Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Inspirational

2  

Narayan chandra Senapati

Inspirational

ଶିକ୍ଷାଯୁକ୍ତ ମଣିଷ ସବୁଠୁ ଓଜନିଆ

ଶିକ୍ଷାଯୁକ୍ତ ମଣିଷ ସବୁଠୁ ଓଜନିଆ

5 mins
329


ସେଦିନ ବିଷ୍ଣ୍ଣୁ ମାଷ୍ଟ୍ରେ ମନ୍ଦିରର ଆଳତୀ ସାରି ଫେରୁଥିଲେ ତାଙ୍କ ବାସ ଗୃହକୁ । ଗାଁ ମଝିରେ ସାଧୁ ବିଶ୍ୱାଳ ଘରେ ଶୁଭିଲା ବହୁତ ପାଟିତୁଣ୍ଡ । କଳି ଝଗଡାର ମାତ୍ରା ଏତେ ଅଧିକ ହୋଇଗଲା ଯେ, ତାହା ପିଟାପିଟି ଓ ମାଡ଼ଗୋଳର ରୂପ ନେଲା । ଭିତରକୁ ପଶିଲେ ମାଷ୍ଟ୍ରେ । ଭୋ ଭୋ ହୋଇ କାନ୍ଦୁଥାନ୍ତି ସାଧୁଆର ସ୍ତ୍ରୀ ମୋତି । ସାଧୁଆ ତାକୁ ଶକ୍ତ ଦୁଇ ଚାପୁଡ଼ା ଦେଇଛି ତା ରୁକ୍ଷ ବ୍ୟବହାର ପାଇଁ । ମାଷ୍ଟ୍ରେଙ୍କୁ ଦେଖି ଦୁହେଁ ଭୟ ଓ ଲାଜରେ ମୁଣ୍ଡ ତଳକୁ କରୁଥାନ୍ତି । ହଡ଼ବଡ଼ ହୋଇ ସାଧୁଆ ମାଷ୍ଟ୍ରେଙ୍କୁ ବସିବା ପାଇଁ ଚୌକି ଟିଏ ଦେଲା । କାନ୍ଦି କାନ୍ଦି ମୋତି ଜଣାଇଲା ସମସ୍ତ ପୁଙ୍ଖାନୁପୁଙ୍ଖ ଘଟଣା ।


