Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Tragedy Fantasy

3  

Saroj Kumar Jena

Tragedy Fantasy

ମୁଁ ହଜାର ପ୍ରେମିକଙ୍କ ପ୍ରେମିକା

ମୁଁ ହଜାର ପ୍ରେମିକଙ୍କ ପ୍ରେମିକା

8 mins
12.2K


          

କଟକ ଚୌଧୁରୀ ବଜାରରେ ମାମୁଁଙ୍କ ପାଖରେ ରହି ସୁଦାମ ଫଳ ବେପାର କରି ଆଜି ଗୋଟେ ଭଲ ଚଳନ୍ତି ଚଳୁଛି ।ଯାହା ଦୁଇ ପଇସା ହେଉଛି ।ପରିବାର ସେଥିରେ ଗୁଜୁରାଣ ମେଣ୍ଟାଉଛନ୍ତି । ଆଜିକାଲି ଚାକିରି ପଛରେ ସେ ନ ଗୋଡ଼େଇ ଏହି ଧନ୍ଦାକୁ ଆପଣେଇ ନେଇଥିଲା ।


  କିଛି ଦିନ ଗଲା ପରେ ନିଜ ଗାଁ ଆଠଗଡ଼ର ସୁବର୍ଣ୍ଣପୁରକୁ ଆସିଲା କିଛି ଦିନ ରହି ଯିବ ବୋଲି ଆସିଥିଲା । ଗାଁ ପିଲା ସୁଦାମକୁ ଦେଖି ବହୁତ ଖୁସି ହେଇ ଯାଉଥିଲେ । କଣ ଭାଇ ଏତେ ଦିନ ପରେ ଗାଁ କଥା ମନେ ପଡ଼ିଲା ।ସୁଦାମ କହୁଥାଏ ନା ରେ ଏଇ ଏମିତି ଟିକିଏ ବ୍ୟସ୍ତ ରହୁଛି 

ପିଲାମାନେ କହିଲେ ଭାଇ ଆଉ ଚାଲ ଆଜି ଟିକିଏ କଲେଜ ଆଡେ ବୁଲି ଆସିବା ।ସୁଦାମ କହିଲା ହେ ମୋତେ ସେହି କଥା ବିଲକୁଲ କୁହନି ।ଏଇ ଦେଖୁନ ମୁଁ ଯୁକ୍ତ ଦୁଇ ପଢ଼ି କେତେ ତାଡ଼ି ପକେଇଲି । ଏମିତି କହି କହିଲା ତୁମେ ସବୁ ଯାଅ । ମୁଁ ଯାଉଛି ଛକକୁ ଯିବି କିଛି ଘର ପାଇଁ ସଉଦା କିଣି ଧରି ଆସିବି । ସଉଦା ପାଇଁ ଯାଇ କିଛି ସାଙ୍ଗଙ୍କ ସହିତ ବସି ଗୋଟିଏ ଚାହା ଦୋକାନରେ ଚାହା ପିଉଥାଏ ।

ହଠାତ୍ ସମ୍ମୁଖ ବହି ଦୋକାନକୁ ଗୋଟିଏ ଝିଅ ଆସିଲା ସାଇକେଲ ଧରି । ସୁଦାମ ବୁଲି ଦେଖେତ ତାକୁ ସେ ଝିଅ ସୁଦାମକୁ ଦେଖି କିଛି ସମୟ ଚାହିଁ ରହିଲା ଆଉ ଶେଷରେ ହସି ଦେଇଗଲା । ଏଇ କଥା କିନ୍ତୁ ସେ କାହାର ସାଙ୍ଗ ମାନଙ୍କୁ କହୁନଥାଏ ।ସେଦିନ ଗଲା ପରେ ତାର ପର ଦିନ 

