Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhakanta Sahu

Inspirational

3  

Subhakanta Sahu

Inspirational

ଏକ ଆଦର୍ଶ ସମାଜର ସ୍ୱପ୍ନ

ଏକ ଆଦର୍ଶ ସମାଜର ସ୍ୱପ୍ନ

4 mins
14.2K


ଘରକୁ ପଶି ଆସୁଥିବାବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା । ମୁହଁ ଲାଲ୍ ଦେଖାଯାଉଥିଲା । “କେଉଁଠି ଥିଲ ଏତେବେଳ ଯାଏଁ ? ଏଇଟା ଘର ନା ଆଉକିଛି ? ତମର ଯେବେ ଇଛା ହେବ ଆସିବ ଯିବ? ଆଉ କାହା ପ୍ରତି ତମର କିଛି ଦାୟିତ୍ୱ ଅଛି ବୋଲି ଯାଣିଛ କି ନାହିଁ? ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁନ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ । ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, ” ମୋତେ ଭୋକ ହେଲାଣି, ଯଲଦି ଖାଇବାକୁ ବାଢ ।”

ସ୍ମିତା ଅବାକ୍ ହୋଇ ଚାହିଁ ରହିଥଲା । କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତ ହୋଇ ଗାଳି କଲେ ବି କିଛି ଫରକ୍ ପଡୁନି ? ନା ଆଜି ଯାହା ବି ହେଉ ପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡିବ । ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିଲେ ଚଳିବ ନାହିଁ । ଆଜି ଖାଇବାକୁ ମିଳିବନାହିଁ ବୋଲି ସ୍ମିତା ଘୋଷଣା କରିଦେଲା ।

ବିବାହର ପନ୍ଦର ବର୍ଷ ପରେ ବି ସ୍ମିତା ପ୍ରଶାନ୍ତକୁ ହୁଏତ ଠିକ୍ ରୂପେ ବୁଝିପାରିନଥିଲା । ବୁଝିପ।ରିନଥିଲା ନୁହେଁ ତ ସବୁ ବୁଝି ଅବୁଝା ହେଉଥିଲା । ତା’ ମନରେ ପ୍ରଶାନ୍ତ ପ୍ରତି ଗଭୀର ଭଲ ପାଇବା ଥିକଲା ; ଏହା ନିସନ୍ଦେହାହେଲଏ ପ୍ରଶାନ୍ତ ବିରାଟ ପୃଥିବୀର ବୃହତ୍ ସମାଜ ମଧ୍ୟରେ କେବଳ ଗୋଟିଏ ମଣିଷର ମାୟାରେ ବାନ୍ଧିହୋଇଯିବ! ସେ ସ୍ତ୍ରୀର କେଉଁ ଆବଶ୍ୟକତା ବା ପୂରଣ ନ କରିଛି? ଆଉ ରହିଲା ସମୟ ଦେବା । ସତରେ ସେ କ’ଣ ନିଜ ପରିବାରଠୁ କାହାକୁ ଅଧିକ ସମୟ ଦେଇଛି ?? ତଥାପି ସ୍ତ୍ରୀ ଗୁଡିକ ଏମିତି ହିଁଭାବନ୍ତି ଅଫିସ୍ ସରିଲେ ସ୍ୱାମୀ ଗୁଡାକ ତାଙ୍କ ଚତୁପାଶ୍ୱର୍ରେ ଏମିତି ନସର ପସର ହେଉଥାନ୍ତୁ ଯେମିତି ବିଶ୍ୱ-ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ଯାଇ ଶ୍ରୀ ଗଣେଷ ଶିବ-ପାର୍ବତୀଙ୍କ ଚତୁଃପାଶ୍ୱର୍ରେ ପରିକ୍ରମା କରୁଥିଲେ । ଯେଉଁ ସମାଜରେ ଏବଂ ଯେଉଁ ସମାଜ ପାଇଁ ସେ ଆଜି ପ୍ରତିଷ୍ଠିତ, ସେଇ ସମାଜ ପ୍ରତି ତା’ର କର୍ତ୍ତବ୍ୟ ଭୁଲିଯାଇ ନିଜ ସ୍ତ୍ରୀ ର ପଣତ ତଳେସ୍ତ୍ରେଣ ହୋଇଯିବ!

ପ୍ରଶାନ୍ତ ଦଳିତ ପରିବାରରେ ଜନ୍ମ । ପଣି ଜେଜେ ଯଦିଓ ସି ଅକ୍ଷର ବିବର୍ଜିତ ସିଏ କୁଆଡେ ଟିପ ମାରି ବି ମେହନ୍ତରୀ ଦରମା ଉଠାଉଥିଲେ । ସେଥିରୁ ଅଧା ମଦ୍ୟପାନ ଓ ଆଉ ଅଧା କୁତୁମ୍ବ ପୋଷଣ । ହାକିମଙ୍କ ଚାପରେ ସେ ଜେଜେଙ୍କୁ ମାତ୍ର ୫ମ ପଢିବାର ସୁଯୋଗ ଦେଇଥିଲେ । ସେଇ ୫ମ ପାଠରେ ତାଙ୍କୁ ପିଅନ ଚାକିରୀ ମିଳିଗଲା । ଜେଜେ ବସ୍ତିରୁ ବାହରି ଦପ୍ତର ଗଲାବେଳେ ତାଙ୍କ ପାଖ ପଡୋଶୀ ସେମିତି ଥିଲେ , ଯେମିତି ଶହେ ବର୍ଷ ଆଗରୁ ଥଲେ । ଜେଜେ ବାପାଙ୍କ ପ୍ରଚେଷ୍ଠାରେ ବାପା ତିନିଥରରେ ହେଲେ ବି ମାଟ୍ରିକ୍ ପାଶ କରିଗଲେ । ହେଲେ ସରକାରଙ୍କ ଦୟା : ଜାତିଗତ ସଂରକ୍ଷଣ ପାଇଁ ସେ ବହୁ ସବର୍ଣ୍ଣଙ୍କୁ ପଛରେ ପକାଇ କିରାଣୀ ଚାକିରୀଟା ପାଇଗଲେ । ଆଉ ସଂରକ୍ଷଣର ସେଇ ଉତ୍ତରାଧିକାରୀ ସୂତ୍ରରେ ପ୍ରଶାନ୍ତ ଆଜି ଅଫେିସର୍ ।

ସ୍ମିତାର ବାପା ବି ସେଇ ଅନୁତ୍ଥିତ ଅବହେଳିତ ପରିବାର ବର୍ଗଙ୍କ ମଧ୍ୟରୁ ଜଣେ । ହେଲେ ଅଫିସର୍ର ପତ୍ନୀ ହେଲାପରେ ସିଏ ଟିକେ ବେଶୀ ଫୁଲେଇ ହୋଇଯାଇଛି । ତା ଶୈଶବର ଦାରିଦ୍ର୍ୟତା, ମଇଳା ଚିରା ପୋଷାକ, ସ୍କୁଲ୍ ନ ଯାଇ ସ୍କୁଲ୍ ଯାଉଥିବା ପିଲାଙ୍କୁ ଖତେଇ ହେଉହେଉ ନାକର ସିଙ୍ଘାଣି ପାଟିରେ ପଶିଯାଉଥିବାର ଅବସ୍ଥା – ଏସବୁ ଏବେ ସତେ ଯେମିତି ତା’ ପୂର୍ବ ଜନ୍ମର ଥିଲା । ଅଫିସର୍ର ପତ୍ନୀ ହେବା ପରେ ସେ ଆଉ ବସ୍ତି ସହ ଆଉ କୌଣସି ସମ୍ପର୍କ ରଖିବାକୁ ଚାହୁଁନି । ପ୍ରଶାନ୍ତକୁ ବି ତାଗିଦ୍ ବସ୍ତିକୁ ନ ଯିବାପାଇଁ ।

ପ୍ରଶାନ୍ତ କିନ୍ତୁ ପତ୍ନୀପ୍ରେମ ପାଇଁ ଗୋଟେ ଅବହେଳିତ ସମାଜ ତଣ୍ଟିରେ ଗୋଡ ରଖି ଉଦ୍ଧ୍ୱର୍କୁି ଉଠିବାକୁ ଚାହୁଁନି ; ସେ ଚାହୁଁଛି ପୂରା ସମାଜଟାକୁ ତା ସାଥୀରେ ନେଇଯିବ । ତେଣୁ ପତ୍ନୀର ଶତ ଆକଟ ସତ୍ତ୍ବେ ସେ ନିଜ ପଣି ଜେଜେଙ୍କ ଅମଳର ସେଇ ଅସନା ବସ୍ତିକୁ ଯାଏ । ତାର ଦାଦା, ମଉସା, ପିୟୁସା ଲେଖା ଲୋକ ସବୁ ତାକୁ “ବାବୁ ବାବୁ” ଡାକିଲେ ସେ ବାରଣ କରି କହେ “ପ୍ରଶାନ୍ତ” ଡାକିବାକୁ । ସେମାନଙ୍କ ପିଲାମାନଙ୍କୁ ପାଠ ପଢାନ୍ତୁ ବୋଲି ବୁଝାଏ । ନିଜ ରୋଜଗାରକୁ ମଦମାଂସରେ ନ ସାରି ପିଲାଙ୍କ ପାଠପଢା ତଥା ପରିବାର ପାଇଁ ଖର୍ଚ୍ଚ କରନ୍ତୁ ବୋଲି କହେ । ବସ୍ତିର ମଇଳା ଅସନା ଦୁର୍ଗନ୍ଧମୟ ପରିବେଶ କିପରି ଏକ ସୁସ୍ଥ ସୁନ୍ଦର ପରିବେଶର ରୂପ ନେବ ତା’ର ନକ୍ସା କରେ । ଯେଉଁ ଜାତିଗତ ସଂରକ୍ଷଣବାଦରେ ତାର ପରିବାର ଆଜି ଭୂମିରୁ ଭୂମା ଯାଏଁ ପହଞ୍ଚି ପାରିଛି,ତାରି ଆଧାରରେ ସେ ସମଗ୍ର ଜାତିକୁ ଭୂମାଷ୍ପର୍ଶ କରିବାର ସୁଯୋଗ କାହିଁକି ନଦେବ? ସଂରକ୍ଷଣବାଦର ସୁଯୋଗ କେବଳ ଗୋଟିଏ ପରିବାର କାହିଁକି ଉଠାଇ ଚାଲିଥିବ?? ତେଣୁ ପ୍ରଶାନ୍ତ ଗୋଟିଏ ସ୍ୱଅବହେଳିତ ସମାଜର ଉତ୍ଥାନ ପାଇଁ ସଂକଳ୍ପ ନେଇଛି ।

ବସ୍ତି ପିଲାଙ୍କ ପାଠପଢାର ଦାୟିତ୍ୱ ସେ ନେଇଛି । ସରକାରଙ୍କ ସ୍ୱଛ ଭାରତ ଅଭିଯାନ ଯେଉଁମାନଙ୍କ ପ୍ରତ୍ୟକ୍ଷ ସଂଶ୍ଳିଷ୍ଠରେ ସଫଳ ହେବାକୁ ଯାଉଛି, ସେମାନେ ନିଜେ କାହିଁକି ଅସ୍ୱଛ ହୋଇ ରହିଥିବେ! ଏକ ଶିକ୍ଷିତ ସମାଜ ହିଁ ସ୍ୱଛତାକୁ ଠିକ୍ ଭାବେ ବୁଝିପାରିବ ଓ ନିଜର ଅଧିକାରକୁ ସାବ୍ୟସ୍ଥ କରିପାରିବ । ସେଦିନ ହୁଏତ ସେ ନଥବ, ଯେଉଁଦିନ ତାର ଏ ଛୋଟିଆ ଉଦ୍ୟମ ତା ଜାତିକୁ ଏତେ ଆଗକୁ ନେଇଯାଇଥବ ଯେ ଜାତିଗତ ସଂରକ୍ଷଣବାଦର ବୋଝକୁ ଏ ଜାତି ଆଉ ଉଠାଇବାକୁ ପ୍ରସ୍ତୁତ ନଥିବ ବରଂ ଦାବି କରିବ କେବଳ ସଂରକ୍ଷଣବାଦ ପାଇଁ ଏଇ ଜାତିକୁ ଅସବର୍ଣ୍ଣ ଆକ୍ଷେପ କରାନଯାଉ । ଏ ଜାତି ଏବେ ସବର୍ଣ୍ଣଙ୍କ ସହ ସଂପୂର୍ଣ୍ଣ ସମକକ୍ଷ । ଏ ଜାତି ତତ୍କାଳୀନ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବ ଯେ ସଂରକ୍ଷଣ ଆଢୁଆଳରେ ସମାଜରେ ଏ ସବର୍ଣ୍ଣ-ଅସବର୍ଣ୍ଣ ପ୍ରାଚୀର ସେମାନଙ୍କର ଦରକାର ନାହିଁ । ସରକାର ଏ ପ୍ରାଚୀର ଭଗ୍ନ କରି ଘୋଷଣା କରନ୍ତୁ ସମାଜରେ କୌଣସି ସବର୍ଣ୍ଣ-ଅସବର୍ଣ୍ଣ ଜାତି ନାହିଁ ; ଅଛି କେବଳ ମାନବ ଜାତି !

ଯା’ ମନରେ ଏତେବଡ ଜାତି ପାଇଁ ଏତେ ବଡ ସମାଜ ପାଇଁ ଏତେ ବଡ ପରିବର୍ତ୍ତନର ଯୋଜନା ଅଛି, ସେ କ’ଣ ତା’ର ଏକମାତ୍ର ସ୍ନେହକାଙ୍ଗାଳୀ ପତ୍ନୀଟିକୁ ପରିବର୍ତ୍ତନ କରିପାରିବନି? ସ୍ମିତାର ମନକୁ ଜିଣିବା ପାଇଁ ସେ ଅଧରରେ ସ୍ମିତହାସ୍ୟଟିଏ ତୋଳି କହିଲା, “ଠିକ୍ ଅଛି, ଆଜି ତମେ ମୋତେ ଖାଇବାକୁ ଦେବନାହିଁ ତ, ତାହାଲେ ଆଜି ମୁଁ ତମକୁ ଖାଇବକୁ ଦେବି” । ପ୍ରଶାନ୍ତ ଖାଇବା ବାଢିବାକୁ ଗଲାବେଳେ ସ୍ମିତା କହିଲା, “ଥାଉ ଥାଉ । ଆଉ ଏତେ ପଟେଇବା ଦରକାର ନାହିଁ । ବସ ମୁଁ ଖାଇବାକୁ ବାଢୁଛି” ।

ଶୁଭକାନ୍ତ ସାହୁ

ଦେଉଳପଲ୍ଲୀ , କଳମ୍ବ, ପୋଲସରା, ଗଂଜାମ

ପିନ: ୭୬୧୧୦୫

ମୋବାଇଲ୍ :୯୮୬୧୭୩୨୨୫୬

E-mail: sahusubhakanta@gmail.com


Rate this content
Log in

Similar oriya story from Inspirational