ବିଷ୍ଣ୍ଣୁ ମାଷ୍ଟ୍ରେ ଜଣେ ସାଧାରଣ ବ୍ୟକ୍ତି ନ ଥିଲେ ଆଖ ପାଖ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନିଜ ଅଖଣ୍ଡ ଅଭିଜ୍ଞତା ଓ ଅସୀମ ବୁଦ୍ଧି-ଜ୍ଞାନ ବଳରେ ଆଖି ପିଛୁଳାକେ ସମାଧାନ କରି ଦେଉଥିଲେ । ଘଟଣାଟି ଥିଲା, ସାଧୁଆ ଓ ମୋତିର ଦୁଇ ପୁଅ ସରୋଜ, ପଙ୍କଜ ଓ ଗୋଟିଏ ଝିଅ ନଳିନୀ । ସରୋଜ ପଢୁଛି ଆଇ.ଆଇ.ଟି. ଆଉ ପଙ୍କଜ କରୁଛି ଚାଟାର୍ଡ କୁନିଝିଅ ମାନସୀଟା ଗାଁ ସ୍କୁଲରେ । ଦୁଇପୁଅଙ୍କ ପାଇଁ ଖର୍ଚ୍ଚ ହେଉଛି ଅନେକ ଟଙ୍କା, ମାତ୍ର ସାନ ଝିଅ ଚାହୁଁଛି ରହି ପଢିବ ଆବାସିକ ବିଦ୍ୟାଳୟରେ ଯେଉଁଥିପାଇଁ ଦରକାର ବାର୍ଷିକ ଅଶୀ ହଜାର । ସାଧୁଆ ଚାହୁଁଛି ଝିଅ ମୋର ପଢୁ, ବରଂ ଜମି ବାଡ଼ି ବିକ୍ରି ହୋଇଯାଉ । ମାତ୍ର ମୋତି ଚାହୁଁଛି ଝିଅଟା ନ ପଢୁ, ଆଉ ପୁଅ ମାନେ ସେତିକି ପଢି ଫେରିଆସନ୍ତୁ । ମୋତି କହିଲା ଦେଖନ୍ତୁ ମାଷ୍ଟ୍ରେ ଏ ପୁଅ ଦିଟାକୁ ପଢେଇ ପଢେଇ ଆମେ ସର୍ଵସ୍ୟାନ୍ତ ହୋଇ ଗଲୁଣି, ପୁଣି ଝିଅକୁ ପଢେଇବୁ । ଏମିତି ହେଲେ ତ ଆମେ ଦାଣ୍ଡର ଭିକାରୀ ହୋଇଯିବୁ । କଣ ଦରକାର ଏତେ ପାଠ ପଢା । ଏମାନେ ଥିଲେ ଦୁଇଭାଇ । ଆଙ୍କ ସାନ ଭାଇ ମଧୁଆର ବି ଦୁଇପୁଅ ଗୋଟିଏ ଝିଅ । ଏମାନଙ୍କର ସମାନ ସମ୍ପତ୍ତି । ହେଲେ ତାଙ୍କର ଏବେ ଦୁଇ ଦୁଇଟା ଟ୍ରାକ୍ଟର । ପୁଅ ଦୁହେଁ ଦୁଇଟା ଗାଦି ଚଳାଉଛନ୍ତି । ଝିଅଟାବି ଗାଁ ସ୍କୁଲକୁ ଯାଉଛି । ଦେଖ ଆମର ଏ ଝୁମ୍ପୁଡି ଘର ହେଲେ ତାଙ୍କର ରାଜ ଉଆସ ପରି କୋଠା । କହିଲ ଦେଖି ଏ ପାଠ ପଢି ଖାଲି ଅନାଵଶ୍ୟକ ଟଙ୍କା ଗୁଡାକ ଅପନ୍ତରାରେ ପକେଇବା ସାର ନୁହଁ ତ ଆଉ କ'ଣ ? ବିଷ୍ଣ୍ଣୁ ମାଷ୍ଟ୍ରେ କହିଲେ କ'ଣ କହିବୁକି ସାଧୁଆ । ସାଧୁଆ କହିଲା କ'ଣ କହିବି ମାଷ୍ଟ୍ରେ । ଏ ହେଲା ମୁରୁଖ ଲୋକ । ତାକୁ ବହୁତ ବୁଝାଇଲି,ପିଲାଗୁଡ଼ାକ ପଢନ୍ତୁ,ବଡ଼ ମଣିଷ ଓ ଭଲ ମଣିଷ ହୁଅନ୍ତୁ । ସେ କ'ଣ ମୋ କଥା ମାନୁଛି, ଦିନ ରାତି ମୋ ସାଙ୍ଗରେ କଳି । ସବୁ ଟଙ୍କା ସରିଗଲା, ଜମିବାଡ଼ି ବିକ୍ରିହୋଇଗଲା, ଆମେ ଭିକ ମାଗିବୁ, ଏଇମିତି କେତେ କଥା । ଆପଣତ ଜଣେ ଜ୍ଞାନୀ ପଣ୍ଡିତ ଓ ବିଚାରବନ୍ତ ଲୋକ । ଆପଣ ବିଚାର କରନ୍ତୁ, ମୁଁ କଣ ଭୁଲ କହିଛି?


ବିଷ୍ଣ୍ଣୁ ମାଷ୍ଟ୍ରେ ମନେ ମନେ ବହୁତ ପ୍ରଶଂସା କଲେ ସାଧୁଆକୁ । କି ସୁନ୍ଦର ମହତ ଚିନ୍ତାଧାରା ଏ ସାଧୁଆର !ସତରେ ଏପରି ଚିନ୍ତାଧାରାର ବ୍ୟକ୍ତି ଥିଲେ ଆମ ଦେଶ ଶିକ୍ଷା ସଂସ୍କାରର ଚରମ ସୀମାରେ ପହଞ୍ଚନ୍ତା । ସେ ତ ରହୁଥିଲେ ବିଦେଶରେ । ଏଇ ଅବସର ପରେ ଦୁଇବର୍ଷ ହେବ ସ୍ଥାୟୀ ଭାବରେ ରହୁଛନ୍ତି ଏଇ ଗାଁରେ । ମନେ ମନେ ସାଧୁଆକୁ ସାଧୁବାଦ ଜଣେଇଲେ । କେମିତି ଏ ଅଶିକ୍ଷିତା ମୋତିଙ୍କୁ ବୁଝାଇବ ଚିନ୍ତାକଲେ ।

