Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rashmita Panigrahi

Tragedy

4.5  

Dr Rashmita Panigrahi

Tragedy

ସୁନା ନାକୀ ବୋହୂ

ସୁନା ନାକୀ ବୋହୂ

4 mins
852


   ଗୋଟିଏ ଚାଉଳରେ ଗଢ଼ା ଝିଅଟିଏ ହୀରl, ଗ୍ରାଜୁଏସନ ଫାଇନାଲ ଇୟର l ଚାରି ଭଉଣୀରେ ହୀରl ବଡ଼ l ଗୋରା ତକ ତକ ଚେହେରା l ବାପା କହିଲେ ଅନ୍ୟ ଭଉଣୀ ମାନଙ୍କ ମୁହଁକୁ ଚାହିଁ ତାକୁ ବାହା ହେଇ ଯିବାକୁ l ବର ଜୁଡ଼ିସିଆଲ ଆଡ଼ଭୋକେଟ l ଦେଖିବାକୁ ଖୁବ ଗୋଟିଏ ହ୍ୟାଣ୍ଡସମ ନ ହେଲେ ବି ସରକାରୀ ଓକିଲ l ତେଣୁ ଆଖି ବନ୍ଦ କରି ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିନେଲେ l ମା'(ଶାଶୁ )ଅବସର ପ୍ରାପ୍ତl ହାଇସ୍କୁଲ ଶିକ୍ଷୟତ୍ରୀ l ହୀରl ଫାଇନାଲ ଇୟର ପରୀକ୍ଷା ଦେଇ ପାରିଲାନି, ଶାଶୁଘରେ ପାଦ ଦେଲା l ବାପା ତାଙ୍କର ଯଥାଶକ୍ତି ବରକୁ ଉପହାର ଦେଇ କନ୍ୟାଦାନ କଲେ l ହୀରା କୁ ବୁଝାଇ ଦେଲେ ମା'ରେ ଆଜି ଠୁ ସେ ଘର ତୋ ନିଜ ଘର l ସେଠି ସମସ୍ତେ ନିଜର, ସମସ୍ତଙ୍କ ମନ ନେଇ ଚଳିବୁ l ମନ ଅଭିମାନରେ ଭରି ରହି ଥିଲେ ମଧ୍ୟ ସାନ ଭଉଣୀ ମାନଙ୍କ ମୁହଁକୁ ଚାହିଁ ହୀରା ବାପାଙ୍କର ସବୁ କଥା ରେ ହଁ ଭରିଲା l 

        ବରକନ୍ୟା ଯଥା ସମୟ ରେ ପହଁଚିଲେ l ଘରେ ପାଦ ନ ଦେଉଣୁ ହୀରାର ମୁଣ୍ଡରେ ଚାଳ ବାଜିଲା l ନଣନ୍ଦ ଚିତ୍କାର କରି କହିଲେ, କଣ ଖାଲି ହାତରେ ଘରେ ପଶିଯିବ, ପକାଅ ସୁନା ହାର ଟିଏ କିମ୍ବା ତିରିଶ ହଜାର ଟଙ୍କା l ନହେଲେ ମୁଁ ଦ୍ୱାର ମୁହଁରୁ ଉଠି ପାରିବିନି l ସାନ ଭଉଣୀ ହାତରେ ବାପା ହଜାରେ ଟଙ୍କା ଦେଇ ଥିଲେ ଯାହା ସେ ଦେଲା, ମାତ୍ର ହୀରାକୁ ନାନା ଅସହ୍ୟ କଥା ସହ୍ୟ କରିବାକୁ ପଡିଲା l 

