Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Horror Tragedy

4.0  

Trushna Das

Horror Tragedy

ଆହଟ୍ (ସପନା ଏକ ସତ୍ୟ କାହାଣୀ)

ଆହଟ୍ (ସପନା ଏକ ସତ୍ୟ କାହାଣୀ)

4 mins
269


ଆଦି ଆଜି ଜଣେ ପ୍ରସିଦ୍ଧ ବ୍ୟବସାୟୀ । ତାଙ୍କ ପରିବାର କହିଲେ ତାଙ୍କର ବାପା ମାଆ, ସେ ଆଉ ତାଙ୍କ ଚାରି ଭାଇ ଏବଂ ଦୁଇ ଭଉଣୀ, ବଡ ଭାଉଜ, ଗୋଟିଏ ପୁତୁରା । ଆଦି ଘର ଦ୍ୱିତୀୟ ବଡ ପୁଅ । 


  ଆଦି ପାଇଁ ଝିଅ ଦେଖା ଦେଖି ଚାଲିଛି । କିନ୍ତୁ ଆଦି ସବୁବେଳେ କୁହନ୍ତି ଯେ ତାଙ୍କୁ ଗୋଟିଏ ବହୁତ ସୁନ୍ଦର ଝିଅଟିଏ ଦେଖାଯାଉଛି । ସେ ହଠାତ୍ ତାଙ୍କ ସମନାକୁ ଆସି ହସି ଦେଇ କୁଆଡେ ପଳାଉଛି । ବଡ ଭାଉଜ ଶୁଣି କୁହନ୍ତି ଆଦି ବୋଧହୁଏ ଗୋଟିଏ ଝିଅକୁ ଭଲ ପାଉଛନ୍ତି । ଘରେ କାହାକୁ କିଛି କହି ନ ପାରି ଏମିତି କହୁଛନ୍ତି । କିନ୍ତୁ ଆଦି କୁହନ୍ତି ମୁଁ କାହାରିକୁ ଭି ଭଲ ପାଏ ନାହିଁ । 


ଆଦିଙ୍କ ବିବାହ ବାପା ମାଆଙ୍କ ପସନ୍ଦର ଝିଅ ଦିଶାଙ୍କ ସହ ହୋଇଛି । ଦିଶା ଦେଖିବାକୁ ଯେମିତି ସୁନ୍ଦର ସେମିତି ସେ ସୁଗୃହୁଣୀ ମଧ୍ୟ । ଆଦି ମଧ୍ୟ ଦିଶାଙ୍କୁ ବହୁତ ଭଲ ପାଇବାକୁ ଲାଗିଲେଣି । ବାହାଘର ପରେ ଦିଶା ଶାଶୁ ମାଆଙ୍କୁ କୁହନ୍ତି ଆଦି ରାତିରେ ଶୋଇଥିବା ସମୟରେ ଉଭୟ ପୁଅ ଓ ଝିଅ ବିଷୟରେ କଥା ହୁଅନ୍ତି । ବୋଧହୁଏ ସବୁଦିନ ସପନରେ ବିଳିବିଳାଉ ଥାଆନ୍ତି । ଆଦି ଉଠିଲା ତାଙ୍କୁ ପଚାରିଲେ ସେ କୁହନ୍ତି ତାଙ୍କର କିଛି ମନେ ନାହିଁ । 


ବାହାଘରକୁ ବର୍ଷେ ପାଖାପାଖି ହେବାକୁ ଗଲାଣି । ଧିରେ ଧିରେ ଆଦିଙ୍କ ଦେହ ଖରାପ ହେବାକୁ ଲାଗୁଛି । ଚଲାବୁଲା ଆଉ କରିପାରୁନାହାନ୍ତି । 


ଦିନେ ଆଦିଙ୍କ ମାଆଙ୍କ ଭଗବାନଙ୍କ ପ୍ରସାଦ ଆଣିଦେବାରୁ ଆଦି ରାଗି ଯାଇ ଭୟଙ୍କର ଚିତ୍କାର କଲେ । ସେଥିରୁ ତାଙ୍କର ତିନି ନମ୍ବର ଭାଇ ପବନ ବୁଝିଗଲେ ଯେ ତାଙ୍କ ଉପରେ ଖରାପ ଶକ୍ତିର ପ୍ରଭାବ ଅଛି । ସେ ସଙ୍ଗେ ସାଙ୍ଗ ଠାକୁରଙ୍କ ସିନ୍ଦୂର ନେଇ ଆସିବାରୁ ଆଦି ପବନଙ୍କୁ ରାଗି ବାଡେଇଲେ ଏବଂ ତାଙ୍କର କହିବା ଶୈଳୀ ଅତ୍ୟନ୍ତ ଭୟଙ୍କର । ହଠାତ୍ ତାଙ୍କ ଆଖି ଲାଲ ହୋଇ ଗଲା । ଆଦି ପ୍ରକୃତରେ ଶାନ୍ତ ସ୍ୱଭାବର ବ୍ୟକ୍ତି । କିନ୍ତୁ ତାଙ୍କର ଏ ଅବସ୍ଥା ଦେଖି ସମସ୍ତେ ଜାଣି ଗଲେ ଯେ ଆଦିଙ୍କ ଉପରେ ଆତ୍ମାର ଛାଇ ଅଛି । 