ମାଷ୍ଟ୍ରେ କହିଲେ, ବୋହୂ ..କେଉଁ ଜନ୍ମରେ ତପସ୍ୟା କରିଥିଲ ଯେ, ତୁମେ ସରୋଜ ପଙ୍କଜ ପରି ଦୁଇଟା ହୀରା ପାଇଛ । ଏମାନେ କେବଳ ତୁମର ନୁହଁ, ଏ ଅଞ୍ଚଳର ମଉଡମଣୀ, ସୁନା-ରୁପା-ହୀରାର ଖଣି । ଦେଶର ବ୍ୟାଙ୍କ । ତୁମେ ନିଜକୁ ଏତେ ଛୋଟ କାହିଁକି ଭାବୁଛ । କାଲି ରାତି ପାହିଲେ,କଲେକ୍ଟର,ବିଡ଼ିଓ,ତହସିଲଦାର..ମାନେ ବୈଜ୍ଞାନିକ ପୁଅର ମା ବୋଲି କହି ମୁଣ୍ଡିଆ ମାରିବେ । ଖାଲି ଦେଶ ନୁହଁ ବିଦେଶରେ ବି ତୁମ ବାପା ମାଙ୍କ ନାମ ପ୍ରଚାର ହେବ । ମେଡିଆରେ ଯେତେବେଳେ ତୁମକୁ କେମିତି ଗଢିଛ ପଚାରିଲେ, ତୁମ ଉତ୍ତର ଶୁଣିବାକୁ ଲୋକ କାନ ଡେରିବେ । ଜାଣିଛ ଗୋଟିଏ ଚାଟାର୍ଡ ପିଲାର ମୂଲ୍ୟ ଓ ମୂଲ୍ୟବୋଧ ସମାଜରେ କେତେ? ଗୋଟିଏ ଅଞ୍ଚଳକୁ ପରା ସେ କିଣିଦେଵ । ଆଜି ତୁମର ଥାଆନ୍ତା କୋଠାଘର, ତୁମ ପୁଅ ଚଳାଉଥାନ୍ତେ ଟ୍ରାକ୍ଟର । ତୁମକୁ ଲୋକ ଚିହ୍ନିଥାନ୍ତେ ଡ୍ରାଇଭରର ମାଆ ବୋଲି । ତୁମ ପୁଅ ମାନଙ୍କର ସାଥି ଥାଆନ୍ତେ ଡ୍ରାଇଭର । ମଦ ମାଂସ ଖାଇ ଫେରନ୍ତେ ଘରକୁ ତ କେତେବେଳେ ଗାଡି ଦୁର୍ଘଟଣା କରି ଯାଆନ୍ତେ ଥାନା । ତୁମକୁ କେମିତି ଲାଗନ୍ତା?ଅବଶ୍ୟ ପାଠ ପଢିଲେ ସର୍ଵସ୍ୟାନ୍ତ ଜଣେ ହୁଏ ହେଲେ ଗଢିଦିଏ ମଣିଷ ପରି ମଣିଷ । କୋଠାଘରର ଅମଣିଷ ଓ କୁଡ଼ିଆର ମଣିଷ ତୁମକୁ କେଉଁଟି ପସନ୍ଦ ଲାଗିବ?ପଢୁଆ ପୁଅଙ୍କୁ ଏ ଗାଁ କେବଳ ନୁହଁ ଏ ରାଜ୍ୟ ଏ ଦେଶ ଏମିତିକି ବିଦେଶବି ସାଲ୍ୟୁଟ ମାରିବ କିନ୍ତୁ ଅପାଠୁଆଟା ଏ ଗାଁ ବ୍ୟତୀତ ଆଉ କେଉଁଠି ପରିଚିତ ହୋଇପାରିବ କି ? ବାକି ରହିଲା ଝିଅ କଥା, ଝିଅ ବାପାମାଆଙ୍କ ବୋଝ ନୁହଁ । ଆଜି ଝିଅମାନେ ଶିକ୍ଷା,ସଂସ୍କୃତି,ବିଜ୍ଞାନ,କ୍ରୀଡା, ରାଜନୀତି କ୍ଷେତ୍ରରେ କେତେ ଯେ ଆଗରେ । କହିଲ ବୋହୁ,ତୁମର ସମ୍ପତ୍ତି ନାହିଁ କିନ୍ତୁ ଜ୍ଞାନୀ ଗୁଣୀ ଝିଅଟିଏ ଅଛି, ଆଉ ସୁନ୍ଦର ଘରେ ଝିଅଟିଏ ଅଛି ସେ ଅପାଠୁଆ, ତୁମକୁ କିଏ କେମିତି ଦରକାର ? 


