Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Inspirational

3  

Narayan chandra Senapati

Inspirational

ଚାରି ଗୋଟି ବିନ୍ଦୁରେ ଭାଗ୍ୟ

ଚାରି ଗୋଟି ବିନ୍ଦୁରେ ଭାଗ୍ୟ

7 mins
556


ବାପା ଆକାଶଠୁ ଉଚ୍ଚ,ମା' ଧରିତ୍ରୀ ଠୁ ବହୁତ ଭାରି,ଗୁରୁ ସାକ୍ଷାତ ଜ୍ଞାନ ଗଙ୍ଗା ଆଉ ଭଗବାନ ସ୍ୱୟଂ ପୁଣ୍ୟ ପାରାବର। ବାଃ କି ଚାମତ୍କାର ଭାବନା।ସବୁକିଛି ଏଇ ଚାରି ବିନ୍ଦୁରେ ହିଁ ବନ୍ଧା।ମନେ ମନେ ଭାବି ଖୁସିରେ ଫାଟି ଉଠୁଥିଲା ଆମେରିକୀୟ ଖ୍ରୀଷ୍ଟିୟାନୀ ଝିଅ ବିୟୁଟି କୁଇନ୍ ଜୁଲିଆ ରବଟ୍।ସତରେ କି ପବିତ୍ର ଚିନ୍ତାଧାରା ଏ ଭାରତୀୟ ସଂସ୍କୃତିରେ।

ଆମେରିକାର କିଂ ଜୋସେଫ୍ ଏଡଭାନ୍ସ କଲେଜର ଆନୂଆଲ୍ ଫଙ୍କ୍ ସନ୍ ରେ ଭାରତୀୟ ଏକ ଯୁବକର ଅନ୍ତରର ଚାରୋଟି ବିନ୍ଦୁର ଵିଶ୍ଳେଷଣ।ବେଷ୍ଟ୍ ସ୍ତୁଡେଣ୍ଟ୍ ଆୱାର୍ଡ ପାଇବା ପରେ ତା ଦେଶପାଇଁ କହିଥିବା କେଇପଦ କଥା କିଣି ନେଇଥିଲା ଜୁଲିଆ ରାବର୍ଟର ବିଦେଶୀ ହୃଦୟକୁ।ଏକଲୟରେ ଶୁଣୁଥାଏ ଗ୍ରୀଷ୍ମ ନିଦାଘ ଅସହ୍ୟ ସମ୍ଭାଳି ନ ପାରି ଚାତକ ଚାହିଁ ଥିବା ପହିଲି ଜଳବୁନ୍ଦାକୁ ପାଖରେ ପାଇବା ଭଳି।

ସତ୍ୟ,ଶାନ୍ତି,ଦୟା,କ୍ଷମା...ଏ ହେଉଛି ଅସଲ ମାନବିକତାର ଚାରୋଟି ଗୁଣ।ଯାହା ପାଖରେ ଏ ସବୁ ଅଛି,ସେ ନ୍ୟାୟରେ ହିଁ ଧର୍ମରାଜ।

ସ୍ନେହ,ପ୍ରୀତି,ମାୟା,ମମତା ...ଏ ଚାରିବିନ୍ଦୁ ପ୍ରେମର ଅସଲ ନିଦର୍ଶନ।ଯିଏ ଏସବୁ ପାଇଛି ସେ ହୃଦୟରେ ହିଁ କୁବେର।ଏସବୁ ଶୁଣି ଜୁଳିଆ ଖାଲି ବିହ୍ଵଳ ହେଉ ନଥିଲା ଭାଵୁଥିଲା, ସତରେ ଏ ଭାରତର ବୈଶିଷ୍ଟ୍ୟ ଯଦି ଏତେ ସୁନ୍ଦର ତେବେ ଏ ଭାରତୀୟଙ୍କ ହୃଦୟ କେତେ ସୁନ୍ଦର ହୋଇ ନ ଥିବ।ଏ ଭାରତରେ ଯେ ଜନ୍ମ ହୋଇଛି ସେ କି ଭାଗ୍ୟବାନ ହୋଇ ନ ଥିବ?ମନେ ମନେ ହୃଦୟରୁ ଭଲ ପାଇବାର ସୁଅ ଛୁଟିଗଲା ସେଇ ରଂଗମଂଚରେ ଚାରିବିନ୍ଦୁର କୁହୁକ ବର୍ଣ୍ଣନା କରୁଥିବା ସେ ଯୁବକ ଉପରେ।