ଆଦି ବହୁତ ଅଦ୍ଭୁତ ବ୍ୟବହାର କରୁଥିଲେ । ସେ କେତେବେଳେ ସମସ୍ତଙ୍କ ସହ ଠିକଠାକ ଥାଆନ୍ତି ତ ପୁଣି କେତେବେଳେ ସେ ସମସ୍ତଙ୍କୁ ପିଟା ମରା କରନ୍ତି । ଏମିତିକି ନିଜ ସ୍ତ୍ରୀଙ୍କୁ ମାରିବାକୁ ବି ଚେଷ୍ଟା କରିଛନ୍ତି । 


ଆଦିଙ୍କ ସାନ ଭାଇ ପବନ ଚାରିଆଡୁ ବହୁତ ଗୁଣିଆଙ୍କୁ ଡାକିଲେ । ହେଲେ କେହି ବି ଆଦିଙ୍କୁ ଠିକ୍ କରି ପାରିଲେ ନାହଁ । ଆଦି ଏକାଥରକେ ଦଶ ଜଣ ଲୋକଙ୍କୁ ଠେଲି ପକାଇ ଦେଉଥିଲେ । ତାଙ୍କ ଆଖି ପୁରା ଲାଲ । ପୁରା ପୁଅର ଭୟଙ୍କର ସ୍ୱରରେ ଚିତ୍କାର କରନ୍ତି ତ ପୁଣି କିଛି ସମୟ ପରେ ଝିଅ ସ୍ୱରରେ କାନ୍ଦିବାକୁ ଲାଗନ୍ତି । ଆଦି ଝିଅ ସ୍ୱରରେ କୁହନ୍ତି ମୋତେ ତାଙ୍କ ଦେହରୁ ବାହାର କରନ୍ତୁ ନାହିଁ । ମୁଁ ତାଙ୍କୁ ଛାଡ଼ି ଦେଲେ ତାଙ୍କ ଉପରକୁ ପେଷଣ ହୋଇଥିବା ବୀର ତାଙ୍କୁ ମାରି ଦେବ । 


ଆଦିଙ୍କ ସ୍ତ୍ରୀ କହିଲେ ସେ ବାହାଘର ପାଖରୁ ଏହି ସ୍ତ୍ରୀ ଲୋକ ସ୍ୱରରେ ତାଙ୍କ ସ୍ୱାମୀ କଥା ହେବା ଶୁଣୁଥିଲେ । ଯେତେ ଗୁଣିଆ ଆସୁଥିଲେ ସବୁ କହିଲେ ଯେ ଆଦିଙ୍କ ଉପରେ ଦୁଇଟି ଶକ୍ତି ଅଛି । ଗୋଟିଏ ସ୍ତ୍ରୀ ଲୋକର ଆତ୍ମା ତାଙ୍କୁ ବଞ୍ଚାଉଛି ତ ତାଙ୍କ ଉପରକୁ ପେଶା ହୋଇ ଥିବା ବୀର ତାଙ୍କୁ ମାରିବାକୁ ଖୋଜୁଛି । 


ଏମିତି ପାଖାପାଖି ଦେଢ ମାସ ଚାଲିଲା । କିନ୍ତୁ କେହି ଗୁଣିଆ କିଛି କରି ପାରିଲେ ନାହିଁ । ଗୁଣିଆମାନେ କହିଲେ ସ୍ତ୍ରୀ ଲୋକର ଆତ୍ମାଟି ଆଦିଙ୍କୁ ବଞ୍ଚାଉଛି । କିନ୍ତୁ ଗୁଣିଆମାନଙ୍କ ପୂଜା ଦ୍ୱାରା ପେଷଣ ହୋଇ ଥିବା ବୀର (ଭୂତ)ର ଶକ୍ତି କମୁ ନାହିଁ ବରଂ ବଞ୍ଚାଉଥିବା ସ୍ତ୍ରୀ ଲୋକଟିର ଆତ୍ମାର ଶକ୍ତି କମୁଛି । 


ଘର ଲୋକମାନେ ଚାରିଆଡ଼େ ଭଲ ଗୁଣିଆ ଖୋଜିବାକୁ ଲାଗି ଥାଆନ୍ତି । ଆସ୍ତେ ଆସ୍ତେ ଆଦିଙ୍କ ଦେହ ଖରାପ ହେଲାଣି । ପ୍ରାୟ ସବୁବେଳେ ତାଙ୍କ ଉପରେ ବୀରର ପ୍ରଭାବ ଦେଖିବାକୁ ମିଳିଲା । ଆସ୍ତେ ଆସ୍ତେ ସ୍ତ୍ରୀ ଲୋକଟି ଆତ୍ମାର ପ୍ରଭାବ ଦେଖିବାକୁ ମିଳିଲା ନାହିଁ । ଆଦି ବୀର ପ୍ରଭାବରେ ନିଜକୁ ବହୁତ କ୍ଷତି ପହଞ୍ଚାଇଲେ । 


କିଛି ଦିନ ପରେ ହଠାତ୍ ସ୍ତ୍ରୀ ଲୋକଟିର ଆତ୍ମା ତାଙ୍କ ସାନ ଭାଇ ପବନଙ୍କ ଉପରକୁ ଆସିଲା । ସେ ପବନ ଉପରେ ଆଶ୍ରିତ ହୋଇ କାନ୍ଦିବାକୁ ଲାଗିଲେ । ସେ କହିଲେ ମୁଁ ଆପଣଙ୍କ ଆଦିଙ୍କ ସହ ସାତ ବର୍ଷ ହେଲାଣି ଏଇ ଘରେ ଅଛି । ମୋ ନାମ ସପନା । 


ସବୁ ଶୁଣି ଆଶ୍ଚର୍ଯ୍ୟ । ସମସ୍ତେ କହୁଛନ୍ତି କଣ? 


ସପନା କହିଲେ ହଁ ସତ । ଯେତେବେଳେ ଆଦି ମେଡିକାଲ ପଢୁଥିଲେ ସେ ଦିଲ୍ଲୀ ଯାଇ ଥିଲେ । ତ ସେ ମୋଗଲସରାଇ ରେଲୱେ ଷ୍ଟେସନରେ ପାଣି ଆଣିବା ପାଇଁ ଓହ୍ଲାଇଲେ । ଦୀର୍ଘ କୋଡିଏ ବର୍ଷ ଧରି ମୁଁ ଯାହାଙ୍କୁ ଖୋଜୁ ଥିଲି ତାଙ୍କୁ ମୁଁ ପାଇଗଲି । ଆପଣଙ୍କ ଆଦି ମୋର ଦୀପକ । 


ସପନା କହିଲେ ଆଦି ପୂର୍ବ ଜନ୍ମରେ ଦୀପକ ଥିଲେ । ଦୀପକ ମୋଗଲସରାଇର ଗୋଟିଏ ଗ୍ରାମର ଗୋଟିଏ ଗରିବ ହରିଜନ ପରିବାରର ପୁଅ । ତାଙ୍କ ପରିବାର କହିଲେ ସେ ଓ ତାଙ୍କ ବିଧବା ମାଆ । ସପନା କିନ୍ତୁ ଦୀପକଙ୍କ ଗାଁର ଜମିଦାରଙ୍କ ଝିଅ । 


ଦୀପକ ଓ ସପନା ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ । ତାହା ଯେତେବେଳେ ଜମିଦାର ଜାଣିଲେ ତାଙ୍କ ଲୋକ ଲଗାଇ ଦୀପକଙ୍କୁ ମାରି ନଦୀରେ ଫିଙ୍ଗି ଦେଲେ । ଏହା ଶୁଣି ସପନା ଆତ୍ମହତ୍ୟା କରିଥିଲେ । ଦୀପକ ଆଦିଙ୍କ ରୂପରେ ପୁନର୍ଜନ୍ମ ପାଇଲେ । କିନ୍ତୁ ସପନା ଅତୃପ୍ତ ଆତ୍ମା ହୋଇ ଦୀପକଙ୍କୁ ଖୋଜି ବୁଲିଲେ । 


ସେଦିନ ଯେତେବେଳେ ସପନା ଆଦିଙ୍କୁ ମୋଗଲସରାଇ ଷ୍ଟେସନରେ ଆଦିଙ୍କୁ ଦେଖିଲେ ସପନା ଆଦିଙ୍କ ସହ ରହିଲେ । ସେ କେବେ ଆଦିଙ୍କୁ କ୍ଷତି ପହଞ୍ଚାଇବାକୁ ଚାହିଁନାହାନ୍ତି । ଆଦି ଯେଉଁ ଝିଅକୁ ଦେଖନ୍ତି ବୋଲି କୁହନ୍ତି ସେ ଆଉ କେହି ନୁହେଁ, ସେଇ ସପନା । ପ୍ରତିଦିନ ରାତିରେ ଆଦି ଶୋଇଲା ପରେ ସପନା ଆଉ ଆଦି ମାନେ ସପନାଙ୍କ ଦୀପକ ପରସ୍ପର କଥା ହୁଅନ୍ତି । ଆର୍ଥିକ ଅବସ୍ଥା ଖରାପ ଥିବାରୁ ଆଦି ପାଠ ପଢ଼ା ଅଧାରୁ ଛାଡ଼ି ବ୍ୟବସାୟ ଆରମ୍ଭ କଲେ । ତାପରେ ବିବାହ ହେଲା । ଆଦି ବ୍ୟବସାୟ ଆରମ୍ଭ କରିବାରୁ ତାଙ୍କ ପରିବାରର ଉନ୍ନତି ଦେଖି ତାଙ୍କ କାକା ଖୁଡୀ ସହି ନ ପାରି ଆଦିଙ୍କୁ ଗୁଣିଗାରେଡି କରିଛନ୍ତି । କିନ୍ତୁ ସପନା ସବୁବେଳେ ଆଦିଙ୍କୁ ରକ୍ଷା କରୁଥିଲେ । ହେଲେ ଗତ ଛଅ ମାସ ତଳେ ହୋଇଥିବା ସୂର୍ଯ୍ୟ ଗ୍ରହଣରେ ସେମାନେ ବହୁତ ଶକ୍ତିଶାଳୀ ବୀର (ଖରାପ ଆତ୍ମା) ଆଦିଙ୍କ ଉପରେ ପ୍ରୟୋଗ କଲେ । ସପନା ବହୁତ ଦିନ ପର୍ଯ୍ୟନ୍ତ ତାକୁ ଅଟକାଇଲେ । କିନ୍ତୁ ଦିନକୁ ଦିନ ସେ ବୀର ଶକ୍ତିଶାଳୀ ହୋଇ ଚାଲିଛି । 


ଆଉ ଦୁଇ ଦିନ ପରେ ଅମାବାସ୍ୟା । ଯଦି ବୀରକୁ ତାଙ୍କ ପାଖରୁ ନ କଢା ଯାଏ ତେବେ ଆଦି ମରିଯିବେ କହି ସପନା କାନ୍ଦିଲେ । 


ସପନା ଗୁଣ କରୁଥିବା ଗୁଣିଆର ଠିକଣା କହିଲେ ଯିଏ କରୁଛନ୍ତି । କିନ୍ତୁ ଆଦିଙ୍କ ଘର ଲୋକ ତା ପାଖରେ ପହଞ୍ଚିପାରିଲେ ନାହଁ । 


ତାପରେ ଆଦିଙ୍କ ଘର ଲୋକମାନେ ଜଣେ କାଳୀ ମାଆଙ୍କ ସାଧକଙ୍କ ଠିକଣା ପାଇଲେ । ସେ ସାଧକ ଆଦିଙ୍କ ନାମରେ ଶ୍ମଶାନରେ ପୂଜା କରି ବଳୀ ଦେବାରୁ ବୀର ଆଦିଙ୍କ ପାଖରୁ ପଳାଇଲା । ଏବେ ଆଦି ସୁରକ୍ଷିତ । 


ସପନା କାନ୍ଦି କହିଲେ ମୋତେ ମୁକ୍ତି ଦରକାର । ମୋତେ ଆଦିଙ୍କ ସ୍ତ୍ରୀ କରନ୍ତୁ । ମୋ ମୁଣ୍ଡରେ ଆଦି ସିନ୍ଦୂର ଦେଇ ମୋ ହାତରେ ଶଙ୍ଖା ପିନ୍ଧାଇଲେ ମୁଁ ମୁକ୍ତି ପାଇବି । ତାପରେ ଆଦି ସେମିତି କଲେ । ଆଦିଙ୍କ ସ୍ତ୍ରୀ ହୋଇ ସପନା ମୁକ୍ତି ପାଇଲେ । ସପନା ମୁକ୍ତି ଆଗରୁ କହିଲେ ସେ ବହୁତ ଜଲଦି ଆଦିଙ୍କ ଝିଅ ହୋଇ ଏ ଦୁନିଆକୁ ଆସିବେ । ତାହା ମଧ୍ୟ ସତ ହେଲା । ମାସେ ପରେ ଦିଶା ଗର୍ଭବତୀ ହେଲେ ଏବଂ ତାଙ୍କର ପ୍ରଥମ ସନ୍ତାନ ଝିଅ ହେଲା । 



Rate this content
Log in

Similar oriya story from Horror