Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

4  

Nilamani Thapa

Inspirational Others

ଆଉ କି ଫେରି ପାଇବା

ଆଉ କି ଫେରି ପାଇବା

1 min
379



ମନେପଡେ ଖାଲି         ପିଲା ବେଳ କଥା

     ଫେରିବ କି ଆଉ ପାଇବା

ସେଇ ସପ୍ନ ତକ              ବଞ୍ଚି ଥିବାଯାଏ

      କେବେ ନ ଭୂଲି ପାରିବା ।


ନିଜେ ନିଜ ବାଟ          ଆପଣେଇ ନେଇ

       ଛୋଟ ଦିନ ପାଠ ସରିଲା

କର୍ମ କ୍ଷେତ୍ରେ ରହି         ରୋଜଗାର କରି

       ପରିବାର ସାଥେ ରହିଲା ।


ସାଙ୍ଗ ସାଥି ମେଳ            ସବୁ ଭୁଲିଯାଇ

        ପେଟ ପାଇଁ ନାଟ ଲାଗିଲା

ଦୁଇ ପଇସାର             ଆମଦାନୀ ଲାଗି

        ସମୟ ସାଥେ ଚାଲିଲା ।


ପିତା ମାତା ଙ୍କର            ଶିକ୍ଷଣିୟ ବାଣୀ

         ଆମରି ପରେ ରହିଲା

ତାଙ୍କ ଆଶୀର୍ବାଦ          ଆମ ପାଇଁ ପୂର୍ଣ୍ଣ

        ବିଶ୍ୱାସ ଯୋଗ୍ୟ ହୋଇଲା ।


ପିଢି ପରେ ପିଢି             ଚାଲି ଆସୁଅଛି      

        ଯୁଗକୁ ଯୁଗ ଚାଲିବ

ନିଜ କର୍ମ କରି             ଦୁଃଖ ସୁଖ ପଥେ

        ନାନାଦି କର୍ମ ରହିବ ।


ମନେ ପଡୁଥିବ               ଭବିଷ୍ୟତ କଥା

       ଯେ ପର୍ଯ୍ୟନ୍ତ ଆମେ ଥିବା

ଭାଗ ବାଣ୍ଟ ଆମେ            କରି ନ ପାରିବା

        ଜୀବନି କହି ପାରିବା ।


ପ୍ରତ୍ୟେକ ପ୍ରାଣୀ ର          ଥାଏ କିଛି ଭାବ

        ଥାଏ କିଛି ଭିନ୍ନା ଭିନ୍ନ

ଏସବୁ ମୂଳରେ              କାହାଣୀ ପ୍ରସ୍ତୁତ

         ସେଥିରୁ ମିଲେ ପ୍ରସନ୍ନ।

         

ଆଜି ଯାଏ ଯାହା           ଜୀବିତ ସମୟେ

        ଆଉନ କେବେ ଭେରିବା ।




Rate this content
Log in

Similar oriya poem from Inspirational