Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଶ୍ୱ ତ୍ରିପାଠୀ

Horror Fantasy Thriller

2.8  

ବିଶ୍ୱ ତ୍ରିପାଠୀ

Horror Fantasy Thriller

ଭୂତ ସହ ହନିମୁନ

ଭୂତ ସହ ହନିମୁନ

12 mins
471


ପରିଚୟ

ଅମରେଶ ପ୍ରଧାନ, ଅମର ବାବୁ (ବୟସ ୫୦, ନିଲେଶ ର ବାପା, ଗର୍ବୀ, ଅହଙ୍କାରୀ ଜମିଦାର ଓ ବ୍ୟବସାୟୀ) ।

ଗୀତରାଣୀ ପ୍ରଧାନ, ଗୀତା (ବୟସ ୪୫, ନିଲେଶ ର ମା, ବହୁତ ଧର୍ମ ପରାୟଣ ଦାନ ଶାଳୀ,ଦୟାବାନ ନାରୀ) ।

ନିଲେଶ ପ୍ରଧାନ (ବୟସ ୨୭, ସରକାରୀ ଚାକିରିଆ) ଏକ ସ୍ୱାଧୀନ ଚେତା ର ମଣିଷ।

କାହାଣୀ

ନିଲେଶ ଥିଲା ତା ମା ବାପାଙ୍କର ଗୋଟିଏ ବୋଲି ପୁଅ । ଅଚଳା ଚଳ ସମ୍ପତି ର ମାଲିକ, କିଛି ବି ଅସୁବିଧା ନଥାଏ । ତଥାପି ନିଲେଶ ଚାକିରୀ କରୁଥିଲା ସରକାରଙ୍କ ଏକ ସଂସ୍ଥା ରେ। ସେ ଥିଲା ସମ୍ପୂର୍ଣ୍ଣ ଭିନ୍ନ ଧରଣର ପିଲା । ସ୍ୱାଧୀନ ଚେତାର ମଣିଷ, ତାର ଚିନ୍ତାଧାରା ଥିଲା ଯେ ସେ ଯାହା ବି କରିବ ନିଜ ଦମରେ କରିବ ତେଣୁ ତାର ବାପା ବହୁତ ବାରଣ କରିବା ସତ୍ତ୍ୱେ ବି ସେ ଚାକିରୀରେ ଯୋଗ ଦେଇଥିଲା। ଘରେ ତାଙ୍କର ଏତେ ସବୁ ସଂସ୍ଥାକୁ ଚଲେଇବା ପାଇଁ ବାହାର ଲୋକଙ୍କୁ ତାର ବାପା ନିଯୁକ୍ତି ଦେଇଥାନ୍ତି। ଏତେ ସବୁ ସୁବିଧା ଥାଇ ମଧ୍ୟ ସେ ସରକାରଙ୍କ ପାଖରେ ଚାକିରୀ କରୁଥାଏ। ତେଣୁ ଏସବୁ ପାଇଁ ତାର ବାପା ବି ତା ଉପରେ ଜମା ବି ସନ୍ତୁଷ୍ଠ ନଥାନ୍ତି।

ହଠାତ ଗୋଟେ ଦିନ ଏକ ପରିସ୍ଥିତିରେ ପଡି ନିଲେଶ ତାର ସହକର୍ମୀ/ବାନ୍ଧବୀ ନିତା ଶତପଥୀଙ୍କ ସହ ବିବାହ କରିନିଏ କୋର୍ଟ ରେ । ଘରେ କାହାକୁ କିଛି ନଜଣେଇ ସେ ବିବାହ କରିଥିଲା । ନିତା ବି ଦେଖିବାକୁ କିଛି କମ ନଥିଲା ରୂପରେ ଯେମିତି ଗୁଣରେ ବି ସେମିତି, କହିବାକୁ ଗଲେ ପୁରା ଗୋଟିଏ ଚାଉଳରେ ଗଢ଼ା। ନିଲେଶ ଓ ନିତାର ଯୋଡି ବିବାହ ବେଶରେ ପୁରା ରାଜା ଓ ରାଣୀ ପରି ଲାଗୁଥିଲା । ବିବାହ ସରିଲା ପରେ ଉଭୟ ଆସି ନବବିବାହିତ ବେଶରେ ଘରେ ପ୍ରବେଶ କରନ୍ତେ । ଅମରେଶ ବାବୁ କୁହନ୍ତି,

