Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗପ ମୋ ଜୀବନର
ଗପ ମୋ ଜୀବନର
★★★★★

© Jyotiranjan barik

Inspirational

2 Minutes   353    37


Content Ranking

ବି.ଏ ପାଠ ପଢା ସରିଗଲା । ଏମ୍.ଏ ପଢିବାକୁ ବହୁତ ଇଛା ଥିଲା । କିନ୍ତୁ ବି. ଏ ରେ କୌଣସି ଅନର୍ସ ନଥିବାରୁ ଏମ୍.ଏ ପଢି ପାରିଲିନି । ଅନେକ ଚିନ୍ତା କରି ହୋଟେଲ ମ୍ୟାନେଜେମେଣ୍ଟ କରିବା ପାଇଁ ନିଷ୍ପତ୍ତି ନେଲି । ଅନେକ ସାଙ୍ଗ ମାନଙ୍କ ଠାରୁ ଅନେକ କଲେଜ୍ ବିଷୟରେ ବୁଝିଲି , ପ୍ରାୟ ସବୁ ସାଙ୍ଗ ମାନେ କହିଲେ ଭୁବନେଶ୍ୱର ସ୍କୁଲ ଅଫ୍ ହୋଟେଲ ମାନେଜେମେଣ୍ଟ ଭଲ କଲେଜ୍ । ଶେଷରେ ସେଇ ଭୁବନେଶ୍ୱର ସ୍କୁଲ ଅଫ୍ ହୋଟେଲ ମାନେଜେମେଣ୍ଟ କଲେଜ୍ ରେ ପଢିବା ପାଇଁ ସ୍ଥିର କଲି । ନିଜେ ଯାଇ କଲେଜ୍ ର ପ୍ରିନିସିପାଲ ଦିଲ୍ଲୀପ୍ କୁମାର ବାରିକ ଙ୍କ ସହ କଥା ହେଲି , ଏବଂ ଆଡ୍ମିସନ କରିବା ପାଇଁ କହିଲି । କଲେଜ୍ ରେ ପଢିବାକୁ ହେଲେ ଟୋଟାଲ ୨.୪୦.୦୦୦ ଟଙ୍କା ଦବା ପାଇଁ ପଡିବ ଓ ଆଡ୍ମିସନ ପାଇଁ ୩୦.୦୦୦ ଟଙ୍କା ଦେବାପାଇଁ ପଡିବ ବୋଲି କଲେଜ୍ ପ୍ରିନିସିପାଲ କହିଲେ । ମୁଁ ମଧ୍ୟ ରାଜି ହେଲି ।

ଓ ପ୍ରିନିସିପାଲ ଙ୍କୁ ଅନୁରୋଧ କଲି ମୋ ପାଇଁ ଗୋଟେ ପାର୍ଟ ଟାଇମ୍ ଜବ୍ ବୁଝିବାକୁ । ସେ ମଧ୍ୟ ଜବ୍ ଦବାର ପ୍ରତିଶୃତି ଦେଲେ ଆଉ ଦୁଇ ଦିନ ମଧ୍ୟରେ ମୋ ପାଇଁ ଜବ୍ ବି ଭୁଝିଦେଲେ ।

ମୁଁ କିନ୍ତୁ ସେପର୍ଯ୍ୟନ୍ତ କଲେଜ୍ ରେ ଆଡ୍ମିସନ କରିନଥାଏ । କାରଣ କଲେଜ୍ ରେ ଆଡ୍ମିସନ କରିବା ପାଇଁ ୩୦.୦୦୦ ଟଙ୍କା ଦରକାର ଥିଲା ,ହେଲେ ମୋ ପାଖରେ ମାତ୍ର ୧୫.୦୦୦ ଟଙ୍କା ଥିଲା । ଯାହା ମୁଁ ସଂଚିକି ରଖିଥିଲି । ଆଡ୍ମିସନ ତାରିଖ ପାଖେଇ ଆସୁଥାଏ ହେଲେ ଆଉ ୧୫.୦୦୦ ଟଙ୍କା ମୁଁ ଯୋଗାଡ କରିପାରୁନଥାଏ ।

ଆଜି ଭଳି ମନେ ହେଉଛି , ସେଦିନ ଥିଲା ଆଡ୍ମିସନ ର ଶେଷ ତାରିଖ ।

ପାଖରେ ଥିଲା ୧୫.୦୦୦ ଟଙ୍କା , ଆଡ୍ମିସନ ପାଇଁ ଦରକାର ଥିଲା ଆଉ ୧୫.୦୦୦ ଟଙ୍କା । ଇଛା ନଥିଲେ ବି ସେଇ ୧୫.୦୦୦ ଟଙ୍କା ବୋଉକୁ ମାଗିଲି । ତାକୁ ମୁଁ ଆଡ୍ମିସନ କରିବା କଥା କହିଲି । ବୋଉ ମତେ ଆଉ କିଛି ନ ପଚାରି ମୋ ହାତକୁ ୧୫.୦୦୦ ଟଙ୍କା ଦେଇଦେଲା ଆଉ କହିଲା ଯା ଆଡ୍ମିସନ କରି ଆସିବୁ ।

ମୁଁ ଜାଣିନଥିଲି ବୋଉ କୋଉଠୁ ଆଣି ମତେ ୧୫.୦୦୦ ଟଙ୍କା ଦେଲା ।

ତା ପାଖରେ ଟଙ୍କା ନଥିଲା କିନ୍ତୁ ସେ ମତେ ମନା ବି କରିନଥିଲା । ମୋ ହାତକୁ ବଢ଼େଇ ଦେଇଥିଲା ମୋ ଆଡ୍ମିସନ ପାଇଁ ୧୫.୦୦୦ ଟଙ୍କା ।

ପଛରେ ଜାଣିଲି ବୋଉ ସେ ଟଙ୍କା ଆମ ଭାତହାଣ୍ଡି ଜମିକୁ ବନ୍ଧା ଥୋଇ ମତେ ଦେଇଛି ।

ଜାଣିଲା ପରେ ବୋଉକୁ ଯାଇ ପଚାରିଲି ।

ବୋଉ ତୁ ଆମ ଭାତହାଣ୍ଡି ଜମି ବନ୍ଧା ଥୋଇ ମତେ କାହିଁକି ଟଙ୍କା ଦେଲୁ ? ମୁଁ ପାଠ ନ ପଢିଥିଲେ କଣ ହେଇନଥାନ୍ତା ?

ବୋଉ କହିଲା , ତତେ ନେଇ ମୁଁ ଅନେକ ସ୍ୱପ୍ନ ଦେଖିଚି ରେ , ଆଉ ଏଇ କେଇଟା ଟଙ୍କା ପାଇଁ ଯଦି ତୁ ଦେଖିଥିବା ସ୍ୱପ୍ନ ପୁରା ନହବ ତାହେଲେ ମୁଁ ଦେଖିଥିବା ସ୍ୱପ୍ନର କି ମୂଲ୍ୟ ରହିବ ଯେ ।

ବୋଉର ଏଇ କେଇପଦ କଥା ଶୁଣି ସାରିଲା ପରେ ମୋ ପାଟି ଚୁପ୍ ହେଇଯାଇଥିଲା, ମୋ ଆଖିରୁ ଝରି ପଡୁଥିଲା କେଇବୁନ୍ଦା ଲୁହ ସବୁ ଲହୁ ହେଇ । କିନ୍ତୁ ବୋଉ ହସୁଥିଲା ଆଉ ତା ପଣତ କାନିରେ ମୋ ଲୁହ ପୋଛି ଦେଉଦେଇ କହୁଥିଲା , ମୁଁ ଆମ ଭାତହାଣ୍ଡି ଜମି କୁ ବନ୍ଧା ଥୋଇଛି ,ବିକ୍ରି ତ କରିଦେଇନି ନା । ତୁ ଚାକିରୀ କରି ମତେ ପଇସା ଦେଲେ ମୁଁ କଣ ତାକୁ ମୁକାଳି ପରିବିନି ଯେ ତୁ ଛୋଟ ଛୁଆ ଙ୍କ ପରି କାନ୍ଦୁଛୁ ।

ମୁଁ ଖାଲି ଏତିକି ଭାବୁଥିଲି । ବୋଉ ମତେ ନେଇ ଯୋଉ ସ୍ୱପ୍ନ ଦେଖିଚି ମୁଁ ତାର ଉଚିତ୍ ମୂଲ୍ୟ ଦେଇ ପାରିବିକି ନାହିଁ ।

ଜ୍ୟୋତିରଞ୍ଜନ ବାରିକ

ଚଢ଼େଇଗାଁ , ନିମାପଡା ,ପୁରୀ

ମ୍ୟାନେଜମେଣ୍ଟ ଅନୁରୋଧ ସ୍ୱପ୍ନ

Rate the content


Originality
Flow
Language
Cover design

Comments

Post

Some text some message..