STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

କହିଲେ କହୁଛ କହିଲା

କହିଲେ କହୁଛ କହିଲା

1 min
134

      କହିଲେ କହୁଛ କହିଲା     

      ...............................

     କହିଲେ କହୁଛ କହିଲା

     ନକହିଲେ କଥା ସଇଲା

   ଗାଁ କୁ ସହର ମାଡି ମାଡି ଯାଏ

     ଚାଷ ଜମି ସବୁ ଖାଇଲା

   ହାତ ପାଉନାହିଁ କାତ ପାଉନାହିଁ

    ପାଉ ନାହିଁ ଆଉ ଆହୁଲା

     କହିଲେ କହୁଛ କହିଲା....


     ଗଛ ସବୁଦେଉ କାଟି

    ଚାଷ ପାଇଁ ନାହିଁ ମାଟି

  ନଈକୁତ ପୋତି ସହର ବସାଉ

    ନଈବଢି କରେ ଘାଇଲା

  ବଢି ଛାଡିଗଲେ ବିଲ ମରିଯାଏ

    ନଈ ରହେ ଯେଣୁ ଶୁଖିଲା

      କହିଲେ କହୁଛ କହିଲା...


     ଚଉଦିଗେ ଗଢୁ ଘର

     ବଢୁଛି ମାଟିର ଭାର

  ପବନ ଯିବାକୁ ବାଟ ନାହିଁ କାହିଁ

    ମଗୁଶିରେ ଝାଳ ବୋହିଲା

   ଆଷାଢମାସରେ  ନିର୍ମଳ ଆକାଶ

     ଶ୍ରାବଣେ ବରଷା ନୋହିଲା

      କହିଲେ କହୁଛ କହିଲା....


       ଛ ଋତୁ କାହିଁ ଆଉ

      ଗିରିଷମ ସାଧେ ଦାଉ

   କଙ୍କ୍ରିଟି ଜଙ୍ଗଲ ଜୀବନ ଉଜାଡେ

     ସୁଖ ସତେ ସରି ଆସିଲା

   ଚଇତାଳି ବାଆ ଚିତ୍ତକୁ ଛୁଉଁନି

     ବାର ମାସ ଝାଞ୍ଜି ବୋହିଲା

      କହିଲେ କହୁଛ କହିଲା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational