ଆତ୍ମା
ଆତ୍ମା


ସନ୍ଧାନ ଆଜି ଅତୀତ ର ରୋମାଞ୍ଚ
ରୋମନ୍ଥନ ସମୟ ପୃଷ୍ଠା ର କିଞ୍ଚିତ ମୁହୂର୍ତ୍ତ
ନିମଗ୍ନ ଆଜି ଖୋଲିବାରେ କିଛି ଅସମାହିତ ରହସ୍ୟ।
ଯେବେ ଦୁରନ୍ତ ଦିଗବଳୟ ରେ ଥିଲା ଆକର୍ଷଣ
ଅବସର ଥିଲା ଶୁଣିବାକୁ ବସନ୍ତ ର ନିର୍ଜନ ଅପରାହ୍ନ
ଆଉ ଠାବିବାକୁ ତାରା ମେଳେ ଧ୍ରୁବ ର ଅବସ୍ଥାନ।
ଯେବେ ଧୂସର ସୂର୍ଯ୍ୟାସ୍ତରେ ଖୋଜୁଥିଲା କାଲି ର ଇପ୍ସିତ ଆଲିଙ୍ଗନ
ବର୍ଷା ଛିଟା ରେ ଖୋଜୁଥିଲା ଇନ୍ଦ୍ରଧନୁର ରଙ୍ଗ
କାକରସିକ୍ତ ଗାଲିଚା ରେ ଖୋଜୁଥିଲା ସୂର୍ଯ୍ୟର ପ୍ରତିବିମ୍ବ।
ପ୍ରତିକ୍ଷଣ ଆବିଷ୍କାର କରୁଥିଲା ଜୀବନର ଅସ୍ତିତ୍ବ
ପରିଚୟ ସୃଷ୍ଟି ପାଇଁ ଏକ ଦାମ୍ଭିକ ବିଶ୍ୱାସ
ସମୟକୁ ପରାହତ ର ଏକ ଦୁର୍ବାର ପ୍ରୟାସ ।
ଥିଲା ଜୀବନ ପ୍ରଶସ୍ତ , ଉନ୍ମୁକ୍ତ , ବିସ୍ତୀର୍ଣ୍ଣ
ଥିଲା ମନ ଚପଳ ,ପ୍ରଗଳ୍ଭ , ନିର୍ଭୀକ
ଥିଲା ହୃଦୟ ନିର୍ବିକାର , ଅବିକୃତ , ଅନଧିକୃତ।
କିନ୍ତୁ ଯେବେ ତର୍ଜମା କରେ ବର୍ତ୍ତମାନ
ପାଏ ଖାଲି ଆତ୍ମବଡ଼ିମା ର ସାମ୍ରାଜ୍ୟ
ମୁଁ ର ଚାରିପଟେ ଘୁରିବୁଲେ ଏ ଅସ୍ତିତ୍ବ
>
ମଣିଷ କୁ ମଣିଷ ଭଳି ଦେଖିବାରେ ସେ କୁଣ୍ଠିତ।
ସ୍ବାର୍ଥ ଚରିତାର୍ଥ ରେ ଜଳାଞ୍ଜଳି ହୁଏ ସମ୍ପର୍କ
ସେ ସମ୍ପର୍କରେ ବାରି ହୁଏ ଉଛୁଳା ମିଛ ପ୍ରପଞ୍ଚ
ନାହିଁ ସନ୍ତୋଷ ଆଜି ସ୍ୱଳ୍ପ ର ଉପଲବ୍ଧି ରେ
ସେ ଧାଇଂଚି ଏକ ମୃଗତୃଷ୍ନା ର ମାୟାବୀ ରାସ୍ତା ରେ ।
ସେ ଆଜି ଏକାକାର , ସେ ବିଲୁପ୍ତପ୍ରାୟ
ସେ ହଜିଛି ଏକ ଏମିତି ଭିଡ଼ରେ
ଯେଉଁ ଭିଡ଼ ସିଖାଏ, କିଛି ଭୁଲ ନାହିଁ
ଅଣନିଶ୍ବାସୀ ସ୍ପର୍ଦ୍ଧା ରେ ।
( ଅନୁଶୀର୍ଷକ ରେ)
ନା ଅଛି ଆତ୍ମୀୟତା ରେ ଆପଣାର ଆଶ୍ଵାସନା
ନା ଅଛି ଇଚ୍ଛା ବୁଝିବାକୁ ଅନ୍ୟର ଅନ୍ତର୍ନିହିତ ଭାବନା
ସେ ଆତ୍ମା ଆଜି ବଖାଣେ କାହିଁ ଗଲା
ସେ ନିରୀହ , ସରଳ , ଅବିଶିଷ୍ଟ।
ହଜେଇଦେଲାକି ସେ ମହତ୍ତ୍ଵକାଙ୍କ୍ଷା ଦୌଡ଼ ରେ ନିଜର ଅସ୍ତିତ୍ବ।
ଵସିଛି ସେ ଭାବି ଧର୍ମପଦ , ସଂପୂର୍ଣ୍ଣ କରିବ ଜୀବନ ମନ୍ଦିର
କିନ୍ତୁ ନା ଅଛି ମନ୍ଦିର ନା ଅଛି ତା ଭିତର ଈଶ୍ୱର
କିନ୍ତୁ ଅଛି ଅହମିକା ର ଗର୍ଜନ ଆଉ ଇଚ୍ଛା ଲଭିବା ,ଅବିନଶ୍ଵର।