ଅମରେଶ: ରୁହ ସେଇଠି, ଆଉ ଗୋଟେ ପାଦ ବି ଆଗକୁ ବଢନି । କିଏ ସେ ଝିଅ, ଆଉ କଣ ପାଇଁ ସେ ମୋ ଘରକୁ ଆସିଛି? ଉଭୟ ଯାଇ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତି। କିନ୍ତୁ ଅମରେଶ ବାବୁ କୁହନ୍ତି, ମୋର କିଛି ପ୍ରଶ୍ନର ଉତ୍ତର ଦେଇସାରିଲେ ଯଦି ମତେ ଠିକ ଲାଗେ ତେବେ ଯାଇ ତୁମକୁ ଗ୍ରହଣ କରିବି।

ନିଲେଶ: ବାପା ମୁଁ ଏକ ପରିସ୍ଥିତିରେ ପଡି ମୋର ସହକର୍ମୀ ନିତାକୁ କୋର୍ଟରେ ଆଜି ବିବାହ କରିଛି। ଏବେ ସେ ଆପଣଙ୍କର ବୋହୁ।

ଅମରେଶ: ବିବାହ କରିଛୁ କିନ୍ତୁ କାହିଁକି କଣ ଏମିତି ପରିସ୍ଥିତି ଆସିଲା ଯେ ତୁ ଆମକୁ ନଜଣେଇ ବିବାହ କରିନେଲୁ?

ନିଲେଶ: ବାପା, ନିତା ଗରିବ ପରିବାରରେ ଜନ୍ମ ହୋଇଥିଲେ ବି ତାର ଠିକ ମୋଭଳି ଚିନ୍ତା ଧାରା । ଆଜି ତାଙ୍କ ଘରେ ତାର ଅନ୍ୟତ୍ର ବିବାହ ଠିକ କରିଥିଲେ । ନିତା ତାଙ୍କ ଘରେ ବହୁତ ବୁଝେଇବା ସତ୍ତ୍ୱେ ବି ତାର ବାପା ରାଜି ନଥିଲେ, ଯେହେତୁ ସେ ବ୍ରାହ୍ମଣ ଆଉ ଆମର ଖଣ୍ଡାୟତ ଜାତି ଥିଲା । ତେଣୁ ଆଜି ଆମ ଅଫସିର କିଛି ଷ୍ଟାଫଙ୍କ ଉପସ୍ଥିତିରେ ଆମେ କୋର୍ଟରେ ବିବାହ କରିଛୁ।

ଅମରେଶ ବାବୁ ଏସବୁ ଶୁଣି ରାଗରେ ଜର୍ଜରିତ ହୋଇ ବହୁତ କଥା ଶୁଣାନ୍ତି ଉଭୟଙ୍କୁ କିନ୍ତୁ ଘରର ଅନ୍ୟ ସଦସ୍ୟ ମାନେ ବୁଝା ସୁଝା କରିବାରୁ ସେ ସେମାନଙ୍କୁ ଗ୍ରହଣ କରିନିଅନ୍ତି। ତଥାପି ତାଙ୍କ ଅନ୍ତରରୁ ସେ ଗ୍ରହଣ କରିପାରିନଥାନ୍ତି। ବାପା ରାଜି ହୋଇଯାଇଥିବାରୁ ନିଲେଶର ଖୁସି କହିଲେ ନସରେ। ପରଦିନ ଗାଁରେ ଏକ ବହୁତ ବଡ଼ ଭୋଜିର ଆୟୋଜନ କରାଏ ନିଲେଶ।

ସେପଟେ ନିତାର ବାପା ମୋହନ ବାବୁ ଏସବୁ ଜାଣିବା ପରେ ନିଜକୁ ସମ୍ଭାଳି ପାରନ୍ତିନି। କାରଣ ତାଙ୍କର ଯାହା ଟିକେ ଇଜ୍ଜତ, ସନମାନ ଗାଁରେ ଥିଲା ତାହା ଆଜି ମାଟିରେ ମିଶିସାରିଥିଲା।ଗାଁ ଲୋକମାନଙ୍କ ଟାହି ଟାପରା ସହିନପାରି, ରାଗରେ ଦାଣ୍ଡ ମଝିରେ ଆଜିଠୁ ତାଙ୍କ ଝିଅ ତାଙ୍କ ପାଇଁ ମରିଗଲା ବୋଲି କହି ନିଜ ଦେହରେ ପାଣି ଢାଳି ହୋଇ ସୁଧି ହୁଅନ୍ତି। ଏକମାତ୍ର ଝିଅ ଏମିତି କରିଥିବାରୁ ମୋହନ ବାବୁ ମାନସିକ ସ୍ଥରରେ ବହୁତ ଭାଙ୍ଗିପଡନ୍ତି। ସେହିଦିନଠାରୁ ସେ ଧୀରେ ଧୀରେ ଦୁର୍ବଳ ହେବା ସହ ରୋଗାଗ୍ରସ୍ଥ ବି ହୁଅନ୍ତି।

ନିତା କିନ୍ତୁ ଏସବୁ ବିଷୟରେ ଅବଗତ ନଥାଏ। ସେତାର ଦାମ୍ପତ୍ୟ ଜୀବନରେ ଖୁସିଥାଏ। ବିବାହର ୧୫ଦିନପରେ ହଠାତ ଗୋଟେ ଦିନ ଅମରେଶ ବାବୁ ଆସି ତାଙ୍କର ପୁଅ ନିଲେଶକୁ କୁହନ୍ତି ଯେ କିଛିଦିନ ଛୁଟି ନେଇ ,ବୋହୂକୁ ସାଙ୍ଗରେ ଧରି ବାହାରକୁ ହନିମୁନରେ ବୁଲିଯିବା ପାଇଁ। ବାପାଙ୍କର ଏମିତି ବ୍ୟବହାର ଦେଖି ନିଲେଶ ଆଶ୍ଚର୍ଯ୍ୟ ହୋଇଯାଏ, ତଥାପି ସେ ଖୁସି ହୋଇଯାଏ ଆଉ କୁହେ ହଁ ବାପା ଆମେ ଆସନ୍ତା ସପ୍ତାହରେ ୭ଦିନ ପାଇଁ ସିମଲା ଯିବୁବୋଲି ସ୍ଥିର କରିଛୁ । ଅମରେଶ ବାବୁ କୁହନ୍ତି ଆରେ ବାଃ ବହୁତ ବଢିଆ।

ଠିକ ଗୋଟେ ସପ୍ତାହ ପରେ ନିଲେଶ ଓ ନିତା ତାଙ୍କର ହନିମୁନ ଟ୍ରିପରେ ବାହାରନ୍ତି ସିମଲା ଅଭିମୁଖେ ଟ୍ରେନରେ। ସେଦିନ ରାତିରେ ଉଭୟ ଟ୍ରେନରେ ବସି ଯାତ୍ରା କରନ୍ତି, ଏହି ସମୟରେ ନିଲେଶ କହୁଥାଏ ନିତାକୁ,

ନିଲେଶ: ଆରେ ବାପା ୭ ଦିନ ତଳେ ମତେ କହୁଥିଲେ କୁଆଡେ ଯାଇ ବୁଲାବୁଲି କରିବା ପାଇଁ । ସେତ ଏମିତି କୁହନ୍ତୁନି କେବେ, ଆଉ ହଁ ସେହେଲେ ବେପାରୀ ଲୋକ କିଛି ଲାଭ ନଥାଇ ସେ କାହାକୁ କିଛି ଉପଦେଶ ଦିଅନ୍ତିନି ।

ନିତା: ହେଃ କେଡେ ଅଜବ ଲୋକ କିଓ ତୁମେ ସେ ତୁମ ବାପା, ଆଉ ତୁମେ ଏମିତି କହୁଛ।

ନିଲେଶ: ଆରେ ତୁମେ ମୋର ବାପାଙ୍କୁ ଜାଣିନ ଲାଭ ନଥିଲେ ସେ କିଛି ବି କରନ୍ତିନି। ଆଉ ମୋର ବିବାହ କୋଉ ଗୋଟେ ଧନୀ ଘର ଝିଅ ସହ ଠିକ କରିଥିଲେ ବୋଲି ମୁଁ ଶୁଣିବାକୁ ପାଇଛି। ତାଙ୍କ ଉଦେଶ୍ୟ ପୁରା ନହେବା ଯାଏଁ ସେ କେବେ ବି ଶାନ୍ତିରେ ବସିବେନି। ଆମକୁ ଏମିତି ପଠେଇବାର ନିଶ୍ଚିତ ତାଙ୍କର କିଛି ଉଦେଶ୍ୟ ଥିବ।

ନିତା: ଆରେ ତୁମେ ଅଯଥାରେ ବହୁତ କଥା ଭାବୁଛ, ବହୁତ ରାତି ହେଲାଣି ମୁଁ ଯାଉଛି ଶୋଇବି। ତୁମେ ବି ଟିକେ ରେଷ୍ଟ ନିଅ।

ଟ୍ରେନ ୨ଦିନର ଯାତ୍ରା ଶେଷକରି ଉଭୟ ସକାଳୁ ସକାଳୁ ଯାଇ ଦିଲ୍ଲୀରେରେ ପହଞ୍ଚିଯାନ୍ତି। ସେଠୁ ଏକ କାଵ ବୁକ କରି ଶିମଲାରେ ପହଂଚିଯାନ୍ତି। ଯିବା ଆଗରୁ ନିଲେଶ ଅନଲାଇନରେ ହୋଟେଲ ବୁକିଙ୍ଗ କରିସାରିଥାଏ। ତେଣୁ ସେ କାଵ ଵାଲା ସିଧା ନେଇ ତାଙ୍କୁ ବୁକିଙ୍ଗ କରିଥିବା ସେହି ହୋଟେଲ ପାଖରେ ଛାଡିଦିଏ। ହୋଟେଲରେ ଚେକ ଇନ କରି ଉଭୟ ନିଜ ରୁମରେ ଯାଇ ଏକା ନିଶ୍ୱାସରେ ବସିଯାନ୍ତି । ସେତେବେଳକୁ ସମୟ ପ୍ରାୟ ଦିନ ୧୧.୩୦ ହବ, ତେଣୁ ଖାଇବା ଅର୍ଡର କରିଦେଇ ଉଭୟ ଫ୍ରେଶ ହବା ସହ ଗାଧୁଆ ପାଧୁଆ ଶେଷକରି ସିମଲାରେ ତିନିଦିନ କେମିତି କାଟିବେ ତାର ଏକ ପ୍ଲାନ ପ୍ରସ୍ତୁତ କରନ୍ତି।

ପ୍ରଥମେ ଏକ କାର ୩ ଦିନ ପାଇଁ ବୁକ କରିଦିଅନ୍ତି, ତାପରେ ଗୁଗଲରେ ସର୍ଚ୍ଚ କରି ଦେଖନ୍ତି ଭ୍ରମଣ ପାଇଁ ସିମଲାରେ ଥିବା ସବୁଠାରୁ ଭଲ ଜାଗା। ବହୁତ ଖୋଜା ଖୋଜି ପରେ ସେ ୩ଦିନ ପାଇଁ ତାଙ୍କର ପ୍ଲାନ ବନେଇଦିଅନ୍ତି। ପ୍ଲାନ ପ୍ରୋଗ୍ରାମ ସାରିବା ପରେ ଉଭୟ ଖାଇବା ପିଇବା ଶେଷକରି କିଛି ସମୟ ବିଶ୍ରାମ କରନ୍ତି। ଉଠିଲା ବେଳକୁ ସମୟ ଘଣ୍ଟାରେ ପ୍ରାୟ ୫.୦୦ ଟା। ପ୍ଲାନ ଅନୁସାରେ ସେହିଦିନ ସନ୍ଧ୍ୟାବେଳେ ସେମାନେ ବୁଲିବାକୁ ଯାଆନ୍ତି ଲକ୍କର ବଜ଼ାର। ସନ୍ଧ୍ୟାରେ ସେଠି ବୁଲାବୁଲି କରିବା ସହ ରୋଲର ସ୍କେଟିଂ ହଲକୁ ଯାଇ ସେଠି ସ୍କେଟିଂ ବି କରନ୍ତି। ସେଠୁ ଆସି ବଜ଼ାରରେ କିଛି ସମୟ ବୁଲାବୁଲି କରନ୍ତି। ସେ ବଜ଼ାର କାଠରେ ତିଆରି ସାମାନ ପାଇଁ ପ୍ରସିଦ୍ଧ ଥିବାରୁ ବହୁତ ସାରା କାଠ ସାମାନ୍ ଘରପାଇଁ କିଣାକିଣି କରନ୍ତି ଓ ସେଠାରେ ପ୍ରସିଦ୍ଧ ଥିବା ସୀତା ରାମ ଦୋକାନରେ ଆଳୁ ଟିକ୍କି ଏବଂ ଛୋଲେ ଭଟୁରେ ବି ଖାନ୍ତି। ନଭେମ୍ବର ମାସ ଥିବାରୁ ଥଣ୍ଡା ବି ସେଠି ବହୁତ ପଡୁଥାଏ। ଘରୁ ଆସିଲା ବେଳେ ରାତିରେ ଶୋଇବା ପାଇଁ ସେମିତି କିଛି ଶୀତ ବସ୍ତ୍ର ଆଣିନଥିବାରୁ ଶୋଇବା ପାଇଁ ଶୀତ ବସ୍ତ୍ର ବି କିଛି କିଣା କିଣି କରନ୍ତି। ସେଦିନର ପ୍ରଥମ ସନ୍ଧ୍ୟା ସିମଲା ରେ ବହୁତ ବଢିଆସେ କଟିଯାଏ। ହୋଟେଲ କୁ ଫେରିଲା ବେଳକୁ ସମୟ ପ୍ରାୟ ରାତି ୯.୩୦।

ବଜ଼ାରରେ ଖାଇପିଇ ଆସିଥିବାରୁ ଆଉ ଖାଇବା ପାଇଁ ଅର୍ଡର କରନ୍ତିନି। ରୁମରେ ପହଂଚି ନିତା ଚାଲିଯାଏ ଫ୍ରେଶ ହବା ପାଇଁ। ନିତା ଆସିଲା ପରେ ନିଲେଶ ଯାଏ। ଏହି ଭିତରେ ନିତା ତାଙ୍କର ବେଡ଼ ଟିକୁ ଆଣିଥିବା ରଜନୀ ଗନ୍ଧା ଫୁଲରେ ସଜେଇ, ବାଲକୋନିରେ ଠିଆ ହୋଇ ଶିମଲା ଟାଉନର ରାତିର ନଜ଼ାରାକୁ ଉପଭୋଗ କରୁଥାଏ। ଥଣ୍ଡା ଜୋରରେ ପଡିବା ସହ ସେତେବେଳକୁ ହାଲକା ହାଲକା ବରଫ ବି ପଡିବା ଆରମ୍ଭ ହୋଇଯାଇଥାଏ। ତେଣୁ ବରଫ ପଡ଼ୁଥିବାରୁ ତାର ଦେହ ସେ ହାଲକା ହାଲକା ବରଫ ମାଡ଼ରେ ଶୀତେଇ ବି ଯାଉଥାଏ, ତଥାପି ସେ ଶୀତରେ ଜୀବନରେ ପ୍ରଥମ ଥର ଠିଆ ହୋଇ ସେ ନଜ଼ାରାକୁ ଉପଭୋଗ କରିବା ତା ପାଇଁ ଏକ ନିଆରା ଅନୁଭୂତି ଥିବାରୁ ସେସବୁକୁ ଆନନ୍ଦରେ ଉପଭୋଗ କରୁଥାଏ। 


ହଠାତ ସେ ଅନୁଭବ କଲା ଯେ ଏକ ଗରମ ହାତ ତାର ବାମ ପଟ ଅଂଟାକୁ ସ୍ପର୍ଶ କରି ଧୀରେ ଧୀରେ ଉପରକୁ ଉଠୁଛି। ସେ କିଛି ନକହି ସେମିତି ସେ ସ୍ପର୍ଶକୁ ଉପଭୋଗ କରୁଥାଏ। କିଛି ସମୟ ପରେ ଆଉ ଗୋଟିଏ ହାତ ଆସି ତାର ଡାହାଣ ପାଖ ଅଂଟା କୁ ଧରି ଧୀର ଧୀରେ ସେ ହାତ ଦ୍ବୟ ଯାଇ ତାର ବକ୍ଷ ପ୍ରଦେଶରେ ପହଂଚି ସରିଥାଏ। ସେ ହାତ ଦ୍ବୟ ସେତେବେଳକୁ ତାର କାମ ଆରମ୍ଭ କରିସାରିଥାଏ। ସେହି ସ୍ପର୍ଶ ପାଇ ନିତାର ଆଖି ଦୁଇଟି ଆପେ ଆପେ ବନ୍ଦ ହୋଇଯାଏ ଆଉ ନିଜକୁ ହଜେଇ ଦେଇଥାଏ ସେହି ହାତର ଗରମ ସ୍ପର୍ଶର ଅପୂର୍ବ ଆନନ୍ଦରେ। ଆଉ ଉପଭୋଗ କରୁଥାଏ ଶୀତୁଆ ରାତିର ବରଫା ବୃତ ବାଲକୋନିରେ ସେହି କଠିନ ହାତର ଗରମ ସ୍ପର୍ଶକୁ ନିଜର ସେହି କଅଁଳିଆ ଶରୀରରେ।

ନିତା କିଛି ନକହି ସେମିତି ନିରବ ନିଶ୍ଚଳ ଭାବେ ଠିଆ ହୋଇ ଚର୍ମ ସୁଖକୁ ଅନୁଭବ କରୁଥାଏ। କିଛି ସମୟ ପରେ ପୁଣି ଅନୁଭବ କରେ ତାର ବେକକୁ ଦାଢିଯୁକ୍ତ ଏକ ମୁହଁ ସ୍ପର୍ଶକରି ତାକୁ ଗେଲ କରୁଛି। ତାକୁ ଲାଗୁଥିଲା ଯେମିତି ତାର ଶରୀରରେ କେହି ଜଣେ କୋମଳ ଯୁକ୍ତ କଣ୍ଟା ଗୁଡିଏ ଫୋଡିଦଉଛି। ସେ ସବକୁ ସେ ସେମିତି ଉପଭୋଗ କରୁଥାଏ। କିନ୍ତୁ ଏ କଣ ହଠାତ ସେ ସ୍ପର୍ଶ ଗଲା କୁଆଡେ। ସେ ଅନୁଭବ କଲା ସେ ମିଠା ସ୍ପର୍ଶ ଆଉ ନାହିଁ, ବୁଲିପଡ଼ି ଦେଖେ ତ ପଛରେ କେହିନାହାନ୍ତି ପୁଣି ଟିକେ ଭିତରକୁ ଯାଇ ଦେଖେ ତ ତାର ସ୍ୱାମୀ ନିଲେଶ ବେଡ଼ ଉପରେ ଶୋଇ ଘୁଙ୍ଗୁଡ଼ି ମାରୁଥାନ୍ତି।

ସ୍ୱାମୀଙ୍କୁ ଶୋଇ ଘୁଙ୍ଗୁଡ଼ି ମାରୁଥିବାର ଦେଖି ନିତା ଆଶ୍ଚର୍ଯ୍ୟ ଚକିତ ହୋଇଯାଏ। ତାପରେ ଭାବିବାକୁ ଲାଗେ ତାହେଲେ ସେ କିଏ? ଯିଏ ତାକୁ ଏବେ ସଂଗେ ସଂଗେ ଏକ ଅଦ୍ଭୁତ ସୈର୍ଗିକ ଆନନ୍ଦରେ ଆନ୍ଦୋଳିତ କରୁଥିଲା। କିଏ ସିଏ? ନିଲେଶ ? ନା ନା ନିଲେଶ ହୋଇଥିଲେ ଏତେ ଜଲ୍ଦି କେମିତି ବେଡ଼ ଉପରେ ଶୋଇ ଘୁଙ୍ଗୁଡି ମାରୁଥାନ୍ତେ। କିଏ ହେଉଛି ମୋ ମନର ଭ୍ରମ ! ଏମିତି ଭାବି ଭାବି ଆସି ତାର ସ୍ୱାମୀଙ୍କ ପାଖରେ ବସିଯାଏ। ଭାବିବାକୁ ଲାଗେ ଏତେ ସୁନ୍ଦର ଭାବେ ବେଡ଼କୁ ସଜେଇ ଅପେକ୍ଷା କରିଥିଲି ନିଲେଶଙ୍କୁ ହେଲେ ସେ ମତେ ସ୍ପର୍ଶ ନକରି ଏମିତି ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି। କିନ୍ତୁ ସେ ସ୍ପର୍ଶ କାହାର ଥିଲା, ପୁଣି ଭାବେ ସ୍ୱାମୀଙ୍କୁ ତାର ଉଠେଇ ପଚାରିବ ହେଲେ ନପଚାରି ସେମିତି ଶୋଇଯାଏ।


ରାତିରେ ଶୋଇଥିବା ଅବସ୍ଥାରେ ହଠାତ ପୁନର୍ବାର ସେହି ସ୍ପର୍ଶ କୁ ଅନୁଭବ କରେ ନିତା ଆଉ ବାକି ରହିଯାଇଥିବା ସେହି ଅଧୁରା ପ୍ରେମକୁ ସମ୍ପୂର୍ଣ୍ଣ ରୂପେ ଆନନ୍ଦର ସହିତ ଉପଭୋଗ କରୁଥାଏ। ଏମିତିକି ସେ ସ୍ପର୍ଶ ପାଇ ନିତା ପୁରା ଆନନ୍ଦରେ ବିଭୋର ହୋଇ ଯାଉଥାଏ। ଚରମ ତୃପ୍ତି ପାଇସାରିବାପରେ ନିତା ଖୁସିରେ ଆଖି ଖୋଲି ଦେଖେ ତ ପୁନର୍ବାର ନିଲେଶ ସେମିତି ଶୋଇଥାନ୍ତି। ନିତାର ସନ୍ଦେହ ଆହୁରି ଅଧିକ ହେବାରୁ ସେ ନିଲେଶକୁ ଉଠେଇ ସବୁକଥା କୁହେ, ଯାହା ଯାହା ତାସହ ସେହି ରାତିରେ ଘଟିଯାଉଥିଲା। ନିଲେଶ କିନ୍ତୁ ସେସବୁ କଥାକୁ ହାଲକା ଭାବେ ନିଏ, ଆଉ ନିତାକୁ ଥଟା କରି କୁହେ ରାତି ଅଧରେ ଏମିତି କଥା କହି ମତେ seduce କରୁଛ। ଏତିକି କହି ହସିବାକୁ ଲାଗେ। ଆଉ କୁହେ ସେସବୁ ଗୋଟେ ସ୍ୱପ୍ନ ଥିଲା, ନହେଲେ ତୁମେ କିଛି ୟାଡୁ ସ୍ୟାଡୁ ଭାବିଛ ନିଶ୍ଚିତ। ତୁମେ ବେଡ଼ରେ ଫୁଲ ପକେଇ ଆଜି ପୁରା ମୁଡରେ ଥିଲ, ତେଣୁ ତୁମକୁ ସେମିତି ଲାଗୁଥିବ। ଏଗୁଡା ଆଉ କିଛି ନୁହଁ କେବଳ ତୁମ ମନର ଭ୍ରମ। ହଉ ଏବେ ଆସ ରାତିରେ ହୋଇନଥିବା କାମକୁ ଏବେ କରିଦେବା।

ଏତିକି କହି ନିