Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀଅନ୍ତା ଶବ
ଜୀଅନ୍ତା ଶବ
★★★★★

© Prasant Kumar Nath

Tragedy

3 Minutes   318    11


Content Ranking

ବାପା ମା କେତେ ଆଶା ନେଇ ପୁଅଟେ ଜନ୍ମ କରିଥାନ୍ତି । ସମସ୍ତେ କୁହନ୍ତି ପୁଅ ଅଛିତ ସାହା ଅଛି । ବାପା ମଧ୍ୟ ନିଜକୁ ଗର୍ବ ମନେ କରେ ପୁଅଟିର ବାପ ହୋଇ । ବୃଦ୍ଧବସ୍ତାରେ ପୁଅ ସାହା ହେବ, ବୋହୁଟିଏ ଆସିଲେ ସେବା ସୁସୁଶ୍ରା କରିବ । ଏମିତି ଅନେକ କିଛି ଆଶା ଥାଏ ସବୁ ବାବା ମା ମାନଙ୍କର । ସେଥିରୁ ବା ରାମନାଥ ବାଦ ଯାଇଥାନ୍ତେ କେମିତି ।

ପୁଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ ସେ । ପିଲାଟି ବେଳରୁ ପୁଅର ସବୁ ଆଶା ଓ ସ୍ୱପ୍ନକୁ ପୁରଣ କରିବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ ସେ । କେଉଁଥିରେ କିଛି ଅଭାବ ରଖିନଥିଲେ । ବହୁତ ସ୍ନେହ ଶ୍ରଦ୍ଧାରେ ବଡ଼ ହେଲା ପୁଅ । ମୂଳଲାଗି ପେଟ ପୋଷୁଥିଲେ ବି ପୁଅଟିକୁ କୋଣସି ଧନୀ ଘର ଛୁଆଠାରୁ କମ ଜିନିଷ ଯୋଗେଇ ନଥିଲେ ସିଏ । ପୁଅ ଯେତେବେଳେ ଯାହା ଚାହୁଁଥିଲା ଯେତେ କଷ୍ଟ ହେଲେବି ରାମନାଥ ତା ପାଖରେ ଆଣି ପହଞ୍ଚାଇ ଦେଉଥିଲେ । କରଜରେ ବୁଡି ରହିଥିଲେବି କେତେବେଳେ ଭାଙ୍ଗି ପଡି ନଥିଲେ ସେ । ପୁଅର ସବୁ ଇଚ୍ଛାକୁ ପୁରଣ କରୁଥିଲେ । ଗୋଟିଏ ବୋଲି ପୁଅ ତାର ଭବିଷ୍ୟତକୁ ଆଖିରେ ରଖି ଆଉ ପିଲା ଜନ୍ମ କରିବେନି ବୋଲି ସେ ନିଷ୍ପତ୍ତି ନେଇଥିଲେ ।

ଯେତେ କରଜ କଲେବି ତାଙ୍କର ଗୋଟାଏ ଆଶା ଥିଲା ପୁଅ ପାଠ ପଢି ବଡ ମଣିଷ ହେବ । ବହୁତ ଟଙ୍କା ରୋଜଗାର କରିବ । ସବୁ କରଜ ସୁଝିଦେଵ ଆଉ ଲୋକମାନେ ତାଙ୍କ ପାଖକୁ ଆସିବେ କରଜ ପାଇଁ। ।

ଘରେ ତାଙ୍କର ମାଛ ମାଂସ ଅଣ୍ଡା ଫଳ ମୁଖ ସବୁବେଳେ ଗଛିତ ହୋଇ ରହୁଥିଲା । କେବଳ ସେହି ପଲାଟି ପାଇଁ । କିନ୍ତୁ ପୁଅ କେବେବି ବୁଝିବାକୁ ଚେଷ୍ଟା କରିନି ବୁଝିବାକୁ ବାପାଙ୍କ ଦୁଃଖ । ସିଏ ମଧ୍ୟ ଭଲ ପାଠ ପଢୁଥିଲା । ମେଟ୍ରିକ ପାସ୍ କରି କଲେଜର ନାମ ଲେଖାଇଲା । ବାପାଙ୍କୁ କହିଲା ଗୋଟେ ବାଇକ୍ କିଣି ଦେବା ପାଇଁ । ବାପା ତାଙ୍କର ଜମି ବନ୍ଧା ପକେଇ ତାକୁ ଗୋଟେ ବାଇକ କିଣି ଦେଇଥିଲେ । କିନ୍ତୁ ପୁଅ କେବେବି ଚିନ୍ତା କରନି ତା2ପାଇଁ ପଇସା କେଉଁଠୁ ଆସୁଛି ଆଉ କେମିତି ଆସୁଛି । ଟଙ୍କା ଗଛ ଲଗେଇଲା ପରି ସବୁବେଳେ କହୁଥିଲା ବାପା ମୋତେ ଏତେ ଟଙ୍କା ଦିଅ ବାପା ମୋତେ ସେତେ ଟଙ୍କା ଦିଅ । ହେଲେ ରାମନାଥ ତାର ସବୁ ଦାବିକୁ ପୁରଣ କରୁଥିଲେ ।