      ତହିଁ ପରଦିନ ସମସ୍ତ ପ୍ରଣlମି ଲୁଗା ଓ ନଣନ୍ଦ ପେଡି ଖୋଲି ଶାଶୁ ଓ ନଣନ୍ଦ ଗୋଟି ଗୋଟିର ଦରଦାମ ଦେଖୁ ଥାନ୍ତି l ହଠାତ ନଣନ୍ଦପେଡି ଖୋଲିଲା ପରେ ନଣନ୍ଦ ସେଇଟାକୁ ଜୋରରେ ପାଟି କରି ଦୂରକୁ ଫିଙ୍ଗି ଦେଲେ l ଘରେ ବନ୍ଧୁ ବାନ୍ଧବ ଭର୍ତ୍ତି l ହୀରା ର ହୃଦୟଟା ଭାଙ୍ଗି ଖଣ୍ଡ ଖଣ୍ଡ ହେଇଗଲା, ଯେତେବେଳେ ପରିବାରର କେହି ଜଣେ ବି ନଣନ୍ଦ ଙ୍କ ଏ ବ୍ୟବହାରରେ ଆପତ୍ତି କଲେ ନାହିଁ l ତଥାପି ସେତେବେଳକୁ ଦୁଇ ଦିନ ହେଇ ଗଲାଣି ନା, ବନ୍ଧୁ ବାନ୍ଧବ ହୀରାର ରୂପ ଓ ଗୁଣରେ ଏତେ ବିମୁଗ୍ଧ ହୋଇ ଯାଇଥିଲେ ଯେ ନଣନ୍ଦକୁ ପଛରେ ଛି ଛାକର କଲେ l ଆଗରେ କହି ସମ୍ପର୍କ ଖରାପ କରିବାକୁ କିଏ ବା ଚାହିଁବ !

     ହୀରା ଭାବିଥିଲା ବାହାଘର ପରେ ଫାଇନାଲ ଇୟର ଟା କମପ୍ଳିଟ କରିବ, ହେଲେ ଏମାନଙ୍କ ବ୍ୟବହାର ଦେଖି ତା'ପାଟିରୁ ଆଉ ଭାଷା ବାହାରୁ ନ ଥାଏ l ରାତି 4ଟା ନ ବାଜୁଣୁ ବିଛଣା ଛାଡିବ l ଘର ଓଳେଇବା, ପୋଛିବା, ବାସନ ମାଜିବା, ଫୁଲ ତୋଳିବା, ଠାକୁର ପୂଜା ଏସବୁ ସାରିଲା ବେଳକୁ 6ଟା ବାଜି ସାରିଥାଏ l ବାବୁଙ୍କର ଗର୍ଜନ ଶୁଭେ ' ଏ ଘରେ ମଣିଷ ଚା'କପେ ବି ଠିକ ସମୟରେ ପାଇବନି l 'ତାଙ୍କୁ ଚା'ତିଆରି କରି ଦେଇ ସାରିଲା ବେଳକୁ ଶାଶୁଙ୍କର ଚିତ୍କାର ଆରେ ମୋ କଲରା ଜୁସଟା ଆଣେ ରେ, ସେପଟେ ନଣନ୍ଦଙ୍କର ଜଳଖିଆ l ଏ ସବୁ କରୁ କରୁ 8ଟା କିମ୍ବା 9ଟା ବାଜିଯାଏ, ହୀରା ପାଟିରେ ପାଣି ଟୋପାଏ ବି ଦେବାକୁ ସମୟ ପାଏନି l କେହି ବି ତାକୁ ଏ ସମ୍ପର୍କରେ କିଛି ପଚାରନ୍ତି ନାହିଁ l ନୂଆ କରି ବିବାହ କରିଥିବା ଝିଅଟିଏ ମନରେ କି ପ୍ରଭାବ ପଡୁଥିବ ଏ କଥା ଈଶ୍ବର ହିଁ ଏକମାତ୍ର କହି ପାରିବେ l ତଥାପି ମା'ବାପା ଙ୍କର ସମ୍ମାନ, ସାନଭଉଣୀ ମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ଏ ଗରଳ ମୟ ଜୀବନକୁ ଆଦରି ନେଲା ହୀରl l ୟା ଭିତରେ ଦୁଇ ଦୁଇଟା ଝିଅର ମା' ବି ହେଲା l 

