ଆସ ଆଜି ସାଙ୍ଗ
ଆସ ଆଜି ସାଙ୍ଗ
ଆସ ଆଜି ସାଙ୍ଗ ଏକାଠି ବସିବା
ଏକାଠି ହସିବା ଖାଲି
ଏକାଠି ଖାଇବା ଏକାଠି ଗାଇବା
ବୟସକୁ ଯିବା ଭୁଲି ।
ସ୍କୁଲ ଦିନ କଥା ମନେ ପକାଇବା
ସପନେ ଭିଜିବା ଖାଲି
ସlରଙ୍କର ବେତ ପୂଜା ଭୋଜି ଭାତ
ଖେଳର ସେ କରତାଳି ।
ମ୍ୟାଚରେ ଜିତିବା ଏକାଠି ନାଚିବା
ପରୀକ୍ଷା ସରିଲା ପରେ
କାନ୍ଧ ହାତ ଦେଇ ନାଚି ନାଚି ବୁଲି
ସାଥିରେ ଫେରିବା ଘରେ ।
କାଲିର ସକାଳ କିଏବା ଦେଖିଛି
ଥିବ ବା ନଥିବ କିଏ
ସବୁ ଭୁଲି ସାଙ୍ଗ ଟିକେ ହସି ଦିଅ
ସାଥି ହୋଇ ଥିବା ଯାଏଁ ।