STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଆଶାମଲ୍ଲୀ

ଆଶାମଲ୍ଲୀ

1 min
30

ମୌସୁମୀ ଗରଜି ବର୍ଷି ଯିବୁ ନାହିଁ

     ଟୁପୁରୁ ଟାପୁରୁ ଟୋପା

ପ୍ରିୟା ମୋ ଶୋଇଛି ଭିଜା ଆଖି ନେଇ

    ସପନ କୋଳରେ ଦୀପା ।୧।

ବିଜୁଳି ବାରାତି ଘେନି ତୁ ନଆସେ

    ଚମକି ଉଠିବ ଚେଇଁ

ନିଦ ଟଳମଳ ପେଜୁଆ ଆଖିରେ

    ଅଳସୀ କନ୍ୟା ସେହି ।୨।

ଗବାକ୍ଷରେ ତୋର ମୃଦୁ କରାଘାତ

    ଗୁରୁ ଗମ୍ଭୀର ସୁର

ମାନସୀ ପ୍ରେୟସୀ ଡରିଯିବ କାଳେ

     ବକ୍ଷକୁ ଥୁଥୁକାର ।୩।

ଶ୍ରାବଣ ମୋ ରାଣ ବରଷି ଗାଇବୁ

     ରିମ୍ ଝିମ୍ ସାତ ସୁରେ

ମୃଗନୟନୀ ମୋ ମରାଳଗମନୀ

   ଝୁମିଗାଉ ଗୀତ ବାରେ ।୪।

ପାରିଲେ ଆଙ୍କିବୁ ଆକାଶ ବନ୍ଧରେ

    ଇନ୍ଦ୍ରଧନୁର ବର୍ଣ୍ଣାଳୀ

କୃଷ୍ଣଘନ କେଶୀ ମେଘମାଳା ନିନ୍ଦେ

     ମୁରୁକି ହସୁ ମୋ କାକଳୀ !୫।

ଛମ୍ ଛମ୍ ତୋର ପାଦର ନୁପୁର

   ଗାଇବୁ ମେଘ ମହ୍ଲାର

ମୟୂରୀର ତାଳେ ତାତା ଥେଇ ଥେଇ

    ଭୃଲତା ବିମ୍ଵା ଅଧର ।୬।

ବର୍ଷାରାଣୀ ତୁହି ଶ୍ରାବଣ ଦୁହିତା

   ସକେଇ ଝରାନା ଆଉ

ବିରହିଣୀ କାନ୍ତା ଅଛି ଅନ୍ତସତ୍ଵା

   ବେଦନା ବୁକୁର ଢ଼େଉ ।୭।

ଚାତକୀ ଫୁଲେଇ ପ୍ରୀତି ବଲ୍ଲରୀ ମୋ

    ଥମ୍ ଥମ୍ ଥିବ ମୁଁହ

ବରଷା ମେଦୁର କାଳରାତ୍ରୀ ସାରା

    ଶୋଇବ କେମିତି କୁହ।୮।

ମାସଚାରି ତୁହି ସରାଗ ସ୍ନେହରେ

    ବର୍ଷୁଥାଆ ହସିହସି

ମାଦଳସୀ ରମା ମୋନାଲିସା ବାମା

    କାମୁକ କୁଦ୍ମକ ନେସି।୯।

ଅଣିବୁ ଆନନ୍ଦ ତୋ ବର୍ଷା ଛିଟାରେ

    ଝଲମଲ ମଖମଲୀ

ସୁଖରେ ସପନ ମନରେ ଚନ୍ଦନ

   ମହମହ ଆଶାମଲ୍ଲୀ ।୧୦।



Rate this content
Log in

Similar oriya poem from Tragedy