Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Abstract Drama Inspirational

4.2  

Anita Jena

Abstract Drama Inspirational

ବୟସର ଅପରାହ୍ନ ରେ ନିରବତା ର ଝଡ଼

ବୟସର ଅପରାହ୍ନ ରେ ନିରବତା ର ଝଡ଼

4 mins
375



ସମୟ ରାତି ପ୍ରାୟ ସାଢେ଼ ଆଠଟା । ଶୀତ ଦିନ, 

ମନ ଟା ମାରି ଘର ର ଚଉକଠ କୁ ଆଉଜି ବସିଛି ଶାନ୍ତି ଆଈ । ତା ଘର ଦେଇ ବଜାର ଯାଉ ଯାଉ ଅଟକି ଗଲା ସୁକୁଟା । ସାଇକେଲ କୁ ଥୋଇ ଦେଇ ପାଖରେ ଗଲା ଶାନ୍ତି ଆଈ ପାଖକୁ , ପାଖରେ ବସି ପଚାରିଲା ଆଈ ଏ ଆଈ ଏମିତି ଶୀତ ଟା ରେ ବାହାରେ କଣ ପାଇଁ ବସିଛୁ? ବସିଛୁ ତ ବସିଛୁ ଦେହ ରେ ଶୀତ ବସ୍ତ୍ର ବି ଟିକେ ନାହିଁ । ଆଈ କହିଲା ଆରେ ସୁକୁଟା କିରେ ? କୁଆଡ଼େ ଯାଉଛୁ ? 


- ଏଇ ବଜାରକୁ ଯାଉଛି । କାଲି ମାମୁଁ ଆସିବେ ତ ବୋଉ କହିଲା ବଜାର ଯାଇ ଟିକେ ସଉଦା ନେଇ ଆସିବାକୁ । ତୋର କଣ ଆଣିବାର ଅଛି କି ? 


- ନାଇଁ ରେ ପୁଅ, ମୋର କଣ ଆଣିବୁ ? କାଲି ଟିକେ ତତେ ତର ହେଲେ ସେ ଡାକଘର କୁ ଯିବୁ କି ! 


- ଆଲୋ ଆଈ ଡାକଘରୁ ତୋର କଣ ଆସିବ ? 


- ଏଇ ମୋ ସନିଆ କାଳେ କିଛି ଚିଠି ଦେଇଥିବ, ଆଉ ପୁନିଆ, ପୁରବୀଙ୍କୁ ଖବର ଦେଇଥିଲି ଦେହ ଟା ଭଲ ନାହିଁ ବୋଲି । ହେଲେ ପାଞ୍ଚ ଦିନ ହେଇଗଲା କାଇଁ କିଏ ଟିକେ ଆସୁ ନାହାନ୍ତି । 


- ହଁ ମ ଆଈ ତୁ ଯାହା ଭାବେ, ତୋର ଦି ଦି ଟା ପୁଅ ହେଲେ କାହାରି ଟିକେ ଚିନ୍ତା ନାହିଁ , ଘରେ ବୁଢୀ ମା ଟା ଶୀତ ରେ ଥରୁଛି, ଦେହ ଭଲ ନାହିଁ ସେ କଥାକୁ ଟିକେ ବି ଖାତିର ନାହିଁ । 


- ନାଇଁ ରେ ସୁକୁଟା , କାମ ଥିବା ତ ସେଥିପାଇଁ ଆସି ପାରି ନାହାଁନ୍ତି ନହେଲେ ମୋ ପୁଅ ଦି ଟା ମୋତେ ମନ ପକାଉ ଥିବେ ଯେ ।

 

ସୁକୁଟା ଆଉ କିଛି ନ କହି ମନେ ମନେ କହିଲା ଧନ୍ୟ ଲୋ ତୁ , ହଁ ମା ହେଇ ଛୁଆ ଙ୍କ ର ଦୋଷ ବି କେମିତି ଦବୁ? ଏ ବୟସ ର ଅପରାହ୍ନ ରେ ନିରବତା ର ଝଡ଼ ଠିକ୍ ଦେଖା ଯାଇ ତୋର ଏ ବିସର୍ଣ୍ଣ ମୁହଁ ରେ । 

  ହଉ ଆଈ ତୁ ଯାଆ ଭାରି ଘର ଭିତରକୁ, ମୁଁ ଯାଉଛି ନହେଲେ ସିଆଡେ ଦୋକାନ ବନ୍ଦ ହେଇଯିବ । କାଲି ସକାଳୁ ମୁଁ ଯାଇ ଡାକଘରୁ ତୋ ଚିଠି ବାବଦ ରେ ବୁଝି ଆସିବି । 


- ହଉ ରେ ପୁଅ ହଉ ଠାକୁର ତୋର ମଙ୍ଗଳ କରନ୍ତୁ । ତୁ ଯା ମୁଁ ବି ଯାଉଛି କଣ ଦି ଟା ଫୁଟେଇ ଖାଇ ଦେଇ ଶୋଇ ପଡିବି । 

  ସୁକୁଟା ସାଇକେଲ ଚଢି ବାହାରିଲା ବଜାର କୁ ।ଯିବା ବାଟ ରେ ଖାଲି ତା ଆଖି ଆଗରେ ନାଚି ଉଠୁ ଥାଏ ଶାନ୍ତି ଆଈ ର ସେ ଶୁଖିଲା ମୁହଁ । ଭାବୁ ଥାଏ ସୁକୁଟା ସତରେ କେତେ ସ୍ୱାର୍ଥପର ଏ ଦୁନିଆ, ପର ତ ପର ନିଜ ଲୋକ ବି ସ୍ବାର୍ଥ ସରିଗଲେ ଭୁଲି ଯାନ୍ତି । ଏଇ ଶାନ୍ତି ଆଈ କେତେ ଭଲ ନ ପାଇଥିଲା ତାର ସେ ତିନି ଛୁଆ ଙ୍କୁ । ନିଧି ଅଜା ବଡ଼ ଚାକିରୀ ଖଣ୍ଡେ କରିଥିଲେ । ଶାନ୍ତି ଆଈ ର ଠାଣ ସେତେବେଳେ କାହିଁ ରେ କଣ ! ତିନି ଛୁଆ ଙ୍କୁ ଭଲ ଖାଇବା, ଭଲ ପିନ୍ଧେଇ ଦେବା, ଭଲ ସ୍କୁଲ୍ ରେ ପଢ଼େଇବା ସବୁ କଥା କୁ ବେଶ୍ ପ୍ରାଧାନ୍ୟ ଦେଉଥିଲା ସେ । ଆମେ ନିଜେ ଦେଖିଛୁ ଛୁଆ ଗୁଡା କେମିତି ଶାନ୍ତି ଆଈ ର କାନି ଧରି ବାଟ ଚାଲୁଥିଲେ ।ଶାନ୍ତି ଆଈ ସବୁବେଳେ କୁହେ ମୋ ପୁଅ ଦି ଟା ଭାରି ଭଲ, ଦେଖିବ ବୁଢୀ କାଳ ରେ ଏମାନେ ମତେ ରାଣୀ କରି ରଖିବେ । ଖାଲି ଶୋଇବି ଆଉ ବୋହୂ ମାନେ ମୋର ଟିକେ ସେବା କରିବେ । କିଛି ବର୍ଷ ପରେ ହଠାତ୍ ଦିନେ ଦୁର୍ଘଟଣା ରେ ନିଧି ଅଜା ସ୍ଵର୍ଗବାସ କଲେ । ସେଥିରେ ବି ଶାନ୍ତି ଆଈ ଭାଙ୍ଗି ପଡ଼ିଲା ନାହିଁ । ପୁଅ ଦି ଟା ଙ୍କୁ ବିଲ ବାଡ଼ି ବିକି ପାଠ ପଢ଼େଇଲା , ଝିଅ କୁ ବାହା ଦେଲା ଭଲ ଘର ଦେଖି । ପୁଅ ଦି ଟା ଭଲ ଭଲ ଚାକିରୀ କଲେ । ସମୟ ଦେଖି ପୁଅ ଦୁହିଁ ଙ୍କୁ ବି ବାହା କରେଇ ଦେଲା ଆସୁ ଭାବିଲା ଶାନ୍ତି ରେ ନିଃଶ୍ୱାସ ମାରିବ । ହେଲେ ସମୟ ର ଚକ୍ର ରେ ତାର ସବୁ ଆଶା ଆଶା ରେ ହିଁ ରହିଗଲା। ପୁଅ ବୋହୂ ମିଶି ମିଟିଂ କଲେ ସହର ରେ ଯାଇ ରହିବେ , ହେଲେ ସେଠି ବୁଢୀ ମା କୁ ନେଇ କିଏ ରଖିବ ! ଆଉ ତାଙ୍କର ଦେଖା ଶୁଣା କିଏ କରିବ । ବଡ଼ ପୁଅ ଆସି କହିଲା ବୋଉ ତୁ ଏଠି ରହ ,ଆମ ମଝିରେ ମଝିରେ ଆସି ତତେ ଦେଖା କରିବୁ ସେଠି ତୁ ଚଳି ପାରିବୁ ନାହିଁ ସହର ଜାଗା ତ । ତୋର ଅଭ୍ୟାସ ନାହିଁ ଦେହ ଖରାପ ହବ । ଆମେ ସବୁ ସପ୍ତାହରେ ଆସି ଦି ଦିନ ରହି ତୋ ପାଖରେ ଯିବୁ । ଶାନ୍ତି ଆଈଙ୍କୁ ଏତେ ଛନ୍ଦ କପଟ ବା କାହୁଁ ଜଣା ? ପୁଅ ବୋହୂ ଙ୍କ ନିଷ୍ପତ୍ତି କୁ ମାନି ନେଲା ।ଦି ସପ୍ତାହ ଖଣ୍ଡେ ସମସ୍ତେ ଆସିଲେ ହେଲେ ତା ପର ଠୁ ଗୋଟିଏ ଲୋକ ଆସି ଦେଇ ଦେଇ ଯାଏ କିଛି ସଉଦା ଆଉ କିଛି ପନିପରିବା । ହେଲେ କିଛି ମାସ ପରେ ସେ ସବୁ ବି ବନ୍ଦ୍ । ଶାନ୍ତି ଆଈ ଚାହିଁ ବସିଛି କାଇଁ କିଏ ଆସୁ ନାହାନ୍ତି ବୋଲି ।ନା ତା ପାଖରେ ଅଛି ଫୋନ୍ ଟିଏ ନା ଆଉ କିଛି ମାଧ୍ୟମ । 

  ବିଚାରୀ ଆଈ ନିଜ ହାତ ରେ ରୋଷେଇ କରି ଦର ଫୁଟା ଖାଇବା ଖାଇ ଦେଇ ଘର ଦୁଆରେ ଅପେକ୍ଷା କରି ରହୁଛି ପୁଅ , ଝିଅ ଆଉ ବୋହୂ ମାନଙ୍କ ଫେରିବା ବାଟ କୁ । ବଞ୍ଚି ରହିଛି ବୟସର ଅପରାହ୍ନ ରେ ଏକୁଟିଆ ପଣ କୁ ସାଙ୍ଗ କରି । ଗାଡ଼ିର ଶବ୍ଦ ଶୁଣିଲେ ଧାଇଁ ଯାଏ କୋଶ ଦୂର କାଳେ ତା ପୁଅ ବୋହୁ ଫେରିଲେ କି ହେଲେ ନା ପୁଣି ଥରେ ଫେରି ଆସେ ନିଜ ବସା କୁ ନିରାଶ ହେଇ । କୋଉ ଦିନ କେଜାଣି ଠାକୁର ତାର ଡାକ ଶୁଣିବେ ଆଉ ତା ପୁଅ ବୋହୂ ଆସିବେ ଟିକେ ତା ପାଖକୁ । ଏଇ କିଛି ଦିନ ତଳେ କଣ ହେଲା କେଜାଣି ପଡି ଗଲା ତଳେ , ଗାଁ ପିଲା ନେଇ ଗଲେ ମେଡିକାଲ୍ , ତିନି ଘଣ୍ଟା ପରେ ହୋଶ୍ ଆସିଲା , ସହର ରେ ରହୁଥିବା ରଘୁ ନନା ଙ୍କୁ ଫୋନ୍ କରି କୁହା ହେଲା ଶାନ୍ତି ଆଈ ର ଦେହ ଖରାପ କଥା ତା ପୁଅ ମାନଙ୍କୁ ଜଣେଇ ଦେବାକୁ । ସେ ଜଣେଇ ଦେଇଛି ବୋଲି କହିଲା ହେଲେ ଆଜି ଯାଏଁ ତାଙ୍କର ଦେଖା ନାହିଁ । 

  ହଠାତ୍ ଗାଡ଼ି ହର୍ଣ ରେ ସୁକୁଟା ଭାବନା ରାଇଜରୁ ବାହାରି ଆସିଲା । ସେ ଆସି ବଜାର ରେ ପହଞ୍ଚି ଗଲାଣି ବୋଲି ତାର ଆଉ ନିଘା ନାହିଁ । ଦୋକାନ ରୁ ସବୁ ସଉଦା କିଣି ଘରକୁ ଫେରିଲା ସେ, ଫେରିବା ବେଳେ ବି ଚାହିଁ ଚାହିଁ ଆସୁ ଥାଏ ଶାନ୍ତି ଆଈ ର ଘର ଆଡ଼କୁ । ମନେ ମନେ କହୁଥାଏ ସତରେ ଯଦି ଥରୁ ଟେ ତା ପୁଅମାନଙ୍କ ସହ ମୋର ଦେଖା ହୁଏ ପଚାରିବି ଖାଲି ଏଇ ଯୋଉ ଚାକିରୀ , ଟଙ୍କା ଆଉ ପଦବୀର ଜୋର୍ ତମେ ମାନେ ଦେଖାଉଛ ସେ ସବୁ କାହା ପାଇଁ ? ଯୋଉ ମା ନିଜେ ନ ଖାଇ ତମ ମାନଙ୍କୁ ବଡ଼ କରିଛି, ତାର ଶେଷ ଅବସ୍ଥାରେ ତାକୁ ପାଦରେ ଆଡେଇ ସ୍ତ୍ରୀ ପିଲାଙ୍କ ସହ କେମିତି ରହିଛ ତମେ ସବୁ ? ଶାନ୍ତି ଆଈ ଭଳି ମା ତମ ମାନଙ୍କୁ ଦେଇ ଠାକୁର ବଡ଼ ଭୁଲ୍ କରିଛନ୍ତି ବଡ଼ ଭୁଲ୍ । 


Rate this content
Log in

More oriya story from Anita Jena

Similar oriya story from Abstract