Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Pattnaik

Inspirational

4.2  

Manoj Pattnaik

Inspirational

ଅଭାବ

ଅଭାବ

2 mins
506


ଆଧୁନିକ ସମାଜରେ ବହୁ ଆଡମ୍ବର 

ସମ୍ପର୍କର ଦ୍ଵାହି ଦେଇ ହୁଅନ୍ତି ସାତପର ॥

ବାପ ମାଆ ପାଇଁ ପୁଅ ବୋହୁର ଅଭାବ 

କଥା ପଡିଗଲେ ବୋହୁ ଦେଖାଏ ସ୍ବଭାବ ॥

ପେଟ ପୋଷା ଆଢୁଆଳେ ପୁଅ ରୁହେ ବିଦେଶରେ 

ପିିିିଲାମାନଙ୍କୁ ନେଇ ବୋହୁ ରୁହେ ସହରରେ ॥

ଅଯଥା ଖର୍ଚ୍ଚରେ ପୁଅ ଦେଖଇ ଘୋର ଅଭାବ 

ନାତିି ନାତୁଣୀଙ୍କ ପାଇଁ ଜେଜେମାଆ ବାପାର ଅଭାବ ॥

ଯଦି ଚାକିରୀଆ ସ୍ତ୍ରୀ ଟିଏ ପାଇଲ 

ଜାଣିବ ଯେ ଦିନ ରାତି ହେବ କଲବଲ ॥

ଏଥିରେ ପ୍ରତିରୋଧ କରଇ ଯେଉଁ ନର 

ସ୍ତ୍ରୀ କୁ ପାଖରେ ନପାଇ ପାଏ ବାପ ଘର ॥

ସ୍ତ୍ରୀ ର ଅଭାବକୁ ସହି ନପାରଇ 

ପିିିତାମାତାଙ୍କୁ ସେଥିପାଇଁ ହେୟ ଯେ ମଣଇ ॥

ବାପ ଘରକୁ ଯାଇ ସ୍ତ୍ରୀ କୁ ଆଣଇ 

ଜୀବ ଥିବା ଯାଏ ଯାତନା ସହଇ ॥

ସମ୍ପର୍କର ଅଭାବକୁ ଚିନ୍ତନ ନ କରି 

ଆର୍ଥିକ ଅଭାବକୁ ଦୃଷ୍ଟାନ୍ତ ଦିଅଇ ॥

ବୟସର ଶେଷ ପାଦେ ଅଭାବକୁ ବୁଝଇ 

ସବୁ ଥାଉ ଥାଉ ସମ୍ପର୍କକୁ ଖୋଜଇ ॥

ଦିନ ଥିଲା ଦିନେ ନିଷ୍ଠୁର ସାଜି ଥିଲା 

ତା'ର ପରିଣାମ ଏ କାଳେ ଭୋଗିଲା ॥

ସ୍ତ୍ରୀ ପିିିଲାଙ୍କ ପାଇଁ ବାପା ମାଆକୁ ଛାଡିଲା 

ସେମାନଙ୍କ ଦୁଃଖକୁ ଏଇନେ ବୁଝିଲା ॥

ବହୁ ବାଟ ଅତିକ୍ରମ କରି ଆସିଛି ଏଠି 

ସମୟର ହାତେ ଆଜି ନିଷ୍ଠୁର ର ଚାବି କାଠି ॥

ପରିବାରର କେହି ଯଦି ଭୋକରେ ଥାଇ 

ବୋହୁ ଆଗରେ ତାହା ବାହାନା ଦିଶଇ ॥

ତାଙ୍କ ଘର ଲୋକ କେହି ଯଦି ପାଣି ନ ପିଏ 

ସାତ ଦିନ ଯାଏ ଘରେ ମହାଭାରତ ଚାଲେ ॥

ବୁୁଝିବା ପାଇଁ ଏସବୁକୁ ସରଳ ହୄଦୟ ଦର୍କାର 

ବୁୁୁଝାବଣା ଅଭାବରୁ ସମସ୍ତେ ହୁଅନ୍ତି ଶିକାର ॥

କଳିଯୁଗର ଏହି ଅଭାବକୁ ବୁଝ 

ସମ୍ପର୍କର ଆଢୁଆଳେ ପିତାମାତାଙ୍କ ଋଣ କୁ ସୁଝ ॥

ଅଭାବର ମାନେ କିଛି ନାହିଁରେ ଭାଇ 

ପଦେ ମିଠା କଥାରେ ସୁ ସମ୍ପର୍କ ଥାଇ ॥

ଘୋର କଳିକାଳ ବାବୁ ଜଞ୍ଜାଳ ସମ୍ଭାଳ 

ନଚେତ୍ ବୁଢିଆଣୀ ଜାଲର ସଂସାର ହେବ ଦୁଇ ଫାଳ ॥

ଭୟଲାଗେ ଆଜି ଏଇ ଆଧୁନିକ ସଭ୍ୟତା 

ଅଭାବ ପଡିଲେ ଘୁରି ବୁଲୁଥିବ ଜଗତଜିତା ॥

ଦେଇଥିଲେ ପାଇ ବୁଣିିିଥିଲେ ଦାୟୀ 

ସମୟ ଆସିଲେ ଅଭାବକୁ ବୁଝଇ ॥

ଅଭାବ ନୁହେଁ ଖାଲି ଘୋର ଅଭାବ 

ଜୀବ ଗଲାବେଳେ ସବୁକୁ ଚେତାଇ ଦେବ ॥

ସେଥିପାଇଁ ସତର୍କ ରୁହେ ଯେଉଁ ନର 

ପରିଣାମ ସ୍ବରୂପ ପାଏ ସ୍ବର୍ଗ ଦ୍ବାର ॥



Rate this content
Log in

Similar oriya poem from Inspirational