       ଶଶୁର ନ ଥିଲେ l ଶାଶୁ କହିଲେ ବୋହୂ ପାଠ ତ ପଢିଛି, ଚାକିରୀ କରୁ l ବସି ଖାଇଲେ ପରା ନଈବାଲି ସରେ l ତେଣୁ ପ୍ଲସ ଟୁ, ସିଟି ଯୋଗ୍ୟତା ରେ ପ୍ରlଇମେରୀ ଟିଚର ଟିଏ ହେଇ ପାରିଲା ହୀରା l ଏବେ ତା'ର ଜୀବନ ଆହୁରି ଜଟିଳ ହୋଇ ଉଠିଲା l ଶାଶୁ ହଲିଲା ପାଣିରେ ହାତ ଦିଅନ୍ତି ନାହଁ l ନଣନ୍ଦ ନିଜ ଶାଶୁ ଘରକୁ ନ ଯାଇ ଏଇଠି ରହନ୍ତି, ଘଣ୍ଟାକୁ ତାଙ୍କର ଗୋଟିଏ ବରାଦ l ସ୍ୱାମୀ ଆଡ଼ଭୋକେଟ, ତେଣୁ ସମୟ ଅସମୟ ସବୁ ସମୟରେ ତାଙ୍କ ପାଖରେ କ୍ଲାଏଣ୍ଟ ଙ୍କର ଭିଡ଼ ଲାଗି ରହେ l ଦିନରେ ହଜାରେ ଥର ତାଙ୍କ କ୍ଲାଏଣ୍ଟ ମାନଙ୍କ ପାଇଁ ଚା'ତିଆରି କର l ଯଦି ଟିକିଏ ବିଳମ୍ବ ହେଇଯାଏ, ସ୍ୱାମୀ ରୋଷେଇ ଘରକୁ ଆସି କହନ୍ତି, "କଣ ତୁମ ହାତରୁ ଚା' ପିଇବେ ବୋଲି ସେମାନେ ଦିନ ସାରା ଏଇଠି ବସି ରହିବେ? " ବିଚାରି ହୀରା ଭାତହାଣ୍ଡି ଚୂଲା ରୁ ଉଠେଇ ଆଗ ଚା'କରି ଦେଇ ଆସିବ l 

        ଛୋଟ ଝିଅ ଟିକିଟେ ହେଇଛି, ହୀରା କୁ ବାଧ୍ୟ କରାଗଲା ଚାକିରୀ କରିବାକୁ l ଘରେ ପିଲାକୁ କେହି ରଖନ୍ତେ l ସ୍ୱାମୀ କହିଲେ ତୁମେ ତ ଜାଣିଛ ମା'ର ହାତ ବିନ୍ଧା ଅଛି, ସେ ଛୁଆ କୁ କେମିତି ସମ୍ଭାଳିବ, ଭଲ ହେଵ ତୁମେ ସାଙ୍ଗରେ ନେଇକି ଯାଅ, ଷ୍ଟାଫ କମନ ରୁମ ରେ ଶୋଆଇ ଦେଇ କ୍ଲାସ କରିବ l 

        ତଥାପି ହୀରା ଡରିଯାଇ ନାହିଁ l ଘର ଠାରୁ ସ୍କୁଲ 40କିଲୋମିଟର l ବସ ରେ ଯିବାକୁ ପଡିବ ଟ୍ରେନର ସୁବିଧା ନାହିଁ l ଯେତେ କଷ୍ଟ ହେଉ ପଛେ 9ଟା ସୁଦ୍ଧା ସମସ୍ତଙ୍କର ସାରାଦିନ ର ସବୁ ଆବଶ୍ୟକତା ମାନେ ସକାଳ ଜଳଖିଆ ପୁଣି ମଧ୍ୟାହ୍ନ ଭୋଜନ ସବୁ ଠିକଠାକ ବାଢି ରଖି ଦେଇ ଛୁଆର ସମସ୍ତ ଆବଶ୍ୟକ ସାମଗ୍ରୀ ସଜାଡି, ତାକୁ ପ୍ରସ୍ତୁତ କରି, ନିଜେ ପ୍ରସ୍ତୁତ ହେଇ ସ୍କୁଲ ଅଭିମୁଖେ ଯାଉଥିବା ବସକୁ ଉଠେ l ବେଳେ ବେଳେ ବସ ଛାଡି ଦେଉ ଥାଏ ସେ ପହଞ୍ଚେ, ଧନ୍ୟବାଦ ଦିଏ ସେ କଣ୍ଡକଟର କୁ ହୀରା କୁ ନ ନେଲେ ସେ ବସକୁ ଛାଡେ ନାହିଁ l କୁନି ପିଲାଟି ବସର ଯାତ୍ରୀ ମାନଙ୍କର କୋଳ ରୁ କୋଳ କୁ ଡେଇଁ ବଡ଼ ହେଉ ଥାଏ, ବଡ଼ ଝିଅ ମଧ୍ୟ ସ୍କୁଲ ଯାଉଥାଏ l 

