STORYMIRROR

Manaswinee Mishra

Abstract

4.4  

Manaswinee Mishra

Abstract

ଆସ ଆଜି ବାନ୍ଧିବା ରାକ୍ଷୀ

ଆସ ଆଜି ବାନ୍ଧିବା ରାକ୍ଷୀ

1 min
86


ବରଷକ ଥରେ ଆସିଛି ରାକ୍ଷୀ

  ତାର ରୂପ ଦେଖି ମନ ଯାଉଛି ଲାଖି ।।

ରାକ୍ଷୀ ନୁହେଁ ଖାଲି ସେତ ସୂତାର ଡୋରି

 ସ୍ନେହ ମମତାରେ ବନ୍ଧା ଏକ ପବିତ୍ର ଡୋରି ।।

ଭାଇ ଭଉଣୀ ପ୍ରେମର ନିଛକ ପ୍ରତୀକ ଏ ରାକ୍ଷୀ 

 ଯାହା ଯୁଗ ଯୁଗ ଧରି ରହିଅଛି ସାଖି ।।

ଆସ ଆଜି ବାନ୍ଧି ଦେବା ସେନେହ ଡୋରି

  ଅଛି ଯେତେ ମନା ନ୍ତର ଯିବାରେ ଭୁଲି ।।

ଡୋରି ମାତ୍ର ନୁହେଁ ଏ ତ ରକ୍ଷା ବନ୍ଧନ 

  ଭାଇ ଭଉଣୀ ହୃଦୟର ପ୍ରୀତି ଚନ୍ଦନ ।।

ସ୍ନେହ ଶରଧାରେ ବନ୍ଧା ଏ ଡୋର

  ଚିର ଶାଶ୍ଵତ କବଚ ଦୁର୍ବାର 

ରକ୍ଷା ର ଶପଥ ଘେନିଛି 

ମନୁ ସବୁ

ରାଗ ରୁସା ଭୁଲିଛି ।।

ଜଳ , ସ୍ଥଳ ,ବାୟୁ , ବୃକ୍ଷ ସଭିଏଁ ଆମ ସାହା

 ସଦା ବିପଦେ ଆପଦେ ଆମକୁ ଦିଅନ୍ତି ରାହା ।।

ଆଜି ଏହି ପବିତ୍ର ରାକ୍ଷୀ ଦିବସରେ

 ଭାଇ ପରି ତାଙ୍କୁ ରାକ୍ଷୀ ବାନ୍ଧିବାରେ ।।

ଦିନ ରାତି ସବୁ କଷ୍ଟ ସହି କରି 

 ସୁରକ୍ଷା ଦିଅଇ ଆମ ବୀର ସଇନ 

ତାଙ୍କ କରେ ସ୍ନେହ ଡୋର ବାନ୍ଧି 

  ଦେବା ତାଙ୍କୁ ଆମ ଭାଇର ସମ୍ମାନ ।।

ଗୋଟିଏ ସୁରେ ଗାଇବା ଗୀତ 

 ଜୟ ଭାରତ ବୋଲି

ଦେଶର ରକ୍ଷା ଆମର ଦୀକ୍ଷା 

  ସନ୍ଦେଶ ଦିଅଇ ରାକ୍ଷୀ 

 ଆସ ବାନ୍ଧିବା ରାକ୍ଷୀ

 ଆସ ବାନ୍ଧିବା ରାକ୍ଷୀ ।।


Rate this content
Log in

Similar oriya poem from Abstract