ଉତ୍ସବର ଅନ୍ତ ହେଲା ହେଲେ ଜୁଲିଆର ଉତ୍ସୁକତାର ଅନ୍ତ ହେବା ତ ଦୂରର କଥା ବରଂ ଆରମ୍ଭ ହେଉଥିଲା... ବୃଦ୍ଧି ହେଉଥିଲା ଅନନ୍ୟ କୌତୁହଳ ବାରମ୍ବାର।ବାଟରେ ଅପେକ୍ଷା କରିଥିଲା ସେ ଯୁବକକୁ।ଯୁବକଟି ତାର ପ୍ରିୟସାଥୀ ବାଇକକୁ ଷ୍ଟାର୍ଟ କରୁକରୁ ଜୁଲିଆର କଣ୍ଠରୁ ବାହାରି ଆସିଲା,ହେଲୋ..କଂଗ୍ରାଚୁଲେସନ...ଫର୍ ୟୋର୍ ଆଚିଭମେଣ୍ଟ୍।ମାଇଁ ସେଲ୍ଫ ଜୁଲିଆ..ଆଇ ମିନ୍ ଜୁଲିଆ ରବଟ୍।

ଥାନକ୍ସ, ମାଇଁ ସେଲ୍ଫ ଭାରତ...ଆଇ ମିନ ଭାରତ ଭୂଷଣ ଦାସ।

ସଥରେ ଥୁମ ସ୍ପୀଚ୍ ଭଉତ ସୁନ୍ଦର ଥିଲା।ଆଉ ଥୁମ ଦେଶ ଆଇ ମିନ୍ ଭାରତ କେଥେ ସୁନ୍ଦର ହୋଇଥିବ,ଯାହାର ସଂସ୍କୃଥି ଏଥେ ସୁନ୍ଦର।

ଭାରତ ବହୁତ ଖୁସି ହେଲା।ମନେ ମନେ ଗର୍ବ ଅନୁଭବ କରୁଥିଲା ସେ ସେଇ ଦେଶର ସନ୍ତାନ ବୋଲି।ମୋ ଦେଶକୁ ଏତେ ଭଲ ପାଉଛ ଶୁଣି ବହୁତ ବହୁତ ଧନ୍ୟବାଦ ତୁମକୁ।ଖାଲି ସେତିକି ନୁହଁ ମୋ ଦେଶର ତତ୍ତ୍ୱ ଶୁଣିଲେ ତୁମେ ଆଶ୍ଚର୍ଯ୍ୟ ହୋଇଯିବ।ମୋ ଦେଶର ଚାରୋଟି ମୁଖ୍ୟ ବିନ୍ଦୁ ହେଲା ପିତୃ ଦେବ ଭବ, ମାତୃ ଦେବ ଭାବ,ଆଚାର୍ଯ୍ୟ ଦେବ ଭଵ ଆଉ ଅତିଥି ଦେବ ଭଵ।ପିତା-ମାତା-ଗୁରୁ-ଆଇ ମିନ ଅତିଥି ସମସ୍ତଙ୍କୁ ଦେବତାର ସମ୍ମାନ ଦିଆଯାଏ।ଏଇମିତି ଅନେକ ଅନେକ କଥା।

ମୋଥେ ତୁମ ଦେଶକୁ ବହୁତ ଭଲ ଲାଗୁଛି।ମୁଁ ବି ବହୁତ ଶୁଣିବାକୁ ଚାହୁଁଛି,ମୋଥେ କେବେ କେବେ କହିପାରିବ?ହ୍ଵାଏ ନଟ୍, ନିଶ୍ଚୟ କହିବି ଥିଲା ଭାରତର ଉତ୍ତର।

ଧନ୍ୟବାଦ ଥୁମକୁ।ଥୁମେ ବହୁତ ଭାଗ୍ୟବାନ କାରଣ ଥୁମେ ଭାରତରେ ଜନ୍ମ ହୋଇଛ।ଜୁଳିୟାର ପ୍ରତ୍ୟୁତ୍ତର ଥିଲା।

ଖାଲି ମୁଁ ଭାଗ୍ୟବାନ ନୁହଁ, ଏ ମାଟିରେ ରାମ,କୃଷ୍ଣ,ବୁଦ୍ଧ ଓ ଯୀଶୁ ଜନ୍ମ ହୋଇ ନିଜକୁ ଧନ୍ୟ,ଗର୍ବିତ ଓ ଭାଗ୍ୟବାନ ମଧ୍ୟ ମନେ କରିଯାଇଛନ୍ତି।ଯାହେଉ ମୋ ଦେଶକୁ ଭଲ ପାଉଛ ଶୁଣି ବହୁତ ଖୁସି ହେଲି।ଆଜି ବହୁତ ବିଳମ୍ବ ହେଲାଣି,ମୁଁ ଆସୁଛି।ଆଉ କେବେ ସମୟ ହେଲେ କଥା ହେବା ଓ ମୋ ଭାରତ ବିଷୟରେ ମୁଁ କହିବି।

ଭାରତ ଦେଶ, ଭାରତୀୟ ସଂସ୍କୃତିକୁ ଭଲ ପାଉ ପାଉ କେତେବେଳେ ଯେ ସତକୁ ସତ ଭାରତକୁ ଭଲ ପାଇବସିଲା ଏ ଜୁଲିଆ।ଏଇମିତି ଦିନ ପରେ ଦିନ ଜୁଲିଆ ଓ ଭାରତ ପରସ୍ପର କିଛି ସମୟ କଥାବାର୍ତ୍ତାରେ ମଜ୍ଜି ଯାନ୍ତି।ଭାରତ, ଭାରତୀୟ ସଂସ୍କୃତି ସମ୍ବନ୍ଧରେ କିଛି କହେ,ଜୁଲିଆ ମେଧାବୀ ବିଦ୍ୟାର୍ଥୀ ପରି ଅନେକ ପ୍ରଶ୍ନ କୌତୁହଳରେ ପଚାରି ପଚାରି ଜାଣେ।ଏଇମିତି ମିଳାମିଶା ଏତେ ଅଧିକ ହୋଇଗଲା ଯେ ଜଣେ ଅନ୍ୟ ଜଣଙ୍କୁ ନ ଦେଖିଲେ କେହି ରହିପାରନ୍ତିନି।ଜଣେ ଖ୍ରୀଷ୍ଟିୟାନୀ ଆଉ ଜଣେ ନୈଷ୍ଠିକ ବ୍ରାହ୍ମଣ।ଦୁଇ ବିପରୀତ ସରଳରେଖା,ଦିଗବଳୟର ଦୁଇ ଅଯୋଡ଼ା ପ୍ରାନ୍ତ।ହେଲେ ପ୍ରେମର ସଂଜ୍ଞା କ'ଣ ଏସବୁ ମାନେ।ଜୁଲିଆ ଯେଉଁଦିନ ପ୍ରପୋଜ୍ କଲା ଭାରତକୁ ଭାରତ ବି ଏଇଆ କହିଥିଲା।ହେଲେ ଜୁଲିଆର ଭାରତୀୟ ସଂସ୍କୃତିର ବ୍ୟାଖ୍ୟା ତା ପାଟିକୁ ଚୁପ କରିଦେଇଥିଲା।ପରିସ୍ଥିତିର ଟ୍ରାଫିକ୍ ଛକରେ କିଂକର୍ତ୍ତବ୍ୟବିମୁଢ ଭାରତ ବିବାହର ଦୁର୍ଘଟଣା କରି ଛନ୍ଦି ହୋଇଗଲା ପ୍ରଣୟର ସୁପ୍ରିମ କୋର୍ଟର ପ୍ରେମ ଶିକୁଳିରେ।ପ୍ରତିକ୍ଷଣ ଭାରତ ଭାବେ ତା ଭବିଷ୍ୟତ,ତା ଲୁକ୍କାୟିତ କଥାକୁ ଅନ୍ତରରେ ଲୁଚାଇ।ହଠାତ୍ ବାପାଙ୍କର ଜରୁରୀ ମେସେଜ୍ ପାଇ ବିଦାୟ ନେଲା ଆମେରିକାରୁ ଖୁବ୍ ଶୀଘ୍ର ଫେରିବାର ପ୍ରତିଶ୍ରୁତି ଦେଇ।ଅଶ୍ରୁଳ ଓ ବିହ୍ଵଳ ମୁହୂର୍ତ୍ତକୁ ଭାଳି ଭାଳି ପହଁଚିଲା ନିଜ ଜନ୍ମ ମାଟି ଭାରତବର୍ଷରେ।

ବାପା ଭାନୁ ପ୍ରଦୀପ ଦାସ,ଜଣେ ନୈଷ୍ଠିକ ହିନ୍ଦୁ ବ୍ରାହ୍ମଣ।ଆଚାର ବିଚାର ଓ ସଦାଚାରରେ ସେ ଶ୍ରେଷ୍ଠ।ମୁସଲିମ,ଖ୍ରୀଷ୍ଟିୟାନ କୌଣସି ଅଣ ହିନ୍ଦୁଙ୍କର ଛାଇ ବି ସେ ଦେଖନ୍ତି ନାହିଁ।ବିଶିଷ୍ଟ ଶିଳ୍ପପତି ଅମରେନ୍ଦ୍ର ବିଦ୍ୟାଧର ମହାପାତ୍ର ଯେ କି ତାଙ୍କ ବାଲ୍ୟବନ୍ଧୁ,ତାଙ୍କ ଝିଅ ସହ ବିବାହ ସିଦ୍ଧାନ୍ତ ନେଇଛନ୍ତି।ଭାରତ କୁ ଡାକିଛନ୍ତି ବିବାହ ପାଇଁ।ଏସବୁ ଶୁଣି ଭାରତର ପ୍ରେମରେ ଗଢ଼ା ତାଜମହଲଟା ସତେ ଯେମିତି ଭୂମିକମ୍ପରେ ଭୁଷୁଡି ପଡିଲା।ବିବାହ କରିଛି ବୋଲି କହିବାର ସାହସ ତ ତାର ନ ଥିଲା ପୁନଶ୍ଚ ଅଣହିନ୍ଦୁ ଖ୍ରୀଷ୍ଟିୟାନ ସହ ଏହା ଜାଣିଲେ ତାର ଏ ଘରେ ସ୍ଥାନ ନାହିଁ ସେ ଜାଣିଥିଲା।ହେଲେ ଜୁଲିଆ ସହ ବିଶ୍ୱାସଘାତକତାର ଅହିରାଜ ତା ହୃଦୟକୁ ବାରମ୍ବାର ଚୋଟ ମାରୁଥିଲା।ବିବାହ ସରିଲା,ତା ଅଧାଗଢା ମନ୍ଦିରଟା ସତେ ଯେମିତି କାନ୍ଦି କାନ୍ଦି ଚାହିଁ ରହିଥିଲା ତା ଅପୂଜା ଦିଅଙ୍କୁ।

ଦିନ ପରେ ରାତି, ରାତି ପରେ ଦିନ ଏମିତି ଏ ଦମ୍ପତ୍ତିଙ୍କର ଲୁଚକାଳି ଖେଳରେ ପ୍ରାଣପ୍ରିୟା ଜୁଲିଆଟା ଆଖିର ଲୁହ ଓ ଆଶାର କୋହକୁ ନେଇ ଶୁଖି ଶୁଖି ବଂଚି ରହିଥିଲା।ଏଣେ ଆଧୁନିକା ଆବାହନିର ଉତ୍ଶୃଙ୍ଖଳ, କଦର୍ଯ୍ୟ ବ୍ୟବହାର ଓ ସଂସ୍କୃତି ବିହୀନ ଆଚରଣରେ କ୍ଷତାକ୍ତ ହେଉଥାଏ ଭାରତ।ନୈଷ୍ଠିକ ବ୍ରାହ୍ମଣ ପରିବାରର ବୋହୂର ମଦ୍ୟପାନ,ପାର୍ଟି ଆଟେଣ୍ଡ,ପର ପୁରୁଷଙ୍କ ସହ ରାତ୍ରିଯାପନ କ୍ଷତ ବିକ୍ଷତ କରୁଥିଲା ତା ଶିକ୍ଷା ଦୀକ୍ଷା ଓ ସଭ୍ୟତାକୁ।ସେତେବେଳେ ସେ ମନେ ପକାଇଥିଲା ଏ ସଂସ୍କୃତିର ଅନ୍ୟ ଚାରିବିନ୍ଦୁ,ସତ୍ ଚିନ୍ତା,ସତ୍ କର୍ମ,ସତ୍ ସଙ୍ଗ ଓ ସତ୍ ଜ୍ଞାନ।ସତରେ କିଏ ସ୍ୱଦେଶୀ ଓ କିଏ ବିଦେଶୀ ତାର ଯଥୋଚିତ ମୂଲ୍ୟାୟନ କରିପାରି ନ ଥିଲା ଭାରତ।

ଅନେକ ଦିନ ଅପେକ୍ଷାର ଅନ୍ତ କରି ଜୁଲିଆ ଚାଲିଲା ଭାରତ ପାଖକୁ।ଭାରତରେ ପାଦ ଦେଇ ନିଜକୁ ଧନ୍ୟ ମନେ କଲା ସିନା,ସେତିକି ଦୁଃଖ ବି କଲା କାରଣ ସେ ଯଦି ଭାରତ ସାଥିରେ ଆସିଥାନ୍ତେ ତାଙ୍କୁ କେତେ ଇଜ୍ଜତ ଲାଗିଥାନ୍ତା।ହେଲେ ...ତାର କି ଦୁର୍ଭାଗ୍ୟ ! ମନେ ମନେ ଭାବୁଥାଏ ମୋତେ ଭାରତ ଭୁଲିଯାଇନାହାନ୍ତି ତ?ମୋତେ ପ୍ରତାରଣା ଦେଇ ନାହାନ୍ତି ତ? ନା ମୋ ଭାରତ କେବେ ଏମିତି ହୋଇ ପାରିବେ ନି।ତାପରେ ଭାରତୀୟ ସଂସ୍କୃତିରେ ବଢିଥିବା ବ୍ୟକ୍ତି ସେମିତି କଣ କଟିପାରେ?ଏପଟେ ଦୁଃଖର ବନ୍ୟାରେ ବୁଡୁଛି ଭାରତ ଏକ ନିଆଁ ହୁଳା ପରି ପତ୍ନୀ ପାଇ । ମନ ବି ବନ୍ୟାର ଅତଡା ଖାଉଛି କି ହାତଭାଗ୍ୟ ସେ, ଧିକ୍କାର ଵି କରୁଛି ନିଜକୁ ସେପଟେ ଜଣଙ୍କର ଭାଗ୍ୟକୁ ଖିନଭିନ କରି।ସତରେ ଜୁଲିଆ ମୋତେ କଣ ଭାବୁଥିବେ?ମୋତେ ଝୁରି ହେଉଥିବେ ନା ?ପୁଣି ଭାବୁଥାଏ ନାଁ, ସେମାନେ ଖ୍ରୀଷ୍ଟିୟାନ, ସେମାନେ କଣ ଭାରତୀୟଙ୍କ ପରି ରକ୍ଷଣଶୀଳ ଯେ,ସେ ମୋତେ ପୁରା ଭୁଲି ଯାଇ ଆଉ କାହାକୁ ବିବାହ କରିବାକୁ ପ୍ରସ୍ତୁତ ହେବଣି ବୋଧେ।କିନ୍ତୁ ମୋ ଜୁଲିଆ ତ ସେମିତି ନୁହଁ, ସେ ମୋତେ ଜୀବନ ଦେଇ ଭଲ ପାଉଥିଲା,ସେ କଣ ମୋତେ ଭୁଲିପାରେ?ଯଦି ସେ ଏଠାକୁ ଆସନ୍ତି ତେବେ ମୋର କଣ ହେବ ?

ଏହି ସମୟରେ ଜୁଲିଆ ଆସି ପହଂଚି ଗଲେ ଭାରତ ଘରେ।ସମସ୍ତେ ଭାରତର ବିବାହ ଖବର ଶୁଣି ସ୍ତବ୍ଧ।ଏମିତିକି ଭାରତ ବି ଚିହ୍ନି ନି ବୋଲି କହି ତା ମନକୁ ଶକ୍ତ ଆଘାତ ଦେଲା।ଭାନୁ ପ୍ରତାପ ଜୁଲିଆକୁ ତିରସ୍କାର କଲେ ଏବଂ ରୋକଠୋକ କହିଲେ,ତୁମେ ଖ୍ରୀଷ୍ଟିୟାନ, ଆମେ ହିନ୍ଦୁ ନୈଷ୍ଠିକ ବ୍ରାହ୍ମଣ।ଏହା କେବେ ବି ସମ୍ଭବ ନୁହଁ।

ଜୁଲିଆ କହିଲା, ଭାରଥଠୁ ମୁଁ ଶୁଣିଛି,ଭାରଥୀୟ ସଂସ୍କୃତି ଫରା କହେ ହିନ୍ଦୁ,ମୁସଲିମ,ଶିଖ ଇସାଇ...ହିନ୍ଦୁସ୍ଥାନ ମେ ସବ ଭାଇ ଭାଇ।ଥେବେ ଆପଣ....।

ଆଶ୍ଚର୍ଯ୍ୟ ଚକିତ ହେଲେ ଭାନୁ ପ୍ରତାପ...କଣ ବା ଉତ୍ତର ଦେବେ।

ଆଫନଙ୍କ ସଂସ୍କୃତି ଫରା କହେ.. ଅତିଥି ଦେବ ଭଵ...ମୁଁ ବିଦେଶୀ ଆପଣଙ୍କ ଅତିଥି...ମୋତେ କଣ ଅତିଥି ଭାବେ ରଖି ଫାରିବେ ନାହିଁ।

ନୀତି ନିଷ୍ଠ ନୈଷ୍ଠିକର ପାଟିରୁ ଭାଷା ବା କ'ଣ ବାହାରିବ ।କିଂକର୍ତ୍ତବ୍ୟବିମୁଢ ହୋଇ କହିଲେ,ଠିକ୍ ଅଛି ତୁ ଏ ଘରେ ରହ କିନ୍ତୁ ମୋ ପୁଅର ସ୍ତ୍ରୀ କିମ୍ବା ମୋ ଘରର ବୋହୁ ଭାବେ ନୁହଁ।ଆଉ ଏ ଘରେ ମୋ ଠାକୂରଙ୍କ ଉପରେ ତୋ ଛାଇ ଯେମିତି ନ ପଡେ।

କଣ ବା କରିବ ଜୁଲିଆ।କୋଟିପତି ଉଚ୍ଚ ସମ୍ଭ୍ରାନ୍ତ ଘରର ଅତ୍ୟାଧୁନିକ ଝିଅ ଆଜି ହିନ୍ଦୁ ଘରେ କ୍ରୀତଦାସ।ଆରମ୍ଭ କଲା ହିନ୍ଦୁ ନାରୀର କର୍ତ୍ତବ୍ୟ।ଚକିତ ହେଲେ ପରିବାର ବାସୀ ଜୁଳିଆର ନିଷ୍ଠାକୁ ଦେଖି।ଏଣେ ସକାଳ 8ଟାରେ ଆବହାନୀର ବିଛଣା ଛଡ଼ା, ମଦ୍ୟପାନ,ଅଶ୍ଳିଳ ବେଶ ପୋଷାକ,ଅଭଦ୍ର ବ୍ୟବହାର,ଚାରିତ୍ରିକ ସ୍ଖଳନ ପରିବାରବାସୀଙ୍କୁ ସ୍ତବ୍ଧ କଲା।ଦିନେ ଚଉଁରାରେ ସଞ୍ଜ ଦେଉଥିବା ଦେଖି ଭାନୁ ଜୁଲିଆକୁ ବହୁତ ଭତ୍ସନା କଲେ।ମାତ୍ର ଜୁଲିଆର ଉତ୍ତର ନୈଷ୍ଠିକ ଭାନୁଙ୍କ ଭାବନା ତମସା ଦୂର କରୁଥାଏ।

ଜୁଲିଆର କଥା,ଆଜ୍ଞା, ଏ ପରା ଜଗନ୍ନାଥ ସଂସ୍କୃତି,ଏଠି ସମସ୍ଥେ ସମାନ।କାଳିଆ ପାଖରେ କଣ ଜାଥି ଅଜାଥି ଅଛି।ଛାରି ବିନ୍ଦୁ ପରା କହେ, ମନ,ହୃଦୟ,ଅନ୍ତର,ଆତ୍ମା ଦେଇ ଭକ୍ତି ଯେ ଖରେ ସେ ଭଗବାନଙ୍କର ଭକ୍ତ।ଥେବେ ମୁଁ କଣ ଜଗନ୍ନାଥ ସଂସ୍କୃତିକୁ ମାନି ପାରିବି ନାହିଁ।

ଚୁପ ରହିଲେ ଭାନୁ ବାବୁ।ଏଇମିତି ଗୋଟିକ ପରେ ଗୋଟିଏ ବିନ୍ଦୁ ଜୁଲିଆର ଭାଗ୍ୟ କଳା ଦାଗକୁ ସଂସ୍କୃତିର ବିନ୍ଦୁରେ ଲିଭାଇ ଦେଉଥାଏ।

ଭାନୁବାବୁ ବିବେକ ଓ ମାନବିକତାର ମାନକ ସ୍କେଲ ରେ ମାପି ଚାଲିଥାନ୍ତି କିଏ ପ୍ରକୃତ ହିନ୍ଦୁ ବୋହୁ ହେବାକୁ ଯୋଗ୍ୟ?ଜୁଲିଆ ନା ଆବାହାନି? ନା ସେ ଖ୍ରୀଷ୍ଟିୟାନୀଟା କେବେ ହିନ୍ଦୁଘରର ବୋହୁ ହୋଇ ପାରେନା। ୟା ଭିତରେ ଭାରତଟା ଆବହାନୀର କଦର୍ଯ୍ୟ ବ୍ୟବହାରରେ ମର୍ମାହତ ହୋଇ ନିଶାସକ୍ତ ସାଜିଛି।ରାତିରେ ଲୁଚି ଲୁଚି ଜୁଲିଆ ଅଚେତ ଭାରତର ସାର୍ଟ ପେଣ୍ଟ ଖୋଲି ତାକୁ ଘୋଡେ଼ଇ ଦେଉଥାଏ।ଏମିତି ଦିନେ ଭାରତର ମାଆଟା ସେ ପାରିକୁ ଚାଲିଗଲା। ହେଲେ ଆବହାନିଟା ମାନିଲାନି ରୀତିନୀତି, ମାତ୍ର ଜୁଲିଆ ଲୁଚି ଲୁଚି ସବୁ କାମ ବି ନିଷ୍ଠାର ସହ କରେ।କିଛି ଦିନ ପରେ ଭାନୁ ବାବୁ ଏକ ବଡ଼ ରୋଗର ଶୀକାର ହେଲେ।ରକ୍ତ ଦେବାକୁ ପଡିଲା।କାହାର ରକ୍ତ ମିଶିଲା ନାହିଁ, ପଡିଲା ଭାଳେଣି,ଶେଷରେ ଜୁଲିଆ ରକ୍ତ ଦେଇ ବଞ୍ଚାଇଲା ଭାନୁକୁ।ଭାନୁଙ୍କ ଅଜାଣତରେ ବି ସେ ସେବା କରି ସୁସ୍ଥ କଲା।ଏଣେ ଆବାହାନୀ ତା ପୁରୁଣା ପ୍ରେମିକ ସାଥିରେ ରାତି ବିତାଇ ଭାରତ ହାତରେ ଧରା ପଡିଲା।ଶେଷରେ ଭାରତକୁ ଛାଡପତ୍ର ଦେଇ ଚାଲିଗଲା।

ଜୁଲିଆ କହିଲା ଯେଉଁ ଭାରଥରେ ସ୍ତ୍ରୀ ସ୍ୱାମୀ ପାଇଁ ଯମ ସହ ଲଢେଇ କରି ପତିକୁ ବଂଚାଏ ସେଠି ସ୍ତ୍ରୀ ପ୍ର ପୁରୁଷ ସାଥିରେ ଚାଲିଯାଏ।ପତ୍ନୀ ପରା ଗଙ୍ଗା,ଯମୁନା,ସିନ୍ଧୁ,କାବେରୀ ପରି ପବିତ୍ର ହେବା ଉଚିତ୍।ଭାନୁର ମନରୁ ଧୀରେ ଧୀରେ କୁସଂସ୍କାର ଦୂର ହେଉଥାଏ।ହେଲେ ନିଜ ଜିଦ୍ ରେ ଅଟଳ ହୋଇଥାନ୍ତି ସେ।ଗୋଟିକ ପରେ ପାହାଚ ଆଗକୁ ଯାଉଥାନ୍ତି ସେ।ଭାରତ ନିଜର ଭୁଲ ପାଇଁ ଜୁଲିଆକୁ ଭୁଲ ମାଗିଲା।ମାତ୍ର ନିଜ ଶ୍ୱଶୁର ଯେତେବେଳେ ବୋହୁ ବୋଲି ସ୍ୱୀକାର କରୁନାହାନ୍ତି ତେବେ ଶେଷରେ ଆମେରିକା ଫେରି ଯିବାକୁ ନିଷ୍ପତ୍ତି ନେଲା। ପ୍ରସ୍ତୁତ ହୋଇ ଚାଲିଯିବପୂର୍ବରୁ ନିଜ ସ୍ୱାମୀ ପାଖରୁ ଆଶୀର୍ବାଦ ନେଲା,ଶ୍ୱଶୁର ଠାରୁ ବି ବିଦାୟ ନେଇ ଚାଲିଗଲା ବେଳେ ଭାରତଟା ଧକେଇ କାନ୍ଦୁଥାଏ।ସମସ୍ତେ ଚାହିଁଥାନ୍ତି ଭାନୁ ପ୍ରତାପର ପାଟିକୁ।ହଠାତ୍ ଶୁଭିଲା ଏ ଖ୍ରୀଷ୍ଟିୟାନୀ ଝିଅ ଜୁଲିଆ ରବଟ୍, କୋଉ ଭାରତୀୟ ସଂସ୍କୃତିର ଚାରି ବିନ୍ଦୁରେ ଅଛି ପତ୍ନୀ ତା ଶାଶୁ,ଶ୍ୱଶୁର,ସ୍ୱାମୀ ଓ ଶାଶୂଘର ଛାଡି ଚାଲିଯାଏ,ତା ଶଙ୍ଖା, ଶାଢ଼ୀ,ସିନ୍ଦୁର,ଅଳତା ଭୁଲି ବିଦେଶୀ ପୋଷାକରେ ରଙ୍ଗ ଟାଣେ।କୋଉଠି ଗଲା ତୋ ସଂସ୍କୃତିର ବିନ୍ଦୁ ସ୍ନେହ,ପ୍ରୀତି,ମାୟା,ମମତା?କେଉଁଠି ଗଲା ତୋ ବିନ୍ଦୁ.. ଚାରି ବିନ୍ଦୁ?ସେଇ ବିନ୍ଦୁରେ ପରା ଭାରତୀୟଙ୍କ ଭାଗ୍ୟ ଗଢ଼ାହୁଏ।ବୁଝିଲୁ ଛାଡି ଯାଇଥିଲୁ ତୁ ମୋ ସଂସ୍କୃତିର ଆଉ ଚାରି ବିନ୍ଦୁ...ଧୈର୍ଯ୍ୟ,ନିଷ୍ଠା,ତ୍ୟାଗ,ସହନଶୀଳତା।ଆଉ ଚାରିବିନ୍ଦୁ ଶିଖ୍...ନ୍ୟାର୍ଯ୍ୟ ଦାବୀ,ଅଧିକାର,କର୍ତ୍ତବ୍ୟ ଓ ଦାୟିତ୍ୱ।ତୁ ଏସବୁ ଭୁଲି ଯାଇଛୁ ନା ମୋ ପୁଅ ଭାରତ ତୋତେ ଶିଖାଇ ନାହିଁ।ଆରେ ଏ ଚାରି ବିନ୍ଦୁରେ ପରା ଭାରତୀୟ ତା ଭାଗ୍ୟ ଗଢେ।

ମୋର ଭୁଲ ହୋଇଗଲା ବାପା,ମୁଁ କାନ ଧରୁଛି,ଆଉ ଏମିଥି ଭୁଲ ମୋର କେବେ ହେବ ନି।

ଶେଷରେ ଜୁଲିଆର ଭାଗ୍ୟ ଗଢି ଉଠିଲା ହସି ଉଠିଲା ଏଇ ଭାରତର ଘରେ। ଆଣ୍ଠୁମାଡ଼ି ମୁଣ୍ଡିଆ ମାରିଲା ତା ବାପାକୁ ଆଇ ମିନ୍ ତା ଶ୍ବଶୁରଙ୍କୁ। ଆଉ ଭାନୁ ଆନନ୍ଦାଶ୍ରୁ ଗଡ଼ାଇ ଜୁଳିଆକୁ ଉଠାଇ ତା ମୁଣ୍ଡକୁ ଆଉଁସି କହି ଉଠିଲେ ଏଇ ହେଉଛି ମୋ ସଂସ୍କୃତିର ଉପହାର... ମୋ ଗେହ୍ଲା ବୋହୁ।

ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର।


Rate this content
Log in

Similar oriya story from Inspirational