Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Inspirational

4.3  

Narayan chandra Senapati

Inspirational

ଏଇ ଘର ମୋର ସ୍ୱର୍ଗ

ଏଇ ଘର ମୋର ସ୍ୱର୍ଗ

4 mins
643


ବାପା ବାପା, ମୁଁ ଏ ଘରେ ରହିବାକୁ ଚାହେଁନ । ମୁଁ ସ୍ୱର୍ଗକୁ ଯିବାକୁ ଚାହେଁ ।  ଛି ଛି ଏଠି ଏତେ ଅପରିଷ୍କାର, ଅସନା, ଏ ଲୋକଗୁଡ଼ାକ କି ଅସୁନ୍ଦର ! ସ୍ଵର୍ଗରେ ନା ଦେବା ଦେବୀ ଥିବେ, ରମ୍ଭା,ମେନକା ପରି ସୁନ୍ଦରୀ ଥିବେ, ଅପ୍ସରୀ ମାନେ ବି ଥିବେ,ଦିବ୍ୟ ମହଲ,ସବୁବେଳେ ସୁଗନ୍ଧ ମହକୁଥିବ ! ଏଠି ଗୋବର ଗାଡ଼ିଆ,ପଚା ଫଳ ପଡିଥିବା ପଡିଆ,ଘରେ ତ ପରିବା ଚୋପା,ଅସ୍କରା ପାଣି,ଏଇଠି ମଣିଷ ରହେ ? ଏଇମିତି ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇ କହୁଥାଏ ଅଭୟ ତା ବାପା ମଳୟକୁ । କଣ କହିବ, କେମିତି ବୁଝାଇବ ସେ କଳ୍ପନା କରି ପାରିଲାନାହିଁ ମଳୟ ।

ମଳୟ ମାଟିର ମଣିଷ, ସାଧାରଣ କୃଷକଟିଏ । ତିନୋଟି ଝିଅ ପରେ ଠାକୁରଙ୍କୁ ଡାକି ଶେଷରେ ପାଇଛି ଏ ପୁଅଟି । ଜନ୍ମରୁ ଛୋଟାଟିଏ । ଦେଖିବାକୁ ଅତି ଅସୁନ୍ଦର ହେଲେ ସମସ୍ତଙ୍କୁ ଅସୁନ୍ଦର କହିବା ତାର ବଦଭ୍ୟାସ । ମନରେ କେବେ ବି ସରସତା ନାହିଁ । ଆଦର କରିବା,ଭଲ ପାଇବା,ପ୍ରଶଂସା କରିବା,ମିଳାମିଶା କରି ଆନନ୍ଦ ପାଇବା ଠାରୁ ସେ ବହୁତ ଦୂରରେ । ଏଥିପାଇଁ ମଳୟ ବହୁତ ବିବ୍ରତ । ସବୁଦିନ ପରି ସେଦିନ ସନ୍ଧ୍ୟାରେ ହସଖୁସି ମଜା କରୁଥାନ୍ତି ସମସ୍ତେ । ମଳୟ କହିଲେ ଏଇ ଘର ଏଇ ପରିବାର ସତରେ ଆମ ସ୍ୱର୍ଗ । ହଠାତ୍ ରାଗ ତମ ତମ ହୋଇ ଉଠିଗଲା ଅଭୟ । କହିଲା ବାପା,ଏଇ ଛଣ ଛପର ମାଟି କୁଡ଼ିଆ ଘରକୁ କହୁଛ ସ୍ୱର୍ଗ । ତୁମେମାନେ ଜାଣିଛ ସ୍ୱର୍ଗ କଣ ? ମୁଁ ଯାଉଛି ଆମ ଗାଁ ସାଧୁଆ ବୁଢାକୁ ପଚାରେ ସ୍ୱର୍ଗ କଣ, କେଉଁଠି ଅଛି ।

ଅଭୟ ଚାଲିଲା ସାଧୁଆ ବୁଢା ପାଖକୁ । ସାଧୁଆ ବୁଢା ନିପଟ ମୁର୍ଖଟିଏ । କିନ୍ତୁ ଗାଁ ର ଯେତିକି ମୂର୍ଖ ଅସାମାଜିକ ତାକୁ ଭଲ ପାଆନ୍ତି । କାରଣ ସେ ଅଜବ ଅଦ୍ଭୁତ କଥା କହି ସମସ୍ତଙ୍କୁ ଖୁସି କରାଏ । ଅଭୟ ଯାଇ ପଚାରିଲା,ଏ ଅଜା ବୁଢା କହିଲ ଦେଖି ସ୍ୱର୍ଗ କଣ, କେଉଁଠି ଅଛି,କିଏ ରହେ,କଣ ହୁଏ ଇତ୍ୟାଦି ଇତ୍ୟାଦି । ସାଧୁଆ ବୁଢା ବୁଝାଇଦେଲେ ଆଙ୍ଗୁଳି ଦେଖାଇ,ଏଇ ଉପରକୁ ଦେଖ୍ ଯେଉଁ ଆକାଶ. ଦେଖୁଛୁ..ଆହୁରି ଉପରକୁ..... ସେଇଠି ହେଲା ସ୍ୱର୍ଗ । ସେଠାରେ ଦେବତା ରହନ୍ତି । କି ଚମତ୍କାର ! କି ସୁନ୍ଦର ସେ ଜାଗା । କି ବାସନା ସେ ଜାଗାରେ.. !!! କି ଖାଦ୍ୟ..!!! ଆହା !!! କହିଲା ବେଳକୁ ପାଟିରୁ ଲାଳ ଗଡି ଯାଉଛି । ଅଭୟ କହିଲା ସାଧୁ ଅଜା ଆଜ୍ଞା କହିଲ କେମିତି ଯିବା ସେଠାକୁ । ଆମ ଗନ୍ଧିଆ ଘର, ଏ ଅସୁନ୍ଦର ଲୋକ ଗୁଡାକ ସାଙ୍ଗରେ ରହି ରହି ମୋତେ ଅଣନିଃଶ୍ବାସୀ ଲାଗିଲାଣି । ସାଧୁଆ ବୁଢ଼ା ତ ଭୂଷ ପଣ୍ଡିତ, ଯେତେ ଅଜବ ଯୋଜନା ବତାଇଲା ।  ଅଭୟ ତା କୁମ୍ପିରୁ ପଇସା ଖୋଲି ହାଡ଼ିକୁ କହି ଲମ୍ବା ବାଉଁଶ ଦୁଇଟା ହାଣିଲା  । ବଢ଼େଇ ପାଖକୁ ନେଇ ବଡ଼ ନିଶୁଣୀ ଟିଏ ତିଆରି କଲା । ନିଛାଟିଆ ଜଙ୍ଗଲ ମଝି ପଡ଼ିଆରେ ଗାତ ଖୋଳି ତା ମୂଳରୁ କିଛି ଅଂଶ ପୋତିଦେଲା ।  ବାପା ମଳୟ ମା ମିନତୀ କାହା କଥା ନ ମାନି ମୁଁ ସ୍ୱର୍ଗକୁ ଯାଉଛି କହି ଚାଲିଗଲା । ବାଇଆ ଟା ଏମିତି କହୁଛି, ସନ୍ଧ୍ୟା ହେଲେ ବୁଲି ବୁଲି ଘରକୁ ଆସିବ ଭାବି ଅନେଇଁ ରହିଲେ । ସନ୍ଧ୍ୟା ଯାଇ ରାତି ହେଲା ଫେରିଲା ନାହିଁ ଅଭୟ,ଭୟ ଆଶଙ୍କାରେ ସେମାନେ ଖୋଜି ଖୋଜି ବ୍ୟସ୍ତ ହେଲେ,ମାତ୍ର ପାଇଲେ ନାହିଁ ପୁଅକୁ ।

ପଡିଆରେ ଯେଉଁଠି ନିଶୁଣୀ ପୋତିଥିଲା ଆନନ୍ଦରେ ଆଗ୍ରହରେ ଚଢ଼ିଲା । ତଳକୁ ମଝିରେ ମଝିରେ ଟିକେ ଦେଖୁଥାଏ । ଉପରକୁ ଚାହିଁ ଖୁସି ହେଉଥାଏ । ଗର୍ବରେ ମନ କୁଂଢେମୋଟ ହୋଇଯାଉଥାଏ କାରଣ ସେ ସମସ୍ତଙ୍କ ଉପରେ । କେତେ ବଡ଼ ସିଏ । ଖାଲି ସେତିକି ନୁହଁ,ଯେତେବେଳେ ସ୍ଵର୍ଗରେ ପହଂଚିବ କି ଆନନ୍ଦ !ସେ ହୋଇଯିବ ସବୁଠୁ ବଡ଼ । ଧୀରେ ଧୀରେ ଆଉ ଦୁଇ ଫଳି ପୂର୍ବରୁ ପହଂଚି ଦେଖିଲା ସ୍ୱର୍ଗ ଆହୁରି ଦୂରରେ ଅଛି । କ'ଣ କରିବ ହାତ ବଢ଼ାଇଲା,ବଢ଼ାଇଲା... ଟେକି ହେଲା,ଟାଣି ହେଲା ଆଉ ହାତ ପାଇଲା ନାହିଁ । ତଳକୁ ଚାହିଁଲା,ମୁଣ୍ଡ ଘୁରାଇଲା,ଶେଷରେ ତଳେ କଚାଡି ହୋଇ ପଡ଼ିଲା । ଆଗରୁ ଛୋଟା ଥିଲା,ଗୋଟିଏ ଗୋଡ଼ରେ ଛୋଟେଇ ଛୋଟେଇ ଚାଲୁଥିଲା,ଏବେ ଆର ଗୋଡ଼ବି ଭାଙ୍ଗିଲା । ବହୁତ ଜୋରରେ କାନ୍ଦିଲା । ନିଛାଟିଆ ଜାଗା,ଅନ୍ଧାର,କେହି ଜାଣି ସ୍ୱର୍ଗକୁ ଚାଲିଯିବ ବୋଲି ଲୁଚି ଲୁଚି ଚଢୁଥିଲା ସେ ।

 ରାତି ପାହି ସକାଳ ହେଲା । ଯନ୍ତ୍ରଣାରେ କାନ୍ଦୁଥିଲା ଅଭୟ  ।  ଜଙ୍ଗଲ ଦେଇ ଯାଉଥିଲେ ଜଣେ ସନ୍ନ୍ୟାସୀ । କରୁଣ ଚିତ୍କାର ଶୁଣି ଆସି ଦେଖିଲେ ଓ ବିଚାରାଠୁ ସବୁ କଥା ଶୁଣି ଦୁଃଖ ପ୍ରକାଶ କଲେ । ତା ନିର୍ବୋଧତା ପାଇଁ ଗାଳି ବି ଦେଲେ । ନିଜ ଆଶ୍ରମକୁ ନେଇ ବୈଦ୍ୟ କବିରାଜି ଔଷଧ ଦେଲେ । ତାପରେ କହିଲେ ଆରେ ପିଲା,ତୁ ସରଳ ନିଷ୍ପାପ,ସାଧୁଆ ବୁଢା ଯିଏ ଏ କଥା କହିଛି ମୁର୍ଖଟାଏ । ତୋତେ ଏ ସବୁ ମିଛରେ କହିଛି । ଆକାଶ ମହାଶୂନ୍ୟ । ସ୍ୱର୍ଗ ବୋଲି ଏକ ଅପୂର୍ବ ଜାଗା କିଛି ନାହିଁ । ଯେଉଁଠି ରାହୁଛ ସେଇ ଘର ଛୋଟ ହେଉ କି ବଡ଼ ସେ ତୁମକୁ ବାସ ଦିଏ । ଯେଉଁ ପରିବାରରେ ଜନ୍ମିଛ ସେ ବଡ଼ ହେଉ ବା ଛୋଟ,ସେ ଲୋକଙ୍କ ସ୍ନେହ ଆଦରରେ ତୁମେ ଅମୃତ ପାଇଛ । ସେଠାର ହସ ଖୁସି,ସୁଖ ଦୁଃଖର ଭାଗିହେବା ହି ଅପାର ଆନନ୍ଦ ଯୋଗାଏ । ସେଇ ପତିବାରର ମା ବାପା ଯେଉଁମାନେ ଜଳି ଜଳି,କଷ୍ଟ ସହି ସହି ଆମକୁ ଖୁସି ଦେଇଛନ୍ତି,ତାଙ୍କ ପରି ଦେବାଦେବୀ ଏ ଜଗତରେ କେହି ନାହାନ୍ତି । ଯେଉଁ ଘରେ ଜନ୍ମ ହୋଇଛ,ବଢ଼ୁଛ ତାପରି ସୁନ୍ଦର ଜାଗା ଏ ସଂସାରରେ କିଛି ନାହିଁ । ପରିବାର ଲୋକଙ୍କ ମିଳାମିଶା ଆଦର ସ୍ନେହ ପରି ସୁଗନ୍ଧ ଏ ପୃଥିବୀରେ କିଛି ବି ନାହିଁ । ତୁମ ବାପା ମାଆ ଙ୍କ ଠିକଣା ଦିଅ,ମୁଁ ସେଇ ସ୍ୱର୍ଗର ଦେବାଦେବୀ ପାଖରେ ତୁମକୁ ପହଞ୍ଚାଇ ଦିଏ । ସେ ଭଲ କରିବେ ଓ ତୁମେ ଆନନ୍ଦରେ ରହିବ ।

ସନ୍ନ୍ୟାସୀ ଦୁଇ ଶିଷ୍ୟଙ୍କୁ ନେଇ ଘୋଡାଗାଡିରେ ବସାଇ ଅଭୟକୁ ତା ଘରେ ପହଂଚାଇଲେ । ପୁଅର ଆଉ ଏକ ଗୋଡ଼ ଭାଙ୍ଗିଛି ଶୁଣି ମା ମିନତୀ ଆଖିରୁ ଧାର ଧାର ଲୁହ ବହିଗଲା । ବାପା ଅସ୍ତବ୍ୟସ୍ତ ହୋଇ ଡାକ୍ତର ଡାକି ଚିକିତ୍ସା କଲେ । ସନ୍ନ୍ୟାସୀ କହିଲେ, କହିଲ ଦେଖ୍,ୟା ଠାରୁ ବଡ ସ୍ୱର୍ଗ କଣ ଅଛି?

ଅଭୟ ସବୁ ବୁଝିପାରିଲା,ଭୋ ଭୋ ହୋଇ କାନ୍ଦିଲା,ସନ୍ୟାସୀଙ୍କୁ ଆଖି ବୁଜି ହାତ ଯୋଡ଼ି ନମସ୍କାର କଲା ଓ କହିଲା, ଆଜ୍ଞା ଆପଣ ମୋ ଆଖି ଖୋଲିଦେଲେ, ଆପଣ ମୋ ପାଇଁ ସାକ୍ଷାତ ଭଗବାନ । ଅଭୟ ଆଖିରୁ ଲୁହ ପୋଛି, ତା ମୁଣ୍ଡ ଆଉଁସି ସନ୍ନ୍ୟାସୀ କହିଲେ, ଆରେ ବାବା,ଭଗବାନ ମୁଁ ନୁହଁ,ମୁଁ ତୁମ ପଥ ପ୍ରଦର୍ଶକ,ତୁମ ବାପା ମା ତୁମ ଭଗବାନ,ଆଉ ଏଇ ଘର ହେଉଛି ତୁମ ସ୍ୱର୍ଗ । ଅଭୟ ତା ଭୁଲ୍ ପାଇଁ କ୍ଷମା ମାଗିଲା ଓ ସେଇଦିନୁ କହି ବୁଲିଲା, " ସତରେ ଏଇ ଘର ହେଉଛି ମୋ ପାଇଁ ସ୍ୱର୍ଗ । "


Rate this content
Log in

Similar oriya story from Inspirational