Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rashmita Panigrahi

Tragedy

3.3  

Dr Rashmita Panigrahi

Tragedy

ଦେବପୁତ୍ର

ଦେବପୁତ୍ର

5 mins
525



ରେଳ ଲାଇନ କଡ଼ଟି ପୂରା ଲୋକlରଣ୍ୟ l ସମସ୍ତଙ୍କ ମୁହଁରେ ହତାଶlର ଭାବ ସ୍ପଷ୍ଟ ବାରି ହେଇ ପଡୁଥିଲା l କି ଯୁଗ ହେଲା..... ! ଖାଲି ଆକସ୍ମିକ ଦୁର୍ଘଟଣା l ଯିଏ ଦେଖୁଚି ସିଏ ଆଖି ବନ୍ଦ କରି ନେଉଛି l ଶରୀରଟା ପୂରl ଅଲଗା ଅଲଗା ହେଇ ଯାଇଛି, ମୁଣ୍ଡ ର ପତ୍ତା ନାହିଁ l ସାର୍ଟ ଦେଖି ଜାଣିବା କଥା, ପକେଟରେ ଆଧାର କାର୍ଡଟା ଥିଲା ବୋଲି, ନ ହେଲେ ଏତକ ବି ଜାଣିବା ମୁସ୍କିଲ ହେଇ ଥାଆନ୍ତା କାହା ଘର ପିଲା l ଖବର ପାଇ ସଙ୍ଗେ ସଙ୍ଗେ ନିକଟସ୍ଥ ଥାନା ରୁ ଆସିଗଲେ ବଡି (body)ନେଇ ପୋଷ୍ଟମର୍ଟମ କରିବେ ବୋଲି, ହେଲେ ବଡି ଅଛି ଯେ ନେବେ l ବହୁ କଷ୍ଟରେ ହାତରେ ଗ୍ଲୋଭସ ଲଗାଇ ଟୁକୁଡା ଟୁକୁଡା ଏକତ୍ର କରି ଅଖାରେ ପୂରlଉ ଥାଆନ୍ତି କନେଷ୍ଟବଳ ଦୁଇ /ତିନି ଜଣ l ସମସ୍ତେ ଆଶ୍ଚର୍ଯ୍ୟ, ଯେତେବେଳେ ଜଣା ପଡିଲା ପିଲାଟି ଦୁଇ ବର୍ଷ ହେଲା ଓ. ଏଫ.ଏସ ଭାବେ କାର୍ଯ୍ୟ କରୁଥିଲା l ଆସନ୍ତା ତିଥିରେ ତା'ର ବିବାହ ହେବାକୁ ଥିଲା l                    

     ଘରେ ଆଗାମୀ ଶୁଭକାର୍ଯ୍ୟ ର ପ୍ରସ୍ତୁତି ଆରମ୍ଭ ହେଇ ସାରିଛି l ଥାନା ରୁ ଶବ ଆସି ପହଂଚିଲା ପରେ ସମସ୍ତେ ସ୍ତବ୍ଧ l ମୁହଁ ତ ନାହିଁ ଚିହ୍ନିବେ କିପରି ? ମା' ରୋକ ଠୋକ ମନା କରି ଦେଲେ ୟେ ମୋ ସତ୍ୟ ହେଇ ନ ପାରେ l ମୋ ପୁଅର ତ ଆଉ ଚାରି ଦିନ ପରେ ବାହାଘର, ଯାଇଛି ତା ସାଙ୍ଗ ମାନଙ୍କୁ ନିମନ୍ତ୍ରଣ କରିବାକୁ l ପୋଲିସ ରିପୋର୍ଟ ଅନୁସାରେ ବାପା ଯେବେ ତା'ର ଆଧାର କାର୍ଡ ଦେଖନ୍ତି, ତା'ର ଛିଣ୍ଡl ଜିନ୍ସ ଆଉ ସାର୍ଟ ଦେଖନ୍ତି, କହିବାକୁ ପାଟିରୁ ଭାଷା ଫୁଟେନି ଆଉ l ମା' ଚିତ୍କାର କରି ଉଠିଲେ "କାହିଁ ମୋ ପୁଅ ର ମୁହଁ ? ମୁହଁ ନ ଦେଖିଲେ ବି ମୁଁ ଚିହ୍ନିବି, ତା ହାତ ପାଦ ତ ଦେଖାଅ l ଯେଉଁ ହାତରେ ସେ ଅନେକ ଥର ତା ନିଜ ଖାଇବାରୁ ପ୍ରଥମ ଗୁଣ୍ଡା ଟା ମୋ ପାଟିରେ ଦେଇଛି, ସେ ହାତକୁ ଟିକିଏ ଦେଖାଅ l

