Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଆସ ମା ଅବତରି

ଆସ ମା ଅବତରି

1 min
192


ସରସ ଶରତ ସାନ୍ଦ୍ର ପ୍ରଭାତେ ମାଆ ଆସ ଅବତରି

ବିନିଦ୍ର ରଜନୀ ଶାନ୍ତ ସୌରଭ ଅନ୍ତରେ ଉଠେ ସଞ୍ଚରି ।


ତୁମ ଲାଗି ଆଜି ଏ ମହୀ ସଜ୍ଜିତ

ତୁମେ ହେବ ବୋଲି ସାଦରେ ପୂଜିତ

ରହିଛି ପ୍ରତୀକ୍ଷା କରି

ପଞ୍ଚ ମହାଭୁତ ଓ ଜୀଵ ଜଗତ ଲଭିବେ କୃପା ତୁମରି ।


ତୁମେ ପୂଜ୍ୟ ଆଜି ତୁମ ଉତ୍ସବରେ

ପ୍ରେରଣା ତୁମେ ହିଁ ତୁମରି ପୂଜାରେ

କେଉଁ ଆୟୋଜନ କରି

କରିବୁ ହେ ମାତ ତୁମକୁ ସନ୍ତୁଷ୍ଟ ଦିଅ ହୃଦେ ଭକ୍ତି ଭରି ।


ଦୁର କର ମାଗୋ ଏ ଧରାର ବ୍ୟଥା

ଦାନବ ଉପରେ ବିଜୟର ଗାଥା

ରିପୁସୁଦନ କାଣ୍ଡାରି

ଅସତ୍ୟ ଅଧର୍ମ ପରେ କରୁ ଜୟ ତୁମ ଶକ୍ତି ଲାଭ କରି ।


ତୁମେ ପରା ଅଟ ଜଗତ ଜନନୀ

ତୁମ କୃପା ନିଧି ଲଭୁ ଏ ଅବନୀ

ପାର୍ବଣରେ ଏହି ଅଳି

ଦଶହରା ପରେ ରହିବୁ ମା ପାଶେ ଯିବୁ ନାହିଁ ତ୍ୟାଗ କରି ।


Rate this content
Log in

Similar oriya poem from Abstract