ପିଲାଙ୍କ ସହିତ ଗାଁ ମୁଣ୍ଡ ପଡ଼ିଆ ଆଡେ ସୁଦାମ ଯାଇଥାଏ ଖେଳିବାକୁ । ସନ୍ଧ୍ୟା ସମୟରେ ଫେରି ଆସିଲା ବେଳକୁ ପୁନଶ୍ଚ ସେହି ଝିଅକୁ ଦେଖିଲା ।ପୁଣି ସେ ଝିଅ ହସି ଦେଇ ଘର ଭିତରକୁ ଚାଲିଗଲା । ସେଦିନ ସୁଦାମ ଜାଣିବାକୁ ପାଇଥିଲା ଏହି ଝିଅଟି ଆମ ଗାଁର । ଏହି ସୁବର୍ଣ୍ଣପୁର କଲେଜ୍ ରେ ପାଠ ପଢୁଛି । ଘର ଉପର ସାହିରେ ରମେଶ ମାଝି ଝିଅ ,ନାଁ ତାର ଋତୁପର୍ଣ୍ଣା ମାଝି ।


   ଚାରି ପାଞ୍ଚ ଦିନ ଗଲା ପରେ ଦିନେ ସୁଦାମ କଲେଜ୍ ବାଟ ଦେଇ ଯାଉଥାଏ ।ସେହି ସମୟରେ ସେ ଝିଅକୁ ଦେଖିଲା ଆଉ ଯାଇ ପଚାରିଲା ।ତୁମେ ମୋତେ କାହିଁକି ଏମିତି ଦେଖିକି ହସୁଚ । ମୁଁ କିଛି କଣ କରିଛି କି ? ଏହା ଶୁଣି ପୁଣି ଋତୁ ହସିଦେଲା ।ଏମିତି ରେ ସୁଦାମ ପୁଣି ଆଚମ୍ବିତ ହୋଇଗଲା । ଆଉ କହିଲା ଆରେ ଏ କଣ ମୁଁ କଣ ପଚାରୁଛି ପରା । ଋତୁ କହିଲା ହଁ ତୁମେ କରିଛ ଗୋଟେ ଚୋରି ।ସୁଦାମ ଶୁଣି କହିଲା ମୁଁ ପୁଣି ଚୋରି ।ତୁମ ମୁଣ୍ଡ ଖରାପ ନା କଣ ।ଋତୁ କହିଲା ତୁମେ ବା ମୋ ମନ ଚୋରି କରିଛ । ସୁଦାମ କହିଲା ତୁମେ ଏମିତି କଣ ଦେଖିଲ ଯେ ମୋତେ ଏତେ ପସନ୍ଦ କରୁଛ । ଏମିତି କହି ସୁଦାମ ଠାରୁ ଫୋନ ନମ୍ୱର ମାଗି ନେଇ ଗଲା ।ଆଉ କହିଲା ରାତିରେ ମୁଁ ଫୋନ କରିବି ।ମୋ ଫୋନ ଉଠେଇବ ।ଏହା ଶୁଣି ସୁଦାମ ଜଳ ଜଳ ହୋଇ ଚାହିଁ ରହିଥାଏ । ମନେ ମନେ ଭାବିଲା ମୁଁ ଏହା ସ୍ବପ୍ନ ଦେଖୁନି ତ ! 


  ରାତି ହେଲା ଋତୁ ଫୋନ କଲା ଆଉ ସୁଦାମ ଉଠେଇ କଥା ହେଲା ।ଋତୁ କହିଲା ମୁଁ ତୁମକୁ ଭାରି ଭଲ ପାଏ ।ଆଉ ବାହା ହେବାକୁ ଚାହେଁ । ତୁମେ କହିଲ ସୁଦାମ ମୋତେ ତୁମେ ଭଲ ପାଅ ନା ନାହିଁ ।ସୁଦାମ କହିଲା ମୋ ଠାରେ ଏମିତି କଣ ଦେଖିଲ ଯେ ।ଗୋଟେ ଗରିବ ପୁଅକୁ ଭଲ ପାଇ ବସିଲ ।ତୁମେ ତ ଆମଠାରୁ ବହୁତ ଭଲ ଘରର ଝିଅ ।ଅମାପ ସମ୍ପତି ତୁମର ।ଆମେ ଗରିବ ଅସହାୟ । ମା ଟି ମୋର ରୋଗଣି ।ବାପା ତ ଆର ପାରିକୁ ଚାଲିଯାଇଛନ୍ତି ।

ଏହା ଶୁଣି ଋତୁ କହିଲା ତୁମେ ଏ କଣ କହୁଛ ।ମୁଁ ତୁମ ଗୁଣ କୁ ଦେଖି ଭଲ ପାଇଛି ।ସୁଦାମ କହିଲା ତୁମେ ସତ କହୁଚ ।ଋତୁ କହିଲା ହଁ ମୁଁ ସତ କହୁଛି ।ସୁଦାମ କହିଲା ହଉ ଠିକ୍ ଅଛି । ତାହାଲେ ମୋତେ କେବେ ଠକିବନି ।ଋତୁ କହିଲା ନାଇଁ କେବେ ନୁହେଁ ।


  ଧିରେ ଧିରେ ଉଭୟ ଙ୍କ ପ୍ରେମ ଚାଲିଲା ।ତତ୍ ସହିତ ସୁଦାମ କଟକ ଯାଇ ପୂର୍ବ ଭଳି ଫଳ ବେପାର କରୁଥାଏ ।ରାତିରେ ମଝିରେ ମଝିରେ ଫୋନ କରି କଥାହୁଏ ।କିନ୍ତୁ ଦିନ ତମାମ ବେପାର ରେ ଫାଙ୍କା ସିନା ମିଳିଲେ ଫୋନ କରନ୍ତା ।କିଛି ଦିନ ଗଲା ପରେ ପ୍ରାୟ ରାତିରେ ସୁଦାମ ସହିତ ଆଗ ଭଳି କାଇଁ ଆଉ ସୁଦାମ ପାଖକୁ ଫୋନ ଆସୁନଥାଏ । ସୁଦାମ କିଛି ଜାଣି ପାରିଲା ନାହିଁ ।


  କିଛି ଦିନ ଗଲା ପରେ ଗାଁ କୁ ଆସିଲା ସୁଦାମ ଟିକିଏ ବୁଲା ବୁଲି କରି ରୋଗଣା ମା କୁ ଟିକିଏ ଦେଖା କରି ଯିବ ।

ଗୋଟେ ଦିନ ସକାଳୁ ଫୋନ୍ କଲା ଋତୁ ଆଜି ଟିକିଏ ଦେଖା ଦିଅନ୍ତ ନାହିଁ ।ମୁଁ ବା ଗାଁ କୁ ଆସି ଚି ।ତୁମକୁ ପ୍ରାୟ ଦିନ ହେବ ଦେଖିନାହିଁ ।ମୋତେ ଜମା ଭଲ ଲାଗୁନାହିଁ ।ଏମିତି ରେ ଋତୁ କହିଲା ନା ମୁଁ ଆଜି ଟିକିଏ ବ୍ୟସ୍ତ ଅଛି ।ମୁଁ ଯାଇ ପାରିବି ନାହିଁ ।ମୋର ଟିକିଏ ଆଖି କୁଣ୍ଡେଇ ହେଉଛି ଆଠଗଡ଼ ମେଡିକାଲ ଟିକିଏ ଆସିଛି ।ସୁଦାମ କହିଲା କାହା ସାଥିରେ ଯାଇଛ ।ଋତୁ କହିଲା ସାନୁ ଭାଇ ସାଥିରେ ।ସୁଦାମ ଶୁଣି ଏ କଥା କହିଲା ସେ କିଏ ।ଋତୁ କହିଲା ସେ ମୋ ଭାଇ ହେବ ।ମୋ ବୋଉ ତାକୁ ପୁଅ କରିଛନ୍ତି ।ସୁଦାମ କହିଲା ଆଛା ହେଉ ।


  ମଝିରେ ମଝିରେ ସୁଦାମ ସାଥିରେ କଥା ହେଉଥାଏ ଋତୁ ।

କିଛିଦିନ ଗଲା ପରେ । ସୁଦାମ ପଚାରିଲା ସତ କହିବ ଋତୁ ମୋ ପୂର୍ବରୁ ତୁମେ ଆଉ କାହାକୁ ମନ ଦେଇନଥିଲ ।ଋତୁ କହିଲା ହଁ ସତ କହୁଚି ମୋ ବାପା ରାଣ ଖାଇ ମୁଁ ଦୁଇ ଜଣ ମୋତେ ପ୍ରେମରେ ଠକି ଛନ୍ତି କିନ୍ତୁ ତୁମ ଭଳି ପିଲା ପାଇଲା ପରେ ତାଙ୍କୁ ଘୃଣା ମୁଁ କରି ତାଙ୍କୁ ମୋ ଜୀବନ ରୁ ଦୂରେଇ ଦେଇଛି ।ସୁଦାମ କହିଲା ତୁମେ ସତ କହୁଛ ।ଋତୁ କହିଲା ତୁମେ ମୋତେ ଅବିଶ୍ବାସ କରୁଛ କି । ସୁଦାମ କହିଲା ନାଇଁ ଯେ । ଋତୁ କହିଲା ଆଉ ତାହାଲେ କଣ ।ମୋତେ ଗ୍ରହଣ କରିବନି ।ସୁଦାମ କହିଲା ନାଇଁ ସେମିତି କିଛି ନାହିଁ ।ତୁମେ ମୋ ଜୀବନ ।


  ଦିନେ ସୁଦାମ ସାଙ୍ଗ ମାନେ ସନ୍ଧ୍ୟାବେଳେ ଅଂଶୁପା କୂଳରେ ବସିଥାନ୍ତି ।ଆଉ ସୁଦାମ କୁ ପଚାରିଲେ ।ଆରେ ଆମେ କଣ ଶୁଣୁଛୁ ।ତୁ କାହାକୁ ଗୋଟେ ଭଲ ପାଉଛୁ ।ସୁଦାମ କହିଲା ନାଇଁ ମ ସେ କିଛି ନୁହଁ । ଆଉ ଏମିତି କହି ସୁଦାମ ନିଜ ସାଙ୍ଗ ରୋହନକୁ କହିଲା ଟିକିଏ ମୋବାଇଲ୍ ଟା ଦେଲୁ ।ମୋ ଫୋନ ଆଣିନି ଟିକିଏ ଘରକୁ କଲ୍ କରିବି

 ସେଠୁ ସୁଦାମକୁ ରୋହନ ଫୋନ୍ ଦେଲା ।ସେହି ସ୍ଥାନରୁ ଟିକିଏ ଦୂରେଇ ଋତୁ ନମ୍ୱର ମାରି ଋତୁ ପାଖକୁ କଲ୍ କଲା ବେଳେ ଋତୁ ନମ୍ୱର ରୋହନ ମୋବାଇଲ୍ ରେ ସେଭ୍ ହୋଇଥିବା ଦେଖେଇଲା । ସେଠୁ ଆଉ ଫୋନ୍ ନ କରି ରହିଗଲା । ଆଉ ରାତିରେ ଫୋନ୍ କରି ପଚାରିଲା । ରୋହନ ତୁମର କଣ ହେବ କି । ଏମିତିରେ କହିଲା ସେ ଭାଇ ସାଙ୍ଗ ହେବ । ଋତୁ କହିଲା ତୁମେ ଏ ପ୍ରଶ୍ନ କାହିଁକି ପଚାରୁଛ ।ସୁଦାମ କହିଲା ନାଇଁ ସେ କିଛି ନାହିଁ । ଋତୁ କହିଲା ତୁମେ ମୋତେ ସନ୍ଦେହ କରୁଛ ନା କଣ ।ସୁଦାମ କହିଲା ନାଇଁମ ମୁଁ କିଆଁ ସନ୍ଦେହ କରିବି ।


 ପ୍ରାୟ ଦଶ ବାର ଦିନ ଗଲା ପରେ ଚାରି ପାଞ୍ଚଜଣ ସାଙ୍ଗ ଅଂଶୁପା ତୋଟା ରେ ଭୋଜି କରୁଥିଲେ ।ସୁଦାମ ର ସାଙ୍ଗ ଦେବବ୍ରତ କହିଲା ଆରେ ସାଙ୍ଗ ବହୁତ ଦିନ ପରେ ଆଜି ଗୋଟେ ମଜା କଥା କହିବି ।ସୁଦାମ କହିଲା କଣ ଦେବବ୍ରତ ନିଶା ରେ ଥାଇ କହିଲା ମୁଁ ଗୋଟେ ଝିଅକୁ ଭଲ ପାଉଛି ।ଆଉ ତା ସହିତ ଏମିତିରେ ଶାରୀରିକ ସଂପର୍କ ବି ରଖିସାରିଳିଣି ଏହି କଥା ଶୁଣି ସୁଦାମ କହିଲା ତୁ ଏ କଣ ସାଙ୍ଗ କହୁଛୁ ।ଝିଅଙ୍କ ଜୀବନ ସାଥିରେ ଏମିତି ଖେଳ ଖେଳିବା ଠିକ୍ ନୁହଁ ।ଦେବବ୍ରତ କହିଲା ।ଆରେ ମୁଁ ଜାଣିଛି ମୁଁ କଣ କରିବି ସେ ଝିଅ ତ ସବୁବେଳେ କାମନା ଚାହିଁଲା ।ଏହି କଥା ଶୁଣି ସୁଦାମ କହିଲା ତୁ ଏ କଣ କହୁଛୁ । ଦେବବ୍ରତ କହିଲା ଆସନ୍ତା ସୋମବାର ମୁଁ ତାକୁ କହିଛି ସେ ତାର ସାଙ୍ଗ ସାଥି ରେ ଧବଳେଶ୍ଵର ଆସିବ ତୋର ମୋର ଯିବା ଦେଖା କରିବା ପାଇଁ । ତୁ କଣ କହୁଛୁ କହ ସୁଦାମ କହିଲା ହଉ ଠିକ୍ ଅଛି ଯିବା ଆଉ । 

  

  ଏମିତିରେ ସେହି ଦିନ ସନ୍ଧ୍ୟାରେ ଅଂଶୁପା ପାର୍କରେ ଏକା ବସିଥାଏ ମନକୁ ମାରି କାହିଁକି ଆଗ ଭଳି ଋତୁ ସୁଦାମ ସହିତ କଥା ହେଉନି ଆଉ ଫୋନ୍ ପ୍ରାୟ ସମୟ ବ୍ୟସ୍ତ ଦେଖାଉଛି ।

ଠିକ୍ ଏହି ସମୟରେ ନିଜ ଗାଁ ସାଙ୍ଗ ରୋହନ ଆସିଲା ଆଉ କହିଲା ଆରେ ତୁ କଣ ଏମିତି ମନ ଦୁଃଖରେ ବସିଚୁ କଥା କଣ ।ସୁଦାମ କହିଲା ସେ କିଛି ନାହିଁ ।ଏମିତି ଟିକିଏ ବସିଥିଲି ।ଏହା ଶୁଣି ରୋହନ କହିଲା କହିବୁ ନା ନାଇ ।ସୁଦାମ ସଙ୍ଗେ ସଙ୍ଗେ କହିଲା ।ସମୟ ଆସୁ ଆପେ ମୁଁ ସବୁ କହିବି । ରାତି ହେଲା ଉଭୟ କିଛି ସମୟ ବସି ଘରକୁ ଗଲେ ।


  ସୋମବାର ଦିନ ସକାଳୁ ବୁଲେଟ ଧରି ଦେବବ୍ରତ ମୁଖ୍ୟ ରାସ୍ତାରେ ଠିଆ ହୋଇ ସୁଦାମକୁ ଫୋନ୍ କଲା ଆସେ ଶୀଘ୍ର ଯିବା ।ତାର କଥା ଶୁଣି ବେଗ ବାହାରି ସାଥି ହୋଇ ଗଲେ ଧବଳେଶ୍ଵର ।ଆଉ ସେଠି ପହଞ୍ଚି ଅପେକ୍ଷା କରି ରହିଲେ ଉଭୟ । ଏମିତିରେ ଦୁଇ ସାଙ୍ଗ ବସି କଥାହଉଥାନ୍ତି କେତେ ବେଶିକି ଆଉ ଆସିବେ । କିଛି ସମୟ ଗଲା ପରେ ଦେବେବ୍ରତ ପ୍ରେମିକା ତାର ସାଙ୍ଗ ସାଥିରେ ପହଞ୍ଚିଲା ।ଏହି ସମୟକୁ ଟିକିଏ ଅଲଗା ଆଡେ ବୁଲିବାକୁ ଚାଲିଯାଇଥିଲା ସୁଦାମ। ସେହି ସମୟରେ ଦେଵବ୍ରତର ପ୍ରେମିକା ପଚାରିଲା ତୁମେ ଏକା ଆସିଛ କି ? ଦେବବ୍ରତ କହିଲା ନା ନା ମୋର ସାଙ୍ଗ ମୋ ସହିତ ଆସିଛି ।


 କିଛି ସମୟ ପରେ ଆସି ପହଞ୍ଚିଲା ସୁଦାମ ଆଉ ଦେବବ୍ରତ କହିଲା ସୁଦାମ ତୁ ଦେଖେ ସେ ଯିଏ ପଛକୁ ମୁହଁକରି ଠିଆ ହୋଇଛି ଆଉ ତାର ସାଙ୍ଗ ସହିତ କଥା ହେଉଛି ସେ ମୋ ପ୍ରେମିକା ଋତୁ ।ଏମିତି କହି ଦେବବ୍ରତ ଡାକିଲା ଋତୁ ଋତୁ ।ଋତୁ ନା ଶୁଣି ପ୍ରଥମେ ସକ୍ ଲାଗିଲା ଭଳି ସୁଦାମ ମନରେ ହେଲା ।ସଙ୍ଗେ ସଙ୍ଗେ ଦେବବ୍ରତ କହିଲା ଏଇ ଦେଖ ଋତୁ ମୋ ସାଙ୍ଗ ଏହା ଶୁଣି ବୁଲି ଋତୁ ଦେଖେତ ଋତୁ ଓ ସୁଦାମ ଉଭୟ ଆଶ୍ଚର୍ଯ୍ୟ ହୋଇଗଲେ । ବେଶି କରି ସୁଦାମ ପାଦ ତଳୁ ମାଟି ଖସି ଗଲା ଭଳି ଲାଗୁଥାଏ । ସେ ବିଶ୍ୱାସ କରି ପାରିଲା ନାହିଁ । ଏହି ସମୟ ରେ ଦେବବ୍ରତ କହିଲା ତୁମେ କଥା ହେଉଥାଅ ମୁଁ କିଛି ଆଇସିକ୍ରିମ୍ ଧରି ଆସୁଚି ।ଏହା କହି ସେଠୁ ଦେବବ୍ରତ ଚାଲିଗଲା ।ଆଉ ଋତୁ ସାଙ୍ଗ ଶ୍ରାବଣୀ ମଧ୍ୟ ଗାଡ଼ି ପାର୍କିଂ କରିବାକୁ ଗଲା ।ଠିକ୍ ଏହି ସମୟରେ ସୁଦାମ କହିଲା ତୁମେ ତାହାଲେ ମୋ ସାଙ୍ଗ ଦେବବ୍ରତ ର ପ୍ରେମିକା । ବା ବା ରେ ପ୍ରେମିକା ମାନିବାକୁ ପଡ଼ିବ ତୁମ ବୁଦ୍ଧି କୁ ।ମୁଁ ଆଜି ଠିକ୍ ଜାଣି ପାରୁଛି କାହିଁକି ତୁମେ ମୋ ସହିତ ଭଲରେ କଥା ହୁଅନି ।ଆଉ କାହିଁକି ତୁମ ନମ୍ବର ବ୍ୟସ୍ତ ଦେଖାଏ ।ତୁମେ ଏତେ ତଳକୁ ଖସି ଗଲ ଋତୁ ।ମୁଁ ଦେଵବ୍ରତ ଠାରୁ ସବୁ ତୁମ ବିସୟରେ ଶୁଣିଛି ।ଶେଷରେ ତୁମେ କାମନା ଜ୍ୱାଳାରେ ଅନ୍ଧ ହୋଇ ମୋ ଭଳିଆ ପୁଅକୁ ଠକିଲ ।ଏହା ଶୁଣି ଋତୁ ହସି ହସି କହିଲା ।ଏ ସୁଦାମ ତୁ ଶୁଣି ରଖ ମୁଁ ମୋ ସ୍ୱାର୍ଥ ପାଇଁ ଆଜି ପାଲଟିଛି ହଜାର ପ୍ରେମିକଙ୍କ ପ୍ରେମିକା ।ମୋ ଭୋକ ପାଇଁ ତୋ ଭଳି ହଜାର ହଜାର ପୁରୁଷକୁ ପ୍ରେମ ଜାଲରେ ଫସେଇ ମୁଁ ମୋ ତୃଷ୍ଣା ମେଣ୍ଟାଉଛି ।ତୋ ପାଖରେ କଣ ଅଛି ।ଏହି ଦେଖେ ତୋ ଆଖି ସମ୍ମାନରେ ଗୋଟେ ପୋଲିସ ଅଫିସର ପୁଅକୁ ଫସାଇ ମୁଁ ତାର ଯୌବନ ଓ ଧନକୁ ଉପଭୋଗ କରୁଛି । ଏହା ଶୁଣି ସୁଦାମ କହିଲା ମୋତେ ଯେଉଁ କହିଥିଲ ବିବାହ କରିବା ପାଇଁ ।ତାହା କଣ ମିଥ୍ୟା ।ଋତୁ କହିଲା ସେ ସବୁ ମୋ ପାଇଁ ଗୋଟେ ଖେଳଘର ସଦୃଶ ବୁଝିପାରିଲୁ । ତୋତେ ଗୋଟେ କଥା କହୁଛି ମନେ ରଖ ଏହି କଥା ଦେବବ୍ରତକୁ ଜଣେଇବୁ ନାହିଁ ଜଣେଇଲେ ପରିସ୍ଥିତି ବହୁତ ଭୟଙ୍କର ହେବ ।


