STORYMIRROR

Trilochan Karjee

Tragedy

2  

Trilochan Karjee

Tragedy

ହେଡ୍ ସାର

ହେଡ୍ ସାର

2 mins
1.4K


କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମହେନ୍ଦ୍ର ମିଶ୍ର।

ବୟସ ପାଖାପାଖି ପଚାଶ ଛୁଇଁବ। ଅଫିସ କାମ ଠାରୁ ଛାତ୍ରୀ ମାନଙ୍କ ରହିବା ଖାଇବା ଆଦି ସବୁ କଥା ବୁଝନ୍ତି।

ବୋଧେ ହୁଏ ହେଡ୍ ସାରଙ୍କୁ ଛାତ୍ରୀ ମାନେ ବହୁତ ଭଲ ପାଉଥିଲେ।

ସମସ୍ତଙ୍କ ଠାରୁ ମିତା ସାରଙ୍କର ପ୍ରିୟ ଥିଲେ।

କାରଣ ଏମିତି ସାରଙ୍କ ପାଇଁ ଖାଇବା ଆଦି କାମରେ ମିତା ଆଗ୍ରହରେ କରି ଦେଉଥିଲା। ସେବା ଶ୍ରୁଶୁବା ବି କରୁଥିଲା।

ସେଦିନ ରାତିରେ ମିତା କୁ ହେଡ୍ ସାର୍ କିଛି ଜରୁରୀ କାମରେ ଡାକିଥିଲେ । ସାର ମିତାକୁ ସିଧା ବେଡ ରୁମ ଭିତରକୁ ଡାକି କହିଲେ - ମୋ ଦେହ ଟିକିଏ ଭଲ ଲାଗୁନାହିଁ ଘଷାଘଷି କରିଦେବୁ ତ।

ମିତାର କୋଉ କାମରେ ନାହିଁ ନଥିଲା। ବାପାଙ୍କ ପରି ଗୁରୁଜନଙ୍କ ସେବା କରିବା ତା ପାଇଁ ସୌଭାଗ୍ୟ କଥା । ଗୁରୁଜନଙ୍କ ସେବା କରିଲେ ଭଲ ଫଳ ମିଳିଥାଏ ବୋଲି ସାର ଙ୍କର ପାଟିରୁ ଅନେକ ଥର ଶୂଣିଛି ।

ସାରଙ୍କ ସେବାରେ ଅତି ନିଷ୍ଠା ର ସହିତ ଲାଗିଯାଇଥିଲା।

ସାର ଏଥର ମିତାର ହାତ ଧରି ନିଜ ଆଡକୁ ଟାଣି ନେଲେ। ପରେ ସାର

ନିଜ ହାତ ମିତାର ଛାତି ଭିତରେ ମାରିଲେ। ମିତା ପ୍ରଥମେ ଏସବୁ ବ୍ୟବହାର ରେ ମନା କଲା କିନ୍ତୁ ସାର୍ ଙ୍କର ନାଲି ଆଖି ଆଗରେ ଚୁପ୍ ହୋଇ ରହିଲା। ଧିରେ ଧିରେ ମିତାର କୋମଳ ଶରୀର ସହ ଲୁଟି ଚାଲିଲା ହେଡ୍ ସାର୍ ଜଣକ। ଏମିତି ଥରେ ନୁହେଁ ଦୁଇଥର ନୁହେଁ ଅନେକ ଥର ମିତା ସହ ସାରଙ୍କର ସଂପର୍କ ବଢି ଚାଲିଲା। ମିତା ଏସବୁ ସହ୍ୟ କରି ପାରେନା ଏପରି କର୍ମରେ ଅଭିଯୋଗ ଆଣିଛି କିନ୍ତୁ ସାର କୌଣସି ପ୍ରଲୋଭନ ଦେଖାଇ କାମ ହାସଲ କରି ନିଅନ୍ତି।

କୌଣସି ପରିସ୍ଥିତିରେ ପ୍ରଧାନ ଶିକ୍ଷକ ଙ୍କ ଏପରି କାରନାମାର ଖବର ସମସ୍ତଙ୍କ ଆଗରେ ବେଶ୍ ଚହଳ ପଡି ଯାଇଥିଲା।

ଟିଭି ମିଡିଆ ଠାରୁ ଆରମ୍ଭ କରି ଖବର କାଗଜରେ ପ୍ରଥମ ପୃଷ୍ଠାର ପ୍ରଥମ ଧାଡିରେ ଲେଖା ହୋଇଥିଲା- ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ନାବାଳିକା ଛାତ୍ରୀ କୁ ଅସଦାଚରଣ ।

ଘଟଣାର ଅନୁଧ୍ୟାନ କରି କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ।

ଘଟଣା ଟିକୁ ଛପେଇ ଦେବା ପାଇଁ ସ୍ଥାନୀୟ ମନ୍ତ୍ରୀ ବିଧାୟକ ଚାପ ପକାଇଲେ। ଛାତ୍ରୀ ମିତା କୁ ବି ପୋଲିସ୍ ଆଗରେ ମିଛ କହିବାର ଅଭିନୟ କରିବାକୁ ବାଧ୍ୟ କରାଗଲା। ସବୁ କୌଶଳ ପରେ ହେଡ୍ ସାର ନିଜର ଇଜ୍ଜତଟାକୁ ସମାଜ ଆଗରେ ବଞ୍ଚିଗଲା।

କିନ୍ତୁ ତା ପରଦିନ ସ୍କୁଲର ଗେଟ୍ ସାମ୍ନାରେ ଝୁଲୁଥିଲା ମିତାର ଶବ।

ଏଥର ମିଡିଆ ଆସି ହେଡ ସାରଙ୍କ ଠାରୁ ରିପୋର୍ଟ ନେଉଛନ୍ତି ।

ହେଡ ସାର କହୁଛନ୍ତି-ପରୀକ୍ଷା ଭୟରେ ଛାତ୍ରୀ ଜଣକର ଆତ୍ମହତ୍ୟା।

ମିଡିଆ ବାଲା କଣ ସବୁ ରିପୋର୍ଟ ଲେଖିଲା କେଜାଣେ ସେ ଗଲା ବେଳକୁ ତାଙ୍କ ହାତକୁ ପାଞ୍ଚଶହ ଟଙ୍କା ନୋଟ୍ ଦୁଇ ଟା ହେଡ ସାର ଗୁଞ୍ଜି

ଦେଉଥିଲେ।

ତ୍ରିଲୋଚନ କାର୍ଯୀ

ଗାଇଡା, ପାତ୍ରପୁର


Rate this content
Log in

Similar oriya story from Tragedy