STORYMIRROR

Panchanan Jena

Inspirational

2  

Panchanan Jena

Inspirational

ଆଶାର ଆଲୋକ

ଆଶାର ଆଲୋକ

1 min
149

ଅସୁମାରୀ ଆଶାର ମୀନାର

ଅଗଣୀତ ଇଚ୍ଛାର ଇସ୍ତାହାର

ଜୀବନ ସାରା କେବେ କମ୍ ହୁଏନା ?


ସଂକ୍ରମିତ ସମସ୍ୟାର ସମାଧାନ 

ମାନସିକ କଳହର ଅବସାନ

ବରଓହଳ ପରି ଲମ୍ବେ ଶେଷ ହୁଏନା ?


ସମସ୍ୟାର କଣ୍ଟକିତ ପଥ ଲହୁ ଲୁହାଣ

ହତାସାର ଚୌହଦୀରେ ପନ୍ଥା ସ୍ମଶ୍ରୁ ବେଢଣ

ନିରାଶାର କରେ।ନାରେ ଧନ୍ଧା ଅଶ୍ରୁ କ୍ଷରଣ ।


ଦୁଃଖର ଦୋଳିରେ ଖେଳେ ସଞ୍ଜ ସକାଳ

ଶୋକର ସାଗର କୂଳେ ଜୀବିକା ସକଳ

ଚିନ୍ତାର ମସାଣୀ ତଟେ ଜୁଇର ବିକଳ।


ତଥାପି ମଣିଷ ଚାଲିଛି ଜନ୍ମରୁ ଜୁଇ

ତଥାପି ଜୀବନ ଧାଇଁଛି ଜଠରୁ ଭୂଇଁ

ତଥାପି ମାନବ ହାରିନି ଓଦୟରୁ ଅସ୍ତ

ତଥାପି ଆଶାକୁ ଛାଡିନି ସଦା କର୍ମବ୍ୟସ୍ତ ।


ଇଚ୍ଛାକୁ ମନରଜ୍ଜୁରେ ଶକ୍ତ ବାନ୍ଧିଛି

ଆଶାର ସାତରଙ୍ଗୀ ସପନ ବୁଶିଛି

କ୍ଷଣିକ ଖୁସି କୌତୁକରେ ଗଡ ଜିତିଛି ।


ଆଜିର ସମସ୍ୟା କାଲି ଉଭେଇଯିବ

ଅତୀତର ହାହାକାର କାଲି ଲିଭିଯିବ

ଶତାବ୍ଦୀର ଗୁମର ତଥ୍ୟ କାଲି ମିଳିଯିବ ।


ସମସ୍ୟା ବହୁଳ ଆମ ଜୀବନ

ନିରାଶା ଘେରା ମଣିଷ ଅଧିନ

ହତାସା ପେଟରେ ଆମେ ପଦାତିକ

ଆଶାର ଆଘାତ ଦେବା ଜାଗତିକ

ଆଶାର ଆଲୋକେ ହେବା ହୁସିଆର

ସମସ୍ୟା ପୋଡ଼ାମୁହାଁ ମରୁ ସ୍ଵର୍ଗଦ୍ଵାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational