ବା.... ଆ
ବା.... ଆ
ବା.... ଆ, ବା..... ଆ, ବା..... ଆ
ବାସ୍ ସ୍ତବ୍ଦତା ପଡିଯାଏ ଏହି ଶବ୍ଦରେ ।।
କିଛି ମୂହୁର୍ତ୍ତର ସ୍ତବ୍ଦତା ପରେ ପୁଣି ବା.. ଆ, ବା.. ଆ, ବା.. ଆ
ପ୍ରତି ଉତ୍ତରରେ ମିଳେ ନିରାଶା ।।
ମାଆକୁ ଦେଖିଲେ ବା.. ଆ, ବା.. ଆ, ବା.. ଆ
ବାପାଙ୍କୁ ପାଇଲେ ବା.. ଆ, ବା.. ଆ, ବା.. ଆ ।।
ଭାଇ ସଙ୍ଗେ ଖେଳିବାକୁ ହେଲେ ବା.. ଆ, ବା.. ଆ, ବା.. ଆ
ଭଉଣୀର ରାକ୍ଷୀ ପିନ୍ଧିବାକୁ ହେଲେ ବା..ଆ, ବା..ଆ, ବା..ଆ ।।
ଭୋକ ଲାଗିଲେ ବା.. ଆ, ବା.. ଆ, ବା.. ଆ
ନିଦ ଲାଗିଲେ ବା.. ଆ, ବା.. ଆ, ବା.. ଆ ।।
ବିପଦ ବେଳକୁ ବା.. ଆ, ବା.. ଆ, ବା.. ଆ
ମନ ଖୁସି ଥିଲେ ବା.. ଆ, ବା.. ଆ, ବା.. ଆ ।।
ଶୋଇଥାଇ ସପନ ଦେଖିଲେ ବା.. ଆ, ବା.. ଆ, ବା.. ଆ
କିଛି ପଚାରିଲେ ଉତ୍ତର ମିଳଇ ବା.. ଆ, ବା.. ଆ, ବା.. ଆ ।।
ବା.. ଆ, ବା.. ଆ ର ଫଣ୍ଡା କୁ ବୁଝିବା ପାଇଁ
ଲୋଡା ନ ପଡଇ କୌଣସି ଅଭିଧାନ ବହି ।।
ପାଟି ଥାଇ ମୁହିଁ କହି ନ ପାରିଲି
ବା.. ଆ, ବା.. ଆ ବୋଲି ରଡି ଛାଡିଲି ।।
ଜୀବ ଥିବା ପର୍ଯ୍ୟନ୍ତ ବା.. ଆ, ବା.. ଆ ହିଁ ସାଥି
ଏଇ କଥାକୁ ବଡ ଡାକ୍ତର କୁହନ୍ତି ।।
ତୁମ ସମସ୍ତଙ୍କୁ ମୋ ତରଫରୁ ବା.. ଆ, ବା.. ଆ, ବା.. ଆ
କ୍ଷମା କରିଦେବ ମୋତେ ବା... ଆ ।।