ଭାଗ୍ୟବାନ
ଭାଗ୍ୟବାନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସେଦିନ ଅଗଷ୍ଟ ପନ୍ଦର ଥାଏ , ସବୁ ଆଡେ ପତାକା ଉତ୍ତୋଳନ ଆଉ ବନ୍ଦେ ମାତରଂ ଗାନ ରେ ଭାରତ ମାତା କମ୍ପି ଉଠୁଥାଏ । ଏତିକି ବେଳେ ସୁବ୍ରତ ବାବୁ ଘର ଭିତରେ ବସି ଟିଭି ଦେଖୁ ଥାନ୍ତି । ଦିଲ୍ଲୀ ରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖୁ ଥାନ୍ତି ବସି ସୁବ୍ରତ ବାବୁ । ପତ୍ନୀ ସାବିତ୍ରୀ ଦେବୀ ହାତ ରେ ଚାହା କପ୍ ଧରି ଆସି ବସି ପଡ଼ିଲେ ସୋଫା ଉପରେ ।
ଦୁହେଁ କଥା ହେବା ଆରମ୍ଭ କଲେ , ଜାଣିଛ ଆମ ବାପି ଫୋନ୍ କରିଥିଲା । କହିଛି ଆସିବ ଆଉ ମାସକ ପରେ
- ହଁ ସାବିତ୍ରୀ , ପୁଅ ଟା କୁ କାହିଁ କେତେ ଦିନ ରୁ ଦେଖିବାକୁ ଆଖି ତରସି ଗଲାଣି , ବର୍ଷେ ତଳେ ଆସିଥିଲା ।
- କ'ଣ କରିବା? ପୁଅ ଆମର ଆର୍ମି ରେ ଅଛି , ସେଠୁ ଛୁଟି ମିଳିଲେ ତ ଆସିବ ।
- ହଁ, ତମର ହିଁ ସ୍ଵପ୍ନ ଥିଲା ବାପି କୁ ଏଇ ଲାଇନ୍ ରେ ପଠେଇବା ପାଇଁ । ତମର ମନେ ଅଛି ଏଇ କଥା ଯୋଗୁଁ କେତେ ଯୁକ୍ତି ତର୍କ ହେଇଛି ଆମର । ଶେଷରେ ତମ କଥା ହିଁ ରହିଲା ଆଉ ବାପି ଆମର ଆର୍ମି ରେ ଯୋଗ ଦେଲା ।
- ହଁ । ମୋର ସବୁବେଳେ ଇଚ୍ଛା ଥିଲା ପୁଅ ସିନା ମୁଁ ଜନ୍ମ କଲି ହେଲେ ମୋର ସେଇ ଗୋଟିଏ ପୁଅ ପାଇଁ ସାରା ଭାରତ ବର୍ଷ ର ମା ମାନେ ଗର୍ବ ଅନୁଭବ କରନ୍ତୁ । ପୁଅ ମୋର ଦେଶ ପାଇଁ କାମ କରୁଛି, ଦେଶ ର ଶତ୍ରୁ ସହିତ ଲଢେଇ କରୁଛି , ଏହା ଠୁ ବଡ଼ କଥା ଆଉ କଣ ହେଇ ପାରେ ?
- ମାନିବାକୁ ପଡ଼ିବ ତମକୁ ସାବିତ୍ରୀ, ମୁଁ ବାପା ହେଇ ଯୋଉଠି ମୋ ମନ ତରଳି ଯାଉଛି ସେଇଠି ତମେ ମା ହେଇ ତମ ହୃଦୟ କୁ ପଥର କରି ପୁଅ କୁ ପଠେଇଛ ।
- ବିବାହ ର ଆଠ ବର୍ଷ ପରେ ବାପି ଜନ୍ମ ହେଲା , ମନେ ଅଛି ଯୋଉ ଦିନ ସେ ଜନ୍ମ ହେଲା ସେଦିନ କାଶ୍ମୀର ରେ ଯୁଦ୍ଧ ସମୟ ରେ ଆମ ଓଡ଼ିଶା ର ପାଞ୍ଚ ଜଣ ଜବାନ ଶତ୍ରୁ ର ଆକ୍ରମଣ ରେ ସହିଦ୍ ହେଇ ଯାଇଥିଲେ । ସେଇ ସହିଦ୍ ପୁଅ ମାନଙ୍କର ମା ମାନଙ୍କୁ ମୁଁ ଟିଭି ରେ ଦେଖିଲି, ତାଙ୍କ ଆଖି ର ଲୁହ ଆଉ ଛାତି ର କୋହ କୁ ମୁଁ ଦେଖି ସହି ପାରିଲି ନାହିଁ । ହେଲେ ସେ ଆଖି ର ଲୁହ ଆଖି ରେ ରହି ଯାଉଥିଲା ଆଉ ଛାତି ର କୋହ କୁ ଚାପି ଧରି ଗର୍ବ ର ସହିତ କହିଥିଲେ ଆମ ପୁଅ ଦେଶ ପାଇଁ ଲଢ଼େଇ କରି ଜୀବନ ଦେଇଛି । ଏମିତି ଭାଗ୍ୟ ବା କେତେ ଜଣ ଙ୍କ ଭାଗ ରେ ଆସେ ? ସେହି ଦିନ ଠୁ ହିଁ ମୋ ମନ ରେ ସେଇ ମା ମାନଙ୍କ ପାଇଁ ଭରି ଯାଇଥିଲା ସମ୍ମାନ ଆଉ ସହାନୁଭୂତି। ସତରେ କେତେ ଭାଗ୍ୟବାନ ସେ !
ଯେତେବେଳେ ଗୋଟିଏ ପୁଅ କେବଳ ଗୋଟିଏ ମା ପାଇଁ ନୁହେଁ ସମଗ୍ର ଦେଶର ମା ମାନଙ୍କ ପାଇଁ ଚିନ୍ତା କରେ ଭାବ ସେ ପୁଅ ର ମା ହେବା କେତେ ବଡ଼ କଥା !
- ସେ ସବୁ ଠିକ୍ ଯେ ହେଲେ ସବୁବେଳେ ମନ ଟା ଆଶଙ୍କା ଭିତରେ ରୁହେ । ଗୋଟିଏ ବୋଲି ପୁଅ, ଏତେ ଦୂର ରେ , ଏତେ ଭୟ ଆଉ ଶତ୍ରୁ ସହିତ ଲଢେଇ କରୁଛି ।
- ତମେ ସେ ସବୁ କଥା କଣ ପାଇଁ ଚିନ୍ତା କରୁଛ ! ପୁଅ ଆମର ଆମ ପାଇଁ ଗର୍ବ । ତା ଉପରେ କେବଳ ଆମର ନୁହେଁ କେତେ ମା ବାପା ଙ୍କ ର ଆଶୀର୍ବାଦ ଅଛି ।
ଏତିକି ବେଳେ ଗାଁ ର ଗୋଟିଏ ପିଲା ଆସି କହିଲା ସୁବ୍ରତ ଜେଜେ ସୁବ୍ରତ ଜେଜେ ଟିଭି ରେ ନିୟୂଜ୍ ଲଗେଇ ଦେଖ । କାଶ୍ମୀର ରେ ଶତ୍ରୁ ଙ୍କ ଦ୍ଵାରା ଆକ୍ରମଣ ହେଇଛି ଆଉ ସେଥିରେ ଦଶ ଜଣ ଜବାନ ସହିଦ୍ ହେଇ ଯାଇଛନ୍ତି ।
ଘଟଣା ଟି ଶୁଣି ସଙ୍ଗେ ସଙ୍ଗେ ସୁବ୍ରତ ରିମୋଟ ରେ ନିୟୁଜ୍ ଚାନେଲ୍ ଲଗେଇ ଦେଲେ । ଗୋଡ଼ ହାତ ଥରୁ ଥାଏ ତାଙ୍କର , ସାବିତ୍ରୀ ଦେବୀ ଙ୍କ ଛାତି ଖାଲି ଧଡ଼ ଧଡ଼ ହେଉଥାଏ ଭୟ ରେ । ଫୋନ୍ ଟା କୁ ଧରି ବାରମ୍ବାର କଲ୍ ଲଗେଇବା କୁ ଲାଗିଲେ ବାପି କୁ ହେଲେ ଫୋନ୍ ସ୍ୱିଚ୍ ଅଫ୍ ଦେଖେଇଲା ।
ମନ ରେ ଭୟ ଆଉ ଆଶଙ୍କା ବଢ଼ି ଚାଲିଲା । ବାରମ୍ବାର ନିୟୁଜ୍ ରେ ଦେଖେଇ ଚାଲିଥାଏ ସେଇ ଖବର । କିଛି ବି ପତ୍ତା ମିଳୁ ନ ଥାଏ ବାପି ର । ଏମିତି ଭୟ ଆଉ ଆଶଙ୍କା ଭିତରେ ଦୁଇ ଦିନ ବିତି ଗଲା । ସାବିତ୍ରୀ ଦେବୀ ଖାଲି କହୁ ଥାନ୍ତି ତମେ ବ୍ୟସ୍ତ ହୁଅନି ସୁବ୍ରତ ଆମ ବାପି ର କିଛି ବି ହେଇ ନ ଥିବ । ସେ ଭଲ ରେ ଭଲ ରେ ନିଶ୍ଚେ ଘରକୁ ଫେରି ଆସିବ ।
ସେହି ଦିନ ଠୁ ଦିନ ରାତି ନିୟୁଜ ଚାନେଲ୍ ଲଗେଇ ଦେଖି ଚାଲିଛନ୍ତି ସୁବ୍ରତ ଆଉ ସାବିତ୍ରୀ ।
ଦୁଇ ଦିନ ପରେ ଅଜଣା ନମ୍ୱର୍ ରୁ କଲ୍ କରି କେହି ଜଣେ ମା ବୋଲି ଡାକିବାରୁ ସାବିତ୍ରୀ ଦେବୀ ଭେଁ ଭେଁ ହେଇ କାନ୍ଦି ଉଠିଲେ । ସେପଟୁ ବାପି କହୁଛି - ମା , ବାପା ତମେ ବ୍ୟସ୍ତ ହୁଅନି ମୁଁ ଠିକ୍ ଅଛି । ଆକ୍ରମଣ ରେ ମୁଁ ସେଇ ଜାଗା ରେ ଥିଲି ହେଲେ ମୁଁ ଅଳ୍ପକେ ବର୍ତ୍ତି ଯାଇଛି । ମୋର ଫୋନ୍ ଟା ନଷ୍ଟ ହେଇ ଯାଇଛି ,ଆଉ ମୁଁ ବ୍ୟସ୍ତତା ଭିତରେ ଜଣେଇ ପାରି ନାହିଁ ତମକୁ ।
ମୁଁ ଏବେ ଭୁବନେଶ୍ୱର ରେ , କାମ ସାରି ସନ୍ଧ୍ୟା ସୁଦ୍ଧା ଘରେ ପହଞ୍ଚି ଯିବି ।
ସୁବ୍ରତ ଏତିକ ଶୁଣି ଦେଇ ଟିକେ ଆଶ୍ୱସ୍ତି ଅନୁଭବ କଲେ । କହିଲେ ସାବାସ ସାବିତ୍ରୀ ତମର ଆତ୍ମବିଶ୍ବାସ ଆଉ ଭଲ ପାଇବା ନିଜ ପୁଅ ଦେଖି ମୁଁ ଗର୍ବିତ । ଯୋଉଠି ମା ମାନେ ନିଜ ପୁଅ ମାନଙ୍କୁ ଏମିତି ଜବାନ କରିବାକୁ ଭୟ କରନ୍ତି ତମେ ସେଇ ଜାଗା ରେ ପୁଅ ର ମନ ରୁ ଭୟ ଦୂର କରି ତାକୁ ଦେଶ ପାଇଁ ଲଢ଼ିବା ଶିଖେଇ ଦେଇଛି ।
ମୁଁ କେବଳ ମୋ ପୁଅ ପାଇଁ ନୁହେଁ ମୋ ସ୍ତ୍ରୀ ପାଇଁ ବି ଗର୍ବ ଅନୁଭବ କରେ । ସତରେ ମୁଁ ବହୁତ୍ ଭାଗ୍ୟବାନ ସେ ଭଗବାନ୍ ମୋତେ ତମ ଭଳି ପତ୍ନୀ ଆଉ ବାପି ଭଳି ପୁଅ ଟିଏ ଦେଇଛନ୍ତି ।
ସାବିତ୍ରୀ ଦେବୀ ଙ୍କ ଆଖି ରୁ ଝରି ଆସିଲା ଦୁଇ ଟୋପା ଲୁହ, ଖୁସି ରେ ଜାବୁଡ଼ି ଧରିଲେ ସେ ସୁବ୍ରତ ଙ୍କୁ । । ।