     ହଠାତ ଦିନେ ହୀରା ର ମା' ଭୀଷଣ ଅସୁସ୍ଥ ହୋଇପଡିଲେ, ଡାକ୍ତର କହିଲେ ତାଙ୍କର ସବୁ ଇଚ୍ଛା ପୂରଣ କରି ଦିଅନ୍ତୁ l ସେ ହୀରାକୁ ଭେଟିବାକୁ ଚାହିଁଲେ ତାଙ୍କର ଶେଷ ସମୟରେ l ସାନ ଭଉଣୀ ଆସିଲା ତାକୁ ନେଇଯିବ l ହେଲେ ସ୍ୱାମୀ କହିଲେ ତୁମେ କଣ ଜାଣିନ ମୋ ମା'ଙ୍କର କେମିତି ହାଇ ବ୍ଲଡ଼ ପ୍ରେସର, ତାଙ୍କୁ ଛାଡି ତୁମେ ଯିବା କଥା ଚିନ୍ତା ବି କରିପାରୁଛ କେମିତି ! ନିରୁତ୍ତର ହୀରା, ବିବାହ ବେଦୀରୁ ଉଠିବା ପରେ ବାପା କହିଥିବା ଦୁଇ ଧାଡି ତା'ର ମନେ ପଡିଗଲା l ଆଖିରୁ ଦୁଇ ଧାର ଅଶ୍ରୁ ଅଜାଣତ ରେ ବୋହି ଗଲା l ସାନ ଭଉଣୀକୁ ବୁଝାଇ ଶୁଝାଇ ଘରକୁ ପଠାଇ ଦେଲା, ଦୁର୍ଭାଗ୍ୟକୁ ମା' ତା'ର ଇହଧାମ ତ୍ୟାଗ କଲେ, ଆଉ ସେ ଶେଷ ଦର୍ଶନ ବି କରି ପାରିଲାନି l 

       ତଥାପି ହୀରା ନିଜକୁ ବୁଝାଇଲା l ଶେଷ ନିଶ୍ୱାସ ଥିବା ଯାଏ ସେ ଏ ଘରକୁ, ୟାର ପ୍ରତ୍ୟେକ ସଦସ୍ୟ ଙ୍କୁ ସେ ନିଜର ଭାବିବ, ସେମାନେ ଭାବନ୍ତୁ କି ନ ଭାବନ୍ତୁ l ଜୀବନର ଅଧା ସମୟ ସେ ଏ ଘରର ସେବାରେ ଦିନରାତି ଲାଗିଛି, ଦୁଃଖ ତ ଏତିକି ଆଜି ଯାଏ ସେ ତା ସ୍ୱାମୀଙ୍କର ପସନ୍ଦର ସ୍ତ୍ରୀ ଟିଏ ବୋଲି କେବେ ଅନୁଭବ କରିନି କିମ୍ବା ନିଜ ଶାଶୁ ଙ୍କର ସୁନlନାକୀ ବୋହୂ ଟିଏ ହେଇ ପାରିଲାନି !! 


Rate this content
Log in

Similar oriya story from Tragedy