  ଭାରି ମନ ଦୁଃଖରେ ସେଦିନ କିଛି ଦେବବ୍ରତକୁ ନ ଜଣାଇ ଘରକୁ ଆସିଲା ।ଆଉ ରାତିରେ ମନ ଦୁଃଖରେ ଅଂଶୁପା ପାର୍କରେ ବସିଥାଏ । କିଛି ସମୟ ପରେ ରୋହନ ଆସିଲା ।ରୋହନ କହିଲା କଣ କିରେ ଆଜି ଭାରି ଉଦାସ ମନରେ ବସିଛୁ ।ସୁଦାମ କହିଲା କଣ କହିବି ସାଙ୍ଗ ଆଜି ମୋ ମନ ଭାରି ଭାଙ୍ଗି ପଡ଼ିଛି ।ଏହା ଶୁଣି ରୋହନ କହିଲା କଣ ହୋଇଛି କହ ।ସୁଦାମ କହିଲା ମୁଁ କହିଥିଲି ନା ଦିନ ଆସିଲେ ମୋ ପ୍ରେମ କଥା କହିବି ।ଆଜି ଶୁଣୁ ନିଜ ମୋବାଇଲ ରୁ ଋତୁ ଫଟୋକୁ ଦେଖାଇ କହିଲା ଉପର ସାହିର ଏହି ଝିଅକୁ ମୁଁ ଭଲ ପାଉଥିଲି ।ସେ ଆଜି ମୋତେ ପ୍ରତାରଣା ଦେଇଛି ।ମୋ ଜୀବନ ସହିତ ଖେଳ ଖେଳିଛି ।

ଏହା ଦେଖି ରୋହନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା ।ରୋହନ କହିଲା ତୁ କଣ କହୁଛୁ ସାଙ୍ଗ । ସରଳିଆ ଦେଖି ତୋତେ ବି ଠକିଛି ।ଆରେ ଏ ମୋ ସହିତ ବି ପ୍ରେମ କରୁଥିଲା ।ଏହି କଥା ଶୁଣି ସୁଦାମ କହିଲା ମୋ ଭାବନା ତାହାଲେ ଠିକ୍ ହେଲା ।ତୋତେ ଯେଉଁଦିନ ଫୋନ୍ ମାଗିଥିଲି ଥରେ ଘରକୁ କଲ୍ କରିବା ପାଇଁ ସେଦିନ ମୁଁ ଋତୁ ନମ୍ୱର ମାରିଲା ବେଳେ ତାର ନମ୍ବର ତୋ ଥିରେ ସେଭ୍ ଥିଲା ।କିନ୍ତୁ ତୋତେ କିଛି କହିନଥିଲି ।ଆଉ ତୋ ବିଷୟରେ ପଚାରିବାରୁ ମୋତେ କହିଥିଲା ତୁ ତାର ଭାଇର ସାଙ୍ଗ ।ଏହି କଥା ଶୁଣି ରୋହନ କହିଲା ଏ ସବୁ ମିଛ ।ତୁ ଜାଣିନୁ ସେ ଗୋଟେ ବହୁତ ମାରାତ୍ମକ ଝିଅ ।ସେ ବହୁତ ପୁଅଙ୍କ ସହିତ ଖେଳ ଖେଳିଛି ।

ସୁଦାମ ଏହା ଶୁଣି କହିଲା ଆରେ ସେତିକି ନୁହଁ ଆମ ସାଙ୍ଗ ଦେଵବ୍ରତକୁ ପ୍ରେମ ଜାଲରେ ଫଶେଇ ଦେଇଛି ।ରୋହନ କହିଲା ସତେ ନା କଣ ।ସଙ୍ଗେ ସଙ୍ଗେ ଦେଵବ୍ରତକୁ ଫୋନ କରି କହିଲେ ସବୁ କଥା ।ଆଉ ରୋହନ କହିଲା ତୁ ଜାଣିନୁ ସାଙ୍ଗ ସୁଦାମ । ସେ ଋତୁ କଲେଜ୍ ରେ ବି ବହୁତ ଧରମ ଭାଇ କରି ତାଙ୍କ ମାନଙ୍କ ସହିତ ବୁଲେ । ଆଉ ଯାହାର କାମନା ଦରକାର ସେ ସଚ୍ଚା ପ୍ରେମର ମୂଲ୍ୟ କାହୁଁ ବୁଝିବ । ସେ ପରା ହଜାର ପ୍ରେମିକଙ୍କ ପ୍ରେମିକା । ଏହା ଶୁଣି ସୁଦାମ କହିଲା ତୁ ସାଙ୍ଗ ଠିକ୍ କହିଚୁ ।ସେ ହଜାର ପ୍ରେମିକଙ୍କ ପ୍ରେମିକା ।


( ସମାପ୍ତ )


  କାହାକୁ ଆକ୍ଷେପ କରିବା ମୋର ଉଦ୍ଦେଶ୍ୟ ନୁହେଁ ।ଏହା ପୁରା ଏକ କାଳ୍ପନିକ ଗଳ୍ପ ।ଏଥିରେ ଯଦିଓ କାହାର ମନରେ ଆଘାତ ଲାଗିଥାଏ ମୋତେ କ୍ଷମା କରିଦେବେ ।କିନ୍ତୁ ମନେ ରଖନ୍ତୁ ଏମିତି ବି କିଛି କିଛି ସମାଜ ରେ ଘଟଣା ଘଟୁଛି ।



Rate this content
Log in

Similar oriya story from Tragedy