ପୁଅ କଲେଜରେ ପାଠ ପଢିଲା, ହଷ୍ଟେଲରେ ରହିଲା । କେଉଁ ଗୋଟେ ଧନୀ ଝିଅକୁ ଭଲ ପାଇଲା , ତାକୁ ବିବାହ କଲା । ନିଜ ବାପାକୁ ମଧ୍ୟ ଭୁଲିଗଲା । ବାପା ମଧ୍ୟ ଜାଣି ପାରିଲେ ନାହିଁ ପୁଅଟା ଏତେ ପାଠ ପଢିଥିଲା କି ଚାକିରୀ କଲା, କେଉଁଠି ରହିଲା,କାହାକୁ ଵହ ହେଲେ, କେତେବେଳେ ବାହା ହେଲା ସବୁ କିଛି ଅଛପା ଥିଲା ତାଙ୍କ ପାଇଁ ।

ବେଳେ ବେଳେ ଏସ୍.ଟି.ଡି ବୁଥକୁ ଯାଇ ଫୋନ କରନ୍ତି । ମୁ ତୋ ବାପା ରାମନାଥ କହୁଛି କହିଲେ ସେପଟରୁ ଉତ୍ତର ଆସେ ରଙ୍ଗ ନମ୍ବର ଆଉ ଫୋନ କଟିଯାଏ । ରାମନାଥ ବାବୁ ସେଇଠି ବସନ୍ତି ମନକୁ ବୁଝେଇ ଆଉ ଦୁଇ ଚାରିଥର ରିଙ୍ଗ କରନ୍ତି କିନ୍ତୁ କେହିବି ରିସିଭ କରନ୍ତିନି । ମନକୁ ବୁଝେଇ ଘରକୁ ଫେରି ଆସନ୍ତି । ଏମିତି ବହୁତ ଥର ଫୋନ କଲେଣି । ୟା ଭିତରେ ଦଶ ବର୍ଷ ବିତିଗଲାଣି । କେବେ ଥରେ ପୁଅକୁ ଦେଖି ନାହାନ୍ତି । ଗାଁ ଲୋକ କେହି ସହରକୁ ଗଲେ କୁହନ୍ତି ତୋ ପୁଅ ବଡ଼ ହାକିମ ହେଇଛି । ସହର ଉପରେ ବହୁତ ବଡ଼ କୋଠାଟେ କରିଛି ।

ଦଶ ବର୍ଷ ପରେ ମନକୁ ବୁଝେଇ ରହିଲା ପରେ ଥରେ ସେହି ଗାଁର ପଞ୍ଚୁଆକୁ ସାଥି କରି ରାମନାଥ ସହରକୁ ଗଲେ। ପୁଅର ଘର ଦେଖିଲେ ସତ । ହେଲେ ପୁଅ ସହିତ ତାଙ୍କର ଦେଖା ହୋଇ ପାରିଲା ନାହିଁ । ଦୁଆର ଗେଟ ପାଖରୁ ଦରୁଆନ୍ ବିଦା କରିଦେଇଥିଲା । ତାର ବାପା ବୋଲି ପରିଚୟ ଦେବାରୁ ଦରୁଆନ୍ କହିଥିଲା ଆମ ସାରଙ୍କ ବାପା ପରା ଦଶ ବର୍ଷ ହେଲା ମରି ସାରିଲେଣି ।

ରାମନାଥ ବାବୁ ସେଠି ଅପେକ୍ଷା କଲେ । ସେ ଘର ଭିତରକୁ କେତେ କାହିଁ ଗାଡି ଆସୁଥିଲା ଯାଉଥିଲା ଆଉ ସବୁ ଲୋକ ମାନେ ସୁଟବୁଟ ପିନ୍ଧା । ମନକୁ ମାରି ରାମନାଥ ଚାଲି ଆସିଲେ ଖାଇବା ପିଇବାରେ ଆଉ ଇଛା ନଥିଲା । ଇଛା ହେଲେବି କଣ ଖାଇବେ କଣ ଥିଲା ଆଉ ତାଙ୍କ ପାଖରେ । ସବୁକିଛି ସେ ହରେଇ ସାରିଥିଲେ ସେହି ପୁଅକୁ ମଣିଷ କରିବା ପାଇଁ । ଏମିତିକି ତାଙ୍କ ଦେହର ରକ୍ତ ମାଂସ ପର୍ଯ୍ୟନ୍ତ ମଧ୍ୟ । ଖାଲି ଯେମିତି ହାଡ ଦୁଇଖଣ୍ଡ ଥିଲା ତାଙ୍କ ପାଖରେ । ଆଉ ସିଏ ଏକ ଜୀଅନ୍ତା ସାଜି ପଡିରହିଥିଲେ ବିଛଣାରେ ।

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।

ମୋ-୦୮୮୯୨୩୦୧୧୪୩

କରଜ ଶବ ପଇସା

Rate the content


Originality
Flow
Language
Cover design

Comments

Post

Some text some message..