Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଅଭିମାନ

ଅଭିମାନ

1 min
328



ପ୍ରୀତି ରଖି ଥିବା     ଜୀବନ ଯାତ୍ରାରେ


     ରଖିବା ମାଟି ସମ୍ମାନ


ଦେଶ ମାଟି ପରା      ଅମୂଲ୍ୟ ରତନ


     ସେହୁ ଆମ ଅଭିମାନ !



ମାତାର ଗର୍ଭରୁ     ଭୁଇଁରେ ଆସିଲେ


     ଅନୁପମ ଯେ ସଂଯୋଗ


ଗୁରୁଣ୍ଡି ଗୁରୁଣ୍ଡି      କଲେ ପରିକ୍ରମା 


     ଥିଲା ତା ଶିଶୁ ଉମଙ୍ଗ !



କେତେଖେଳ ପୁଣି କୋଳେ ତା ଖେଳିଛେ 


      ଚକାଚକା ଯେ ଭଉଁରୀ


ତା ପରି କିଏ ସେ ହୋଇବ ଆମରି 


     ପ୍ରେମ ଶ୍ରଦ୍ଧା ଦେବା ଭରି !



ଚନ୍ଦନ ଆମର      ଏ ଦେଶର ମାଟି


      ମୁଣ୍ଡେ ଲଗାଇବା ନିତି


ସୁରକ୍ଷା କରିବା       ଜାଗ୍ରତ ରହିଣ


      ଦୂର କରିବା ଅନୀତି !



କୃଷ୍ଣ ରାମ ଭୁଇଁ      ପବିତ୍ର ଭାରତ


      ତାହାରି ସନ୍ତାନ ଆମେ


ମା ମାଟି ମମତା   ଜୀବନେ କର୍ତ୍ତବ୍ୟ 


     ଜିଇଁବା ମରିବା ପ୍ରେମେ !



ଜନ୍ମ ଦେଇ ଥାଏ     ଜନନୀ ଆମକୁ


     ଦଶ ମାସ ଗର୍ଭେ ଧରି


କେତେ କଷ୍ଟ ସହ୍ୟ  ଲାଳନ ପାଳନେ


     କିଏ ହେବ ତା'ର ପରି !



ଜନ୍ମଭୂମି ମାଟି    ପୂର୍ଣ୍ଣ କରେ ଇଚ୍ଛା


    ସଂସ୍କୃତି ସଂସ୍କାର ବୋଳି


ଅହଂକାର ମନ୍ତ୍ର ‌  ପ୍ରେମ ପ୍ରୀତି ଶ୍ରଦ୍ଧା


     ଦିଏ ତ୍ୟାଗ କୀର୍ତ୍ତି ଗୋଳି !



ନୂଆ ଏ ଭାରତ  ‌‌  ଅମୃତ ଏ କାଳ


     ଶତ୍ରୁ ଯେ ତାଣ୍ଡବ କରେ


ଜନତା ଉନ୍ନତି     ଆତ୍ମନିର୍ଭର ଟି  


     ସହିବ କି ଶତ୍ରୁ ତା'ରେ !



ସତ୍ତାଲୋଭେନେତା ଆତଂକବାଦୀର


      କରୁଛନ୍ତି ସମର୍ଥନ 


ଚିହ୍ନିତ କରିବା    ଏପରି ନେତାଙ୍କୁ 


    ଯାର ନିଜ ସ୍ବାର୍ଥେ ମନ !



ତତ୍ପର ରହିବା  ଜାଗ୍ରତ ରେ ଥିବା 


    କରିବରେ ତିରସ୍କାର


ଦେଶ ମାଟି ପାଇଁ   ନାହିଁ ସ୍ନେହ ଶ୍ରଦ୍ଧା


      ଅଟନ୍ତି ଶତ୍ରୁ ଆମର !



ନିଦ୍ରା ତେଜି ଉଠ   ସନାତନ ଭାଇ


      ଉଚିତ ଏହୁ ସମୟ


ନିଦ୍ରା ନ ଭାଙ୍ଗିଲେ   ଅନର୍ଥ ହୋଇବ


     କରହେ ଦୃଢ଼ ନିଶ୍ଚୟ !





Rate this content
Log in

Similar oriya poem from Abstract