Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Manoj Pattnaik

Others

4  

Manoj Pattnaik

Others

ହେ ବରଷା ତମେ ଆସିଗଲ କି ?

ହେ ବରଷା ତମେ ଆସିଗଲ କି ?

1 min
258


ପିମ୍ପୁଡ଼ିର ଧାଡ଼ି ଅହରହ ଚାଲିଛି             

ବେଙ୍ଗମାନଙ୍କ ରଡ଼ିରେ ଧରା କମ୍ପୁଛି ।।        

 ଉଲ୍ଲାସରେ କୃଷକ କତି ମାରୁଛି            

ବଗୁଲି ନାନି ପାଣିରୁ ଗୋଡ଼ କାଢ଼ୁନି ।।       

ହେ ବରଷା ତମେ ଆସିଗଲ କି ?    

        

ଗୋବର ପୋକଟା ଗଡି ଗଡି ଭିଜଇ         

ପ୍ରେମିକ ଭଅଁର ଖାଲି ଘୁରି ବୁଲଇ ।।        

ଓଦା କାଠ ରେ ବୋଉ ମୋ ଚୁଲି ଢାଳୁଛି     

ଧୂଆଁ ରେ ଘର ମୋର ପଡୁଛି ଉଠୁଛି ।।      

ହେ ବରଷା ତମେ ଆସିଗଲ କି ?      

   

ଶସ୍ୟ ଶ୍ୟାମଳାରେ କ୍ଷେତ ଭରି ରହିଛି        

ନିଆଁ ଲଗା ବନ୍ୟା ଦେଖ ମାଡି ଆସୁଛି ।।       

ସାରୁ ପତରେ ପାଣି ହୁଏ ଟଳମଳ           

ପଙ୍କରେ ଫୁଟିଛି ଦେଖ ନାଲି କମଳ ।।       

ହେ ବରଷା ତମେ ଆସିଗଲ କି ?    

      

ଚାଳ କଣା ଦେଇ ପାଣି ବେଶି ଗଳୁଛି         

ଗାଁ ନଇରେ କୁଳ ଲଘିଂ ପାଣି ଯାଉଛି ।।            

ନାଉରୀ ବୁଢ଼ାର ଦେଖ ଚିନ୍ତା ବଢ଼ଇ           

ହାଉଲେ ହାଉଲେ ସେତ କାତ ମାରଇ ।।

ହେ ବରଷା ତମେ ଆସିଗଲ କି ?   


ଧୀବର ଜାଲ ନେଇ ନଇକୁ ଯାଉଛି 

ମାଛ ଖାଇବ ବୋଲି ତା’ ପୁଅ ଜଗିଛି ।।

ଶ୍ରାବଣର ଝଡି ବରଷା ଜମା କମୁନି 

ବାଦଲ ଫଟା ମେଘ ଆକାଶୁ ଯାଉନି ।।

ହେ ବରଷା ତମେ ଆସିଗଲ କି ?


ଘନ ଘନ ବିଜୁଳି ଚମକେରେ ଭାଇ 

ଗଛତଳେ ନ ରୁହନ୍ତି  ମଇଁଷି, ଗାଇ ।।   

ଝଡି ବରଷାରେ ହଳ ଯୋଖେ କୃଷକ 

ବସି ଖାଉଥାଇ ଏ ସାରା ମୁଲକ ।।

ହେ ବରଷା ତମେ ଆସିଗଲ କି ?


ଦିନର ବରଷାକୁ ଭରସା ନ ହୁଅଇ 

ଦିନର କୁଣିଆ, କୁଣିଆ ନୁହଁଇ ।।

ରାତିର ବରଷା ସହଯେ ନ ଛାଡଇ 

ରାତିର କୁଣିଆ ଘରେ ବସା କରଇ ।।

ହେ ବରଷା ତମେ ଆସିଗଲ କି ?



Rate this content
Log in