
ଭିଜେଇ ଦେଲ
ଏଇ ଶୁଖିଲା ହୃଦୟ କୁ ମୋର
ଧୀରେ ଧୀରେ ହେଇଗଲ
ଏତେ କେବେ ନିଜର
ଦୁନିଆ ବି ଆଜି ଲାଗେ ପର
ନିଜର ହେଇବି
ତୁମେ ନୂହେ ମୋର,
ନା ଅଛି!
ମୋ ଉପରେ ପୂର୍ଣ୍ଣ ଅଧିକାର.
ସବୁ ଦୁଃଖ ଭିତରେ
ତମେ ହିଁ ସୁଖ ମୋର
ବିନା ତୁମର
ବଂଚିବାକୁ ହବ ତୋ ମୋତେ
ହୃଦୟରେ ରଖି କିଛି ପ୍ରତିଛବି
ଆମ ସ୍ମୃତି ର!
ଜଳି ଜଳି
ହୃଦୟକୁ କରି ପଥର
ଜିଇବାକୁ ହବ ମୋତେ ବିନା ତୁମର.......
