Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHINMAYEE PRADHAN

Tragedy

4.7  

CHINMAYEE PRADHAN

Tragedy

ସିନ୍ଦୂର ଫରୁଆ

ସିନ୍ଦୂର ଫରୁଆ

3 mins
411


ସାନଂଗାର ସୁନ ଝିଅ ସୀତା । ପାଠରେ ଶାଠରେ ଏକ ନମ୍ବର । ବାପା ଜଣେ ସାଧାରଣ ଦିନ ମଜୁରିଆ । ହେଲେ ସେ କେବେ ବି ପିଲାଙ୍କୁ ଅଭାବ କଣ ଜାଣିବାକୁ ଦେଇନାହାନ୍ତି । ସୁରୁଖୁରରେ ସଂସାର ରଥ ଗଡି ଚାଲିଥାଏ । ହସ ଖୁସିର ସଂସାର ଆହୁରି ଦୁଇ ଗୁଣା ବଢିଯାଇଥିଲା ଖୁସି । ଯେଉଁଦିନ ସୀତା ସ୍ନାତକୋତ୍ତର ପରୀକ୍ଷାରେ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା । ସୁଦାମର ଚାଳ ଛପର ଘରେ ସେଦିନ ଘେରି ଯାଇଥିଲେ ମିଡ଼ିଆ ଵାଲା । ଶୁଭେଚ୍ଛାର ସୁଅ ଛୁଟିଚାଲିଲା । ତା ଗୋଡ ଆଉ ତଳେ ଲାଗୁ ନଥାଏ । ତା ଝାଳ ବୁହା ପରିଶ୍ରମର ଫଳ ତାକୁ ଆଜି ମିଳିଗଲା । ସୀତା ମନ ଖୋଲି ବାପାଙ୍କୁ ଗୋଟେ କଥା କହିବ ବୋଲି ଭାବୁଥାଏ । ହେଲେ କହି ପାରୁ ନ ଥାଏ । ଗାଁ କଲେଜ୍ ବୋଲି ସିନା ଘରୁ ଯାଇ ପାଠ ପଢି ଦେଲା । ହେଲେ ଉଚ୍ଚ ଶିକ୍ଷା ପାଇଁ , ତା ସ୍ୱପ୍ନ ପୁରଣ ହେବାକୁ ହେଲେ ତ ସହର ଯିବା କୁ ପଡିବ । ଆଉ ସହରରେ ରହିଲେ ବହୁତ ଟଙ୍କା ଦରକାର । ଏମିତି ଚିନ୍ତା କରି ମନ ସୁଖାଇ ବସିଥାଏ ସୀତା । ବୋଉ ଆସି ପଚାରିଲା କଣ ହେଇଚି ସୀତା ?ଏମିତି ମନ ଦୁଃଖରେ ବସିଛୁ ? ନାଇଁ ବୋଉ କିଛି ନାହିଁ । କହ ମୋତେ କଣ ହେଇଛି ତୋର । ବୋଉ ମୁଁ ଆ.ଏ.ଏସ ଅଫିସର ହେବାକୁ ଚାହେଁ । ଆଉ ଏଥିପାଇଁ ଅଧିକ ପଢିବାକୁ ପଡିବ । କୋଚିଂ ନେବାକୁ ପଡିବ । ସହର ଯିବାକୁ ପଡିବ । ସେଥିପାଇଁ ଅଧିକ ଟଙ୍କା ଦରକାର। ଏଇ କଥାକୁ ନାଆଁ ପେଲି ଦେଲି କଲିକତାକୁ । ତୋର ଟଙ୍କା ପାଇଁ ଏତେ ଚିନ୍ତା କାହିଁକି ? ଆଜି ପର୍ଯ୍ୟନ୍ତ ବାପା କଣ କେବେ ତୋର କିଛି ଅଭାବ କରିଛନ୍ତି କି ? ବାପା ଆସନ୍ତୁ ମୁଁ ତାଙ୍କ ସହ ଏ ବିଷୟରେ କଥା ହେବି । ସୀତା ତାର ସ୍ୱପ୍ନ ପୁରଣ କରିବକୁ ସହର ଅଭିମୁଖେ ଯାତ୍ରା କଲା । ସହରରେ ପାଠ ପଢିବା ସହିତ ଟ୍ୟୁସନ କରି କିଛି ଖର୍ଚ୍ଚ ବି ଯୋଗାଡ କଲା । ବାପା ବି ସବୁ ମାସରେ ଯାଇ ଟଙ୍କା ଓ ପନିପରିବା ଦେଇ ଆସନ୍ତି । ଗାଆଁରେ ଦୁଇ ପ୍ରାଣୀ ଟାଣିଟୁଣି ହେଇ ଚଳି ଯାଆନ୍ତି ।

  ସୀତା ଲିଖିତ ପରୀକ୍ଷାରେ ପାସ କଲା । ଇଣ୍ଟରଭିୟୁରେ ବସିଲା । ସବୁ ପ୍ରଶ୍ନର ଉତ୍ତର ଦେଲା । ତା ପାଇଁ ଶେଷ ପ୍ରଶ୍ନ ଥିଲା ଯଦି ଆପଣ ଆଇ ଏ ଏସ ଅଫିସର ହେଇ ଯାଆନ୍ତି ତେବେ ପ୍ରଥମ ମାସ ଦରମାରେ କଣ କରିବାକୁ ଚାହିଁବେ । ମୁ ଗୋଟେ ରୁପାର ସିନ୍ଦୂର ଫରୁଆ ମୋ ବୋଉ ପାଇଁ କିଣି ଦେବି । କାହିଁକି ? ମୁଁ ଯେତେବେଳେ +୩ ପଢ଼ୁଥିଲି ଶେଷ ପରୀକ୍ଷାର ଫର୍ମ ଫିଲ୍ଅପ ପାଇଁ ବାପାଙ୍କ ପାଖରେ ଟଙ୍କା ନ ଥିଲା । ବୋଉ ତାର ରୂପା ପାଉଁଜି ଆଉ ପ୍ରିୟ ସିନ୍ଦୂର ଫରୁଆଟିକୁ ବିକି ମୋ ପାଇଁ ଟଙ୍କା ଆଣିଥିଲା । 

  ସାରା ଭାରତରେ ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହେଲା ସୀତା । ଶୁଭେଚ୍ଛାର ସୁଅ ଛୁଟୁଥାଏ । ଘରେ ଭିଡ ଜମି ଯାଇଥାଏ । ହଠାତ ସଂଯୁକ୍ତାର ମୁଣ୍ଡ ବୁଲାଇ ତଳେ ପଡିଗଲା । ବୋଉଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନିଆଗଲା । ସବୁ ପରୀକ୍ଷା ହେଲା ଜଣା ପଡିଲା ବ୍ରେନ ଟ୍ୟୁମେର । ଡାକ୍ତର କହିଲେ ଅପେରସନ କରିବାକୁ ପଡିବ । ଆମେ ଏବେ କିଛି ଔଷଧ ଦେଇ ଦେଉଛୁ । ଆପଣମାନେ ଅପେରସନ ପାଇଁ ଟଂକା ଯୋଗାଡ କରନ୍ତୁ । ସୁଦାମର ମୁଣ୍ଡରେ ଯେମିତି ଚଡକ ପଡିଲା । କୋଉଠୁ ଆଣିବ ସେ ଟଙ୍କା । ଯାହା ରୋଜଗାର କଲା ସେ ସବୁ ସୀତାର ପାଠ ପଢ଼ାରେ ସରିଲା । ଏମିତି କି ଜମି ଖଣ୍ଡକ ବି ବନ୍ଧା ପଡିଛି । ସୀତା ତ ଚାକିରୀରେ ଯୋଗ ଦେଇନି । ସେ ବି କୋଉଠୁ ଆଣିବ ଟଙ୍କା । ତମେ ବ୍ୟସ୍ତ ହୁଅନି ବାପା ବୋଉ ଭଲ ହେଇଯିବ । ମୁଁ ତାର ଅପେରସନ କରିବି । ଆମ ଘର ଡିହଟା ବନ୍ଧା ପକେଇ ତମେ କିଛି ଟଙ୍କା ଯୋଗାଡ଼ କର । ମୁଁ ଚାକିର କଲା ପରେ ତାକୁ ମୁକୁଳେଇ ଆଣିବି ।

 ଟଙ୍କା ଯୋଗାଡ ହେଲା । ବୋଉର ଅପେରସନ ବି ହେଲା । ସୀତା କୋରାପୁଟ ଜିଲ୍ଲାପାଳ ହିସାବରେ ଯୋଗ ଦେଲା । ନୂଆ ଚାକିରି ତିନି ମାସ ପର୍ଯ୍ୟନ୍ତ ଛୁଟି ନେଇ ପାରୁ ନ ଥାଏ । ହେଲେ ବୋଉକୁ ଦେଖିବାକୁ ମନ ଛଟପଟ ହେଉଥାଏ । ଯାହା ହେଉ ତିନି ଦିନ ଛୁଟି ନେଇ ବାହାରିଲା ଗାଁକୁ । ସାଙ୍ଗରେ ଆଣି ଥାଏ ବୋଉ ପାଇଁ ପାଉଁଜି ଆଉ ସିନ୍ଦୂର ଫରୁଆ । 

 ମନେମନେ ଭାବୁ ଥାଏ ଘରେ ପହଂଚି ଗଲେ ତାକୁ ଦେଖି ବାପା ବୋଉ ଖୁସି ହେଇଯିବେ । ଘରେ ପହଁଚିଲା ବେଳକୁ ଦେଖିଲା ଘର ଆଗରେ ଲୋକ ମାନେ ରୁଣ୍ଡ ହେଇଛନ୍ତି କାନ୍ଦ ବୋବାଳି ଶୁଭୁଚି । ଗହଳି ଆଡେଇ ଆଡେଇ ଆଗକୁ ଗଲା ଇଏ କଣ ବୋଉ ଏତେ ଜୋରରେ କାନ୍ଦୁଛି କଣ ପାଇଁ ? ବାପା ...ବାପାଙ୍କର କଣ ହେଲା ? ପାଦ ତଳୁ ମାଟି ଖସିଗଲା । ସେ ଯେମିତି ପଥର ପାଲଟି ଗଲା । ହାତରେ ସେଇ ରୁପାର ସିନ୍ଦୂର ଫରୁଆ ଧରି ଚାହିଁ ରହି ଥାଏ ବୋଉର ମଥାକୁ।.... 



Rate this content
Log in

Similar oriya story from Tragedy