ମୋତି ମୁଣ୍ଡ ତଳକୁ କରି ସବୁ ଶୁଣୁଥାଏ । ମାଷ୍ଟ୍ରେ ପୁଣି କହିଲେ, କହିଲ ବୋହୂ ! ଏ ସଂସାରରର ବାପା ମାଆଙ୍କର ଶ୍ରେଷ୍ଠ ସମ୍ପତ୍ତି କିଏ ? ସୁନା...ରୁପା... କୋଠାବାଡ଼ି...ନାଁ ନିଜ ପିଲାଟିଏ । ତୁମେ ରଖିଥିବା ଟଙ୍କା ଖର୍ଚ୍ଚ ହୋଇଯିବ ନହେଲେ ହଜିଯିବ ନଚେତ ଚୋରି ହୋଇଯିବ, କିନ୍ତୁ ଶିକ୍ଷା ବା ବିଦ୍ୟା ଚୋରି ତ ଦୂର କଥା ତାକୁ ଯେତେ ଦାନ କଲେ ପରା ସେତେ ବଢିବ । ପୁନଶ୍ଚ ଶିକ୍ଷିତ ପିଲା ଓ ମୂର୍ଖ ପିଲା ଭିତରେ ବହୁତ ଫରକ । ମୂର୍ଖ ପିଲା ଘରେ ରହିବା ଯାହା ନିଜ ମୁଣ୍ଡରେ ଋଣ ବୋଝ ସେତେ ଲଦିହେବା ତାହା । ପିଲାଟି ଯଦି ମୂର୍ଖ ସେ ବହୁତ ହାଲୁକା ଆଉ ଯଦି ଯେତେ ଅଧିକ ଜ୍ଞାନର ଅଧିକାରୀ ସେ ସେତେ ଓଜନିଆ । ଅର୍ଥାତ ଶିକ୍ଷାଯୁକ୍ତ ମାନବ ଓଜନିଆ,ଆଉ ଅଶିକ୍ଷିତ ବହୁତ ହାଲୁକା । ଏକଥା ପଦକ ଖାଲି ମୋତି ନୁହଁ, ସାଧୁଆକୁ ବି ଅଡ଼ୁଆ ଅଡ଼ୁଆ ଲାଗିଲା । ସେ କହିଲା,ମାଷ୍ଟ୍ରେ,ଶିକ୍ଷାଯୁକ୍ତ ମାନବ ଓଜନିଆ...ବୁଝି ହେଲା ନାହିଁ । ଟିକିଏ ଭଲକରି ବୁଝେଇ ଦିଅନ୍ତୁ ।


ମାଷ୍ଟ୍ରେ କହିଲେ,ତୁମେ ଦେଖିଥିବ ଫଳନ୍ତି ଗଛ ସେ କେମିତି ନଇଁଯାଏ । ହେଲେ ଯେଉଁ ଗଛ ଅଫଳନ୍ତି ସେ କେମିତି ଖାଡା ଖାଡା ଛିଡା ହୋଇଥାଏ । ସେଇମିତି ଯିଏ ଯେତେ ଅଧିକ ଜ୍ଞାନର ଅଧିକାରୀ ସେ ବିନୟ, ଭଦ୍ର, ଶିଷ୍ଟ, ଆଚରଣରେ ମାର୍ଜିତ । ସମ୍ମାନ ଦେବା ଓ ପାଇବାରେ ସେ ସିଦ୍ଧ ।


ମୋତି କହିଲା ମାଷ୍ଟ୍ରେ ମୋତେ କ୍ଷମା କରିଦେବେ । ମୁଁ ତ ବେଶି ପଢିନାହିଁ ହେଲେ ମୁଁ ଟିକେ କୃପଣ । ଟଙ୍କାଟିଏ ଖର୍ଚ୍ଚ ହୋଇଗଲେ ମୋ ଦେହରୁ ମାଂସ ଖଣ୍ଡେ ଚାଲିଯାଏ । ଆଉ ଶିକ୍ଷାର ଏମିତି କରାମତି ଅଛି ମୁଁ ଜାଣି ନଥିଲି । ଆମର ସର୍ବସ୍ୱ ପଛେ ଚାଲିଯାଉ,ହେଲେ ଆମେ ଆମ ଛୁଆଁଙ୍କ ପାଠ ପାଇଁ କେବେ ପଛେଇବୁ ନାହିଁ । ମୋ ଝିଅକୁ ମୁଁ ଭଲ ସ୍କୁଲରେ ବହୁତ ପାଠ ପଢ଼ାଇବି । ସେ ଯେମିତି ମୋ ଭଳି ମୂର୍ଖ ନ ହୁଏ । ମୁଁ ଲୁଚେଇ ଲୁଚେଇ ରଖିଛି ବସ୍ତେ ଟଙ୍କା । ଏସବୁ ମୋ ଝିଅ ପାଠପଢ଼ାରେ ଲଗାଇବି ।