      ଲାସ ର ଏ ମୁଣ୍ଡ ରୁ ସେ ମୁଣ୍ଡ ଦରାଣ୍ଡି ପକାଇଲେ, କାହିଁ.....? ତା ହାତ କାହିଁ ?... ତା ପାଦ...? ଗୋଟିଏ ବୋଲି ପୁଅ ମୋର, ମୁଁ ତାକୁ ଚିହ୍ନିବି ନାହିଁ ତ ଆଉ କିଏ ଚିହ୍ନିବ ! ହାୟ ରେ... ବିଧାତା ! କେମିତି ସମ୍ଭାଳିବେ ନିଜ ସ୍ତ୍ରୀ କୁ, କେମିତି କହିବେ ନା, ଆମ ସତ୍ୟ ସତରେ ଆମକୁ ପର କରି ଦେଇଛି, ଜାଣି ପାରୁ ନ ଥାଆନ୍ତି ପ୍ରକାଶ ବାବୁ l ବାପା ହିସାବରେ ସତ୍ୟକୁ ସେ ପ୍ରାଣ ଠୁ ବି ଅଧିକ ଭଲ ପାଆନ୍ତି l ସେମିତି ପୁଅ ଭାଗ୍ୟବାନ ଲୋକଙ୍କୁ ହିଁ ମିଳେ l ଦିନେ ହେଲେ ସେ ମା'ବାପା, ସାଇ ପଡିଶା କାହା ମନରେ ଆଘାତ ଦେଲା ଭଳି କିଛି ବି କଥା କହିନି କିମ୍ବା ସେଭଳି କାମ କରିନି l ଧୀରେ ଧୀରେ ପାଖ ପଡୋଶୀଙ୍କ ଭିଡ଼ ଜମି ଆସିଲା l ପୋଲିସ ଶବ ହସ୍ତାନ୍ତର କରି ସାମାନ୍ୟ ଫର୍ମାଲିଟି ଯାହା ଥିଲା ସାରି ଦେଇ ଫେରି ଗଲେ l ପରିବାର କହିଲେ ମା'ବାପା, ସାନ ଭଉଣୀ ଯୁକ୍ତ ତିନି ବିଜ୍ଞାନ ପ୍ରଥମ ବର୍ଷ l ଭାଇ ବାହାଘର ପାଇଁ ବିଚାରି ସପ୍ତାହକ ଆଗରୁ ହଷ୍ଟେଲ ରେ ଦରଖlସ୍ତ ଦେଇ ଘରେ ହଜାର l ପାଖ ପଡୋଶୀ ସମସ୍ତଙ୍କର ସେଇ ଗୋଟିଏ ଦୁଃଖ ଶେଷ ସମୟ ରେ ପିଲାଟିର ଚେହେରା ବି ଦେଖି ପାରିଲେନି l ମୋବାଇଲ ରେ ତ ଭାଇରlଲ ହେଇ ସାରିଥାଏ l ଖଣ୍ଡ ବିଖଣ୍ଡିତ ରକ୍ତlକ୍ତ ମାଂସ ପିଣ୍ଡୁଳା ଛଡା ଆଉ କିଛି ବି ନଜରକୁ ଆସୁ ନ ଥାଏ l କେଉଁ ଶବ୍ଦ ରେ ମା'ବାପାଙ୍କୁ ତା'ର ସାନ୍ତ୍ୱନା ଦେଇ ହେଵ କିଛି ପଶୁ ନ ଥାଏ କାହାରି ମୁଣ୍ଡ ରେ l 

       ଗ୍ରାମ ର କିଛି ଯୁବକ ବାହାରି ଆସି ଶବ ସତ୍କାରର ବନ୍ଦେlବସ୍ତ କରାଇଲେ l ୟା ଭିତରେ ସତ୍ୟର ସହକର୍ମୀ ମାନେ କେପିଟାଲ ରୁ ସ୍ୱତନ୍ତ୍ର ଗାଡିରେ ଆସି ପହଁଚି ଗଲେ l ଭେରିଫିକେସନ ତ ହେଇ ସାରିଛି, ତଥାପି ଆଖି ସବୁ ଖୋଜି ବୁଲୁଛି ତଥ୍ୟ, ପ୍ରଣାମ --ଏଇ ସତ୍ୟ ନାରାୟଣ ଦାସ ତ ! 

    ଏଭଳି ହସ ହସ, ଶାନ୍ତ, ସରଳ, ଭଦ୍ର ବ୍ୟବହାର ପ୍ରଦର୍ଶନ କରୁଥିବା, ସୌମ୍ୟଦର୍ଶନ, ସମସ୍ତ ଙ୍କର ପ୍ରିୟ ସତ୍ୟ ବାବୁଙ୍କର ଏପରି ଦଶା, କଳ୍ପନାର ବାହାରେ l ବାସ୍ତବତାକୁ ଗ୍ରହଣ କରିବା ଅସମ୍ଭବ ମନେ ହେଉ ଥିଲା l ସାଙ୍ଗରେ ଥିଲେ ଅନୁ ମ୍ୟାମ, ଯିଏ ସତ୍ୟ ବାବୁଙ୍କ ବେଚରେ ଜଏନ କରି ଥିଲେ l ଫେରିବା ରାସ୍ତାରେ ନିଜର କୋହ ସମ୍ବରଣ କରି ପାରିଲେନି, କାନ୍ଦି ପକାଇଲେ l ହାଓ କେନ ୟୁ ଲିଭ ଆସ l ମୋତେ ବହୁତ କିଛି ଶିଖିବାର ଥିଲା ଆପଣଙ୍କ ଠୁଁ, ଖାସ କରି ଆପଣଙ୍କର ଡିଲିଙ୍ଗସ( (dealings)l 

     ସତ୍ୟ ବାବୁଙ୍କ ପାଖ ପଡିଶା କହୁ ଥିଲେ ତାଙ୍କୁ ହତ୍ୟା କରି ଟ୍ରେନ ଲାଇନରେ ଫିଙ୍ଗl ଯାଇଛି l ମ୍ୟାମ ଆପଣ କହି ପାରିବେ କି, ତାଙ୍କର କେହି ଶତ୍ରୁ ଥାଇ ପାରନ୍ତି ବୋଲି ? ନିକଟରେ କେହି ବଦମାସ ସହ ତାଙ୍କର କିଛି ଡିଲ ହେଇ ଥାଇ ପାରେ ବୋଲି l ଆପଣ ଦୁଇଜଣ ତ ଫାଇନାନ୍ସ ରେ ପାଖlପାଖି ଚେୟାର ରେ କାମ କରୁଛନ୍ତି l ମ୍ୟାଡ଼ାମ ଲୁହ ପୋଛି ନେଇ କହିଲେ ନାଇ ଆଜ୍ଞା l ସତ୍ୟ ବାବୁ ୱାଚ ରିଏଲି ଏ ନାଇସ ମ୍ୟାନ l କେହି ତାଙ୍କ ଉପରେ ରାଗିବl ଅସମ୍ଭବ l ସତରେ କେହି ରାଗି କରି ଆସି ଥିଲେ ବି ସେ ତାଙ୍କ ହସ ଆଉ କଥାରେ ସେ ଲୋକକୁ ଶାନ୍ତ କରେଇ ଦେଉଥିଲେ l ତାଙ୍କ ପରି ସହକର୍ମୀ ଙ୍କ ସହ କାମ କରିବା ଭାଗ୍ୟରେ ଥିଲେ ମିଳେ l ସବୁ ଅଫିସରେ ଇର୍ଷା, ପରଶ୍ରୀକାତରତା ଭର୍ତ୍ତି ଥିଲା ବେଳେ ସତ୍ୟ ବାବୁଙ୍କୁ ଏସବୁ ସ୍ପର୍ଶ କରି ନ ଥିଲା l ତାଙ୍କର ଏପରି ବିୟୋଗକୁ ଗ୍ରହଣ କରିବା କଷ୍ଟକର ହେଇ ପଡୁଛି l 

    ମ୍ୟାମ ଆପଣ ସତ୍ୟ ବାବୁଙ୍କ ସମ୍ପର୍କରେ ଆଉ କିଛି କହି ପାରିବେ କି ? କାରଣ ଯେତେ ଶୁଣିଲେ ବି ମନ ବୁଝୁନି, ଏଇଟା ହତ୍ୟା ହେଇ ନ ପାରେ ! ଆଉ ଜଣେ ସହଯୋଗୀ କହି ଉଠିଲେ, ଗତ କିଛି ମାସ ହେଵ ସତ୍ୟ ବାବୁ ଟିକିଏ ଅଧିକ ହ୍ୟାପି ହ୍ୟାପି ରହୁ ଥିଲେ l ମୋର ଯାହା ମନେ ହୁଏ ତାଙ୍କ ଜୀବନ ରେ କେହି ଜଣେ ଦସ୍ତଖତ କରି ଥିଲେ l ହେଇ ପାରନ୍ତି ସେ ଜଣକ ତନୁଶ୍ରୀ ମ୍ୟାମ, ହେଲଥ ଡିପାର୍ଟମେଣ୍ଟ ର l ଗତ ନିଉ ଇଅର ପାର୍ଟି ରେ ଆମେ ହେଲଥ ଡିପାର୍ଟମେଣ୍ଟ କୁ ଇନଭାଇଟ ହେଇ ଯାଇ ଥିଲୁ, ସେଠାରେ ତନୁଶ୍ରୀ ମ୍ୟାମ ଆଉ ସତ୍ୟ ସାର ପରସ୍ପରକୁ ଭେଟି ଥିଲେ l ଗ୍ରାଜୁଆଲି ସେମାନେ ଗୁଡ଼ ଫ୍ରେଣ୍ଡ ଆଉ କିଛି ଦିନରେ ଆହୁରି କ୍ଲୋଜ ହେଇ ଥାଇ ପାରନ୍ତି l କେତେ ଥର ଫ୍ରି ଆୱାର ରେ ସତ୍ୟ ସାର ଙ୍କୁ ତାଙ୍କ ସହ ଗପିବା ଶୁଣିଛି l ହେଇ ପାରେ ସେ ଦୁଇ ଜଣ ଙ୍କ ଭିତରେ.......? 

  " ନା  ନା  l କଥା ଟା ସେ ଭଳି ନୁହେଁ, ମୁଁ କନଫର୍ମ l ତନୁଶ୍ରୀ ମ୍ୟାମ ଙ୍କୁ ମୁଁ ଜାଣିଛି l ତାଙ୍କର ଅଲରେଡି ଏନଗେଜମେଣ୍ଟ ସରିଛି, ସେ ପିଲା ଟି ଆମେରିକା ରେ କଣ ଟ୍ରେନିଂ ରେ ଅଛି, ସରିଲେ ସେମାନେ ମ୍ୟାରେଜ କରିବେ l"--କହିଲେ ଅନୁ ମ୍ୟାମ l

    ଆଉ ଜଣେ ସହ କର୍ମୀ କହିଲେ ମୁଁ ଶୁଣିଛି ତାଙ୍କ ବାପା ଜଣେ ରିଟାୟାରଡ ଆର୍ମି ପର୍ସନ l ସେ ଯାହା କୁହନ୍ତି ଘରେ ସମସ୍ତେ ଅକ୍ଷରେ ଅକ୍ଷରେ ପାଳନ କରନ୍ତି l ହେଇ ଥାଇ ପାରେ ସେ ପସନ୍ଦ କରି ଥିବା ଝିଅ ସତ୍ୟ ବାବୁ ଙ୍କର ପସନ୍ଦ ନୁହେଁ, ଆଉ ସତ୍ୟ ବାବୁ ଙ୍କ ପସନ୍ଦ ତାଙ୍କ ବାପାଙ୍କର ମନ କୁ ପାଇ ନ ଥିବ !ଘରେ ଅଶାନ୍ତି ସୃଷ୍ଟି ନ ହେଉ, ତେଣୁ.....?

    " ନା  ନା  l ସତ୍ୟ ବାବୁ ସେମିତି କେବେ ବି କରିବେନି l ସେ ଜୀବନ ର ସମସ୍ତ ପରିସ୍ଥିତିକୁ ସାହସ ର ସହ ସାମ୍ନା କରିବା ଜାଣି ଛନ୍ତି "-କହିଲେ ଅନୁ ମ୍ୟାମ l  

    ଏତେ ସମୟ ପର୍ଯ୍ୟନ୍ତ ନୀରବ ହେଇ ଶୁଣୁଥିବା ସତ୍ୟ ବାବୁ ଙ୍କ ଟାଇପିଷ୍ଟ ଆଉ ସମ୍ଭାଳି ପାରିଲାନି ନିଜକୁ l କହିଲା, ଆପଣ ମାନେ ହୁଏତ ଜାଣି ନ ଥିବେ, ମୋର ଲଭ ମ୍ୟାରେଜ l ମୋ ଘରେ କେହି ରାଜି ନ ଥିଲେ ଆମ ବିବାହ କୁ ନେଇ l କିନ୍ତୁ ସତ୍ୟ ସାର ଙ୍କ ସାହସ ଓ ପ୍ରେରଣା ରେ ମୁଁ ସମସ୍ତ ଙ୍କୁ ମନେଇବାରେ ସଫଳ ହେଲି, ଆଜି ମୋ ପୁଅକୁ ଛ ମାସ ହେଲାଣି l ଦୟାକରି ସତ୍ୟ ସାର ଙ୍କ ନାଁ ରେ ଏଭଳି ଚର୍ଚ୍ଚା ବନ୍ଦ କରନ୍ତୁ l ତାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଛଡା ଆଉ କିଛି ହେଇ ନ ପାରେ l ସେ ଜଣେ ସଚ୍ଚା ମଣିଷ, ସମସ୍ତ ଙ୍କ ହୃଦୟକୁ ଜିଣି ପାରୁଥିବା ଦେବ ପୁତ୍ର l।


Rate this content
Log in

Similar oriya story from Tragedy