Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Tragedy

2  

Titi Sarangi

Tragedy

ପଥର

ପଥର

2 mins
7.3K


 ଝୁନୁ,

ଜାଣିଛି ତୁ ରାଗିଛୁ  l ସେଥିପାଇଁ ଫୋନ୍ କଲେ ଉଠଉନୁ କି କଲ୍ ବ୍ୟାକ୍ କରୁନୁ  l ସେଥିପାଇଁ ହ୍ବାଟ୍ସଆପରେ ଲେଖୁଛି  l ପଢିବୁ ପ୍ଳିଜ୍  l ମୋ ସୁନାଟା  l ରାଗିବୁନି  l ସବୁ ତ ଜାଣିଛୁ  l ମୋ ବେଷ୍ଟ ଫ୍ରେଣ୍ତ୍ ତୁ  l ତଥାପି ମୁଁ ଏମିତି କିଛି ନ ଜଣେଇ ଚାଲି ଆସିଲି ବୋଲି ତତେ ଖରାପ ଲାଗିଛି ନିଶ୍ଚୟ  l କ୍ଷମା

କରିଦେ ସୁନାଟା  l ମାମା କଥା ତ ଜାଣିଛୁ  l ଆମ ସମସ୍ତଙ୍କୁ ସେ କେତେ ଭଲପାଏ  l ରାନ୍ଧିବାଢି ଖୁଆଏ  l ଭୁଲ୍ କଲେ ମୋତେ ଯେତିକି ଗାଳି ଦିଏ ମୋ ସାଙ୍ଗ ବୋଲି ତମମାନଙ୍କୁ ବି ଛାଡେନି  l ତୁ ସିନା ବୁଝିପାରୁ କିନ୍ତୁ ସମସ୍ତେ କ'ଣ ବୁଝନ୍ତି ? ଆମ ଘରପାଖେ

ସେଇ ବଡ ପଡିଆଟାରେ ଆମେ ଛୂଟୀ ଦିନେ କେତେ ଖେଳୁ !ହେଲେ ମାମାକୁ ଟିକେ ଭୟ ସମସ୍ତଙ୍କର ଥାଏ  l ଟିକେ ଭୁଲ୍ ଦେଖିଲେ ଗାଳି ଦବ  l ସନ୍ଧ୍ୟାରେ କିନ୍ତୁ ମାମା ହାତ ତିଆରି ସ୍ନାକ୍ ଆମ ସମସ୍ତଙ୍କର ପ୍ରିୟ ଥିଲା  l ନୁହେଁ?

ଆରେ ତୋତେ ଇମୋସନାଲି ବ୍ଳାକ୍ ମେଲ୍ କରୁନି ମ  l ମୁଁ ଜାଣିଛି ମାମାର ମିଛିମିଛିକା ରାଗ ପଛରେ ଥିବା ଭଲପାଇବାକୁ ଆମେ ସମସ୍ତେ ଭଲ ପାଉଥିଲେ  l ମାମାର ସେଇ ରାଗ ,ସେଇ ଭଲ ପାଇବା ଗୁଡିକ ଏବେ କେମିତି ସ୍ଥିର ହେଇ ଆସୁଛିରେ  l ମୁଁ ଜାଣି ପାରୁନି ସେ ଆମକୁ ଭଲ ପାଉଛି

କି ନାଇଁ  l ଏତେ କଥା କହୁଥିବା ମାମା କେମିତି ଗୋଟେ ସାଇଲେଣ୍ଟ୍ ହେଇ ଯାଉଛି  l ପ୍ଳସ୍ ଟୁ ଯାଏ ତ ଆମେ ଦି ଭାଇ ଭଉଣୀ ସେଇଠି ପଢିଲୁ  l ଆମକୁ ପାଖରୁ ଛାଡିବାକୁ ସେ ରାଜି ନ ଥିଲା  l ହେଲେ ତମେ ସବୁ ବାହାରେ ପଢିଲ  l ସେ ଯାଏ ସବୁ ଠିକ୍ ଥିଲା  l ହେଲେ ଆମେ ଦିଜଣ ହଷ୍ଟେଲ୍ କୁ ଆସିବା ପରେ ଗୋଟେ ଚରମ ସତ୍ୟ ସେ ଆବିଷ୍କାର କଲା  l  ବାବା ମାମାକୁ ଏତେ ବେଶୀ ରେସ୍ପେକ୍ଟ କରନ୍ତିନି ମୁଁ ଜାଣିଥିଲି  l କିନ୍ତୁ ମାମାର ବହୁତ ଭରସା ଥିଲା ତାଙ୍କ ଉପରେ  l କେବେ ବି ନିଜ ଦରମାର ହିସାବ ମାଗେନି ବାବାଙ୍କୁ  l ଏବେ କିନ୍ତୁ ମାମା ଜାଣୁଛି କରଜ ବହୁତ ବଢି ଯାଇଛି  l ସେଥିପାଇଁ କେମିତି ଗୋଟେ ଚୁପ୍ ହେଇ ଯାଇଛି ଘରର ପରିବେଶ  l ଧୋକା ଖାଇଲା ଭଳି ସେ ଫିଲ୍ କରୁଛି ବୋଧେ  l ମୁଁ କାହାକୁ କିଛି କହି ବି ପାରୁନି  l ଭିତରେ ଭିତରେ ମାମା ବୋଧେ ପଥର ହେଇ ଯାଉଛି  l

ଆମ ଏଠି ପଥରଟିରେ ସିନ୍ଦୂର ଲଗେଇ ଦେଲେ ଲୋକେ ଦେବୀ ବୋଲି ପୂଜା କରନ୍ତି  l କିନ୍ତୁ ଜୀବନ୍ତ ସ୍ତ୍ରୀ ଲୋକଟେ ଘରର କେତେ କାମ କରେ ,ନିଃସର୍ତ୍ତ ଭାବେ ସମସ୍ତଙ୍କୁ ଭଲପାଏ  l କିନ୍ତୁ ତାକୁ ପୂଜା କରିବା ତ ଦୂରର କଥା ସାମାନ୍ୟ ସମ୍ମାନଟିକେ ବି ମିଳେନି  l ମୁଁ ଦେଖୁଛି ସେମିତି ଗୋଟେ ପଥର ପାଲଟି ଯାଉଛି ମାମା  l ଆଗ ଅପେକ୍ଷା ଆହୁରି ପରିଶ୍ରମ କରୁଛି  l ନିଜେ ଘର ଚଳଉଛି  l କିନ୍ତୁ ତା ନୀରବତା ମୁଁ ସହି ପାରୁନି  l କେମିତି ତାର ଦିନ ପରେ ଦିନ କଟୁଛି କେଜାଣି ?ନିଷ୍କମ୍ପ ,ନିଥର ଦେହରେ କେବଳ କାମ କରୁଥିବା ହାତ ପାଦ ଦି ହଳ  l ପଚାରିଲେ କହୁଛି ତମେ ଦିଜଣ ମଣିଷ ହେଲେ ମୋତେ ସବୁ ମିଳିବ  l କେଜାଣି ତାକୁ କ'ଣ ମିଳିବ ?ତଥାପି ତା ନୀରବ ପଥର ପରି ଆଖି ଦିଟାରେ ଭଲ ପାଇବା ଝରିଯିବା ମୁଁ ଦେଖିଛି  l ସେଥିପାଇଁ ଛୁଟୀ ସରିବା ଆଗରୁ ହଷ୍ଟେଲ ଚାଲି ଆସିଲି  l ହୁଏ ତ ମୋର ସାଧନା ବଳରେ ମାମାର ପଥର ଦେହରେ ଜୀବନ୍ୟାସ ଦେଇ ପାରିବି  l

ତୁ ରାଗିବୁନି ପ୍ଳିଜ୍  l ମୋ ଫୋନ୍ ରିସିଭ୍ କରିବୁ ସୁନା  l

ତୋର ଲୀତୁ  l


Rate this content
Log in

Similar oriya story from Tragedy