ମାଷ୍ଟ୍ରେ କହିଲେ ଆରେ ସାଧୁଆ ତୋର ଶିକ୍ଷାପ୍ରତି ଆଡ଼ର୍କୁ ମୁଁ ସମ୍ମାନ ଦେଉଛି, ହେଲେ ମୋତି ତ ବେଶି ପାଠ ପଢିନାହିଁ । ସେ ବୁଝିପାରୁନାହିଁ । ଆମେ ତ ଗାଁରେ ଅଛୁ ଆମକୁ ଡାକି ବୁଝେଇ ପାରନ୍ତୁ ହେଲେ, ସ୍ତ୍ରୀଟା ଉପରେ ହାତ ଉଠେଇବା କ'ଣ ଠିକ୍ ?


ସାଧୁଆ କହିଲା, ଭୁଲ ହୋଇଗଲା ମାଷ୍ଟ୍ରେ ମୁଁ ତାର କଳି ଝଗଡା ନ ସହି ଏମିତି ହାତ ଉଠାଇଦେଲି । ଆଉ କେବେ ଭୁଲ ହେବ ନାହିଁ । ମାଷ୍ଟ୍ରେ କହିଲେ ଏଇ ଶିକ୍ଷା ବି ଆମକୁ ଧୈର୍ଯ୍ୟ,ସହନଶୀଳତା, ବିବେକ,ମଣିଷପଣିଆ,ଆଦି କେତେ ମହାନ ଗୁଣ ଶିଖାଏ । ସତ୍ୟ,ଧର୍ମ,ନ୍ୟାୟ ପଥରେ ଚାଲିବାକୁ ଆମନ୍ତ୍ରଣ କରେ । ହଉ ମୁଁ ଆସୁଛି ତୁମେମାନେ ଶିକ୍ଷାକୁ କେବେ ହାତଛଡା କରିବ ନାହିଁ ।


ମୋତି ରଖିଥିବା ଟଙ୍କା ଥଳିକୁ ସାଧୁଆକୁ ଦେଲା । ସାଧୁଆ ତାଙ୍କ ଧାନ ବିକା କଣ୍ଟା ନିକିତିରେ ଗୋଟିଏ ପଟେ ଟଙ୍କା ଓ ଗୋଟିଏ ପଟେ କୁନିଝିଅ ମାନସୀକୁ ବସାଇ କହିଲା ଦେଖିଲୁ, କିଏ ଓଜନିଆ ଲାଗୁଛି, ଟଙ୍କା ନା ଆମ ମାନସୀ । ମାଷ୍ଟ୍ରେ ଗେଟ୍ ପାଖରୁ ଏସବୁ ଶୁଣି ଫେରି କହିଲେ ଆରେ ଓଜନିଆ ମାନେ ଏ ନିକିତିରେ ଟଙ୍କା ସହ ଝିଅକୁ ଓଜନ କରନ୍ତି ନାହିଁ । ତୁମ ଝିଅ ଶିକ୍ଷିତ ହେଲେ ଜ୍ଞାନ,ବୁଦ୍ଧି ଓ ଗୁଣରେ ଏତେ ଓଜନିଆ ହୋଇଯିବ ଯେ କୌଣସି ନିକିତିର ଶକ୍ତି ନ ଥିବ ଓଜନ କରିବାକୁ କି ଟଙ୍କା ନ ଥିବ ତା ସଙ୍ଗେ ତୁଳନା ହେବାକୁ । ଶିକ୍ଷାର ମୂଲ୍ୟ ଅମୁଲ ମୂଲ ଓ ମୂଲ୍ୟବୋଧ ପରା ବର୍ଣ୍ଣନା କରି ହେବନାହିଁ ।

ସାଧୁଆ ଓ ମୋତି କହିଲେ ଏମନ୍ତ କଥା ମାଷ୍ଟ୍ରେ ସତରେ ଶିକ୍ଷାଯୁକ୍ତ ମଣିଷ ଓଜନିଆ ।


Rate this content
Log in

Similar oriya story from Inspirational