STORYMIRROR

Priyabrata Mohanty

Inspirational

4  

Priyabrata Mohanty

Inspirational

ଆଧୁନିକତା

ଆଧୁନିକତା

1 min
312


'ଗୋଟି ଗୋଟି କରି କହୁଛି ଶୁଣ

ଆଧୁନିକତାର କି କି ଗୁଣ'


ପୁରୁଣା ହେଲାଣି ଧୋତି କୁର୍ତ୍ତା

ଚାଲେ ସାର୍ଟ ପେଣ୍ଟ ସାଥେ ଜୋତା ।।


ଭୁଲି ଗଲେଣି ସେ ନିଜ ସଭ୍ୟତା

ଭରା ମୋହ ମାୟା ଅସାଧୁତା ।।


ଆଧୁନିକତାର ନେଇ ବାରତା

ହୋଇଛି ଆଜି ବିଦେଶୀ ତୋତା ।।


ଭୌତିକ ବାସନା କରି ବରଣ

ଭୁଲିଛି ସବୁ ବେଦ ପୁରାଣ ।।


ଅର୍ଧ ଲଂଗଳା ନୀଚ ଦୃଷ୍ଟିକୋଣ

ଜ୍ଞାନହୀନ କଥା ବହୁ ଟାଣ ।।


ମଦ ସିଗାରେଟ ଇଂରାଜୀ ବାଣ

ଟଙ୍କା ଲୋଭରେ ନେଉଛି ପ୍ରାଣ ।।


ଖାଲି ଭାଷଣ ହେଉଛି ଶୋଷଣ

ବନିଛି ଚାକର ଚାଷୀ ଗଣ ।।


ନାହିଁ ଜମା ଏଠି ମାନବ ପଣ

ମାନବିକତା ହୁଏ ହରଣ ।।


ସବୁ କିଛି ହୁଏ ଏଠି ନିଲାମ

ପୁଅ ଡାକୁଛି ବାପର ଦାମ ।।


ଧନର ଲୋଭ ହୋଇଛି ଚରମ

ଦୁର୍ନୀତି କରି ନାହିଁ ସରମ ।।


ବିଜ୍ଞାନ ଯୁଗ ଯନ୍ତ୍ର କରେ କାମ

ଚାରି ଖୁରାକୁ ମୋର ପ୍ରଣାମ ।।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational