STORYMIRROR

Trilochan Karjee

Tragedy

5.0  

Trilochan Karjee

Tragedy

ହୋଟେଲ ବୟ

ହୋଟେଲ ବୟ

1 min
1.2K


ସମସ୍ତଙ୍କ ଠାରୁ ନିଆରା ଷ୍ଟାଇଲର ବୟ ହେଲା ରାହୁଲ। ହୋଟେଲ କର୍ମଚାରୀ ମାନଙ୍କ ଭିତରେ ସେ ଟିକିଏ ଅଲଗା।

ନିଜର ସୁନ୍ଦର ଚେହେରା ପାଇଁ ବେଶ୍ ଆକର୍ଷଣୀୟ ଯୁବକ ପାଲଟି ଯାଇଥିଲା ।

ସମସ୍ତେ ତାକୁ ହୋଟେଲ ବୟ ଡାକନ୍ତି। ଅତିଥି ମାନଙ୍କୁ ନିଜର ସ୍ବତନ୍ତ୍ର ଢଙ୍ଗରେ ଖାଦ୍ୟ ପରିବେଷଣ କରିବାର କୌଶଳ ମଧ୍ୟ ଜାଣିଥାଏ।

ହୁଏତ ଅନେକ ଅତିଥି କେବଳ ତାପାଇଁ ବୋଲି ଏଠାକୁ ଆସନ୍ତି। ରାହୁଲ ଭିତରେ କଣ ଅଛି କେଜାଣି ସବୁବେଳେ ହସ ହସ ମୁହଁ ଦେଖାଯାଏ। ସେ କହୁଥାଏ -ସାର୍, ମ୍ୟାଡମ ସବୁ ଠିକ୍ ଠାକ୍ ଅଛି ନା ଆଉ କଣ ଆଣିବା। ଏମିତି ଦି ପଦରେ କଥାରେ ଅତିଥିମାନଙ୍କ ପେଟ ପୂରିଯାଏ ଏବଂ ଅତିଥିମାନେ ଗଲା ବେଳେ ରାହୁଲକୁ ଏକ୍ସଟ୍ରା ଟଙ୍କା ଦେବାକୁ ଭୂଲନ୍ତି ନାହିଁ ।

ସବୁ ଟଙ୍କା ସେ ତାର ମାଲିକ ନିକଟରେ ଜମା କରିଦିଏ।

କାରଣ ସେ ବୁଝି ସାରିଥିଲା ଅତିଥି ମାନଙ୍କୁ ଖୁସି କରାଇ ସାରିବା ପରେ ଏଥର ତାର ମାଲିକକୁ ବି ଖୁସି କରାଇବାକୁ ପଡିବ। ଏ କଥା କୁଆଡେ ସେଇ ହୋଟେଲ ବୟ ହିଁ ଜାଣେ ।

ତ୍ରିଲୋଚନ କାର୍ଯୀ

ଗାଇଡା ପାତ୍ରପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy