STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

ତୁମେ କି ପାରିବ

ତୁମେ କି ପାରିବ

1 min
20


ତୁମେ କି ପାରିବ

ଅସହାୟପଣ ଦୂର କରି

ତୁମେ କି ପାରିବ

ମୋ ପାଇଁ ଆପଣା ସୁଖ ସାରି।୧।


ତୁମେ କି ପାରିବ

ସାଥେ ମୋର ହାତ ଧରି ଚାଲି

ତୁମେ କି ପାରିବ

ମୋ ପାଇଁ ସ୍ଵକୀୟ ଖୁସି ଭୁଲି।୨।


ତୁମେ କି ପାରିବ

ନିରୀହ ଆଖିର ଲୁହ ପୋଛି

ତୁମେ କି ପାରିବ

ଅନ୍ଧାର ମଧ୍ୟେ ଆଲୋକ ବାଛି।୩।


ତୁମେ କି ପାରିବ

ମୋ ପାଇଁ ନ୍ୟାୟ ମୂର୍ତ୍ତିଟେ ସାଜି

ତୁମେ କି ପାରିବ

ଶାମୁକା ମଧ୍ୟେ ମୁକୁତା ଖୋଜି।୪।


ତୁମେ କି ପାରିବ

ମୋତେ ମାତୃପିତୃ ସୁଖ ଦେଇ

ତୁମେ କି ପାରିବ

ପତିତଜନର ଦୁଃଖ ନେଇ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational