STORYMIRROR

Manoj Pattnaik

Others

4  

Manoj Pattnaik

Others

ମା

ମା

1 min
421

ମା ତୁ ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ

ମା ତୁ ଅନେକ ଲୋରିର ସମାଗମ ।।

ମା ତୁ କୋଇଲିର ମଧୁର ବଚନ

ମା ତୁ ମୋ ଜୀବନର ଅଧୁରା ସପନ ।।

ମା ତୁ ଗପରାଇଜର ବହୁ ଆଡମ୍ବର

ମା ତୋ ହୃଦୟର ମୁଁ ଅଟେ ରାଜକୁମାର ।।

ମା ତୁ ହଜାରେ ଆଶାର ଜୀବନ ଧାରା

ମା ତୁ ଭୋକିଲା ପେଟର ଖାଦ୍ୟ ନିଆରା ।।

ମା ତୁ ଲୁହ ରାଇଜର କୁହୁକ କବି

ମା ତୁ କହିଦେଲେ ଆଙ୍କିହୋଇଯଏ ଛବି ।।

ମା ତୁ ମମତାର ଖୋଲା ଆକାଶ

ମା ତୋ କୋଳରେ ହଜିଯାଏ ସବୁ ଅବଶୋଷ ।।

ମା ତୁ ମାନବିକତାର ଭରପୁର ହୃଦୟ

ମା ତୁ ପାଖେ ଥିଲେ ଦୂରେ ଥାଇ ଭୟ ।।

ମା ତୁ ଦୁନିଆର ସବୁଠାରୁ ମଜବୁତ୍ ଘର

ମା ତୁ ମୋ ପାଇଁ ହେଉଥାଉ ଅତି କାତର ।।

ମା ତୁ ଅନ୍ଧାର ଦେଖିଲେ କୋଳେଇ ନେଉ

ମା ତୁ ବିପଦ ଆସିଲେ ଅଗରେ ରହୁ ।।

ମା ତୋ ପଣତ ତଳେ ମହାକାଶ ଛାୟା

ମା ତୋ ସେନେହଁ ତଳେ କୁବେରର କାୟା ।।

ମା ତୁ ମୋ ଜୀବନ ସାଧନାର ମୂଳ ମନ୍ତ୍ର ଅଟୁ

ମା ତୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ଅଟୁ ।।

ମା ତୁ ସକାଳର ସୂର୍ଯ୍ୟମୁଖୀ ଅଟୁ

ମା ତୁ ସୁନେଲି ସନ୍ଧ୍ୟାର ଅବିକଳ ଅଟୁ ।।

ମା ତୁ ଜୀବନ ଅଙ୍କର ସୂତ୍ରଧାର ଅଟୁ

ମା ତୁ ସାରା ଜୀବନ ପାଇଁ ଆଶୀର୍ବାଦ ଅଟୁ ।।

ମା ତୁ ମ'ମତାର ସାଗର ଅଟୁ

ମା ତୁ ଏ ଅନାଥର ସବୁକିଛି ଅଟୁ ।।

ମା ତୁ ଚାଲିଗଲେ ସର୍ବହରା ମୁହିଁ

ମା ତୁ ପାଖେ ଥିଲେ ଦୁନିଆକୁ ଭୟ ନାହିଁ ।।

ମା ତୁ ମୋ ପାଇଁ ପ୍ରେରଣାର ଉତ୍ସ ଅଟୁ

ମା ତୁ ମୋ ପାଇଁ ଅପାଠୁଆ ବଇଦ ଅଟୁ ।।

ମା ତୋ ହାତ ରନ୍ଧା ଖାଦ୍ୟ ଅମୃତ ଅଟଇ

ମା ତୋ ହାତ ସ୍ପର୍ଶ ପରଶମଣି ଅଟଇ ।।

ମା ତୁ ଜୀବନର ଧାରା ଶ୍ରାବଣ ଅଟୁ

ମା ତୁ ଝରଣାର କୁରୁକୁଳ ନାଦ ଅଟୁ ।।

ମା ତୁ କ୍ଷମାର ମହାନ ସାଗର

ତୋ ପାଦେ ଏ ଅଧମର କୋଟିଏ ଜୁହାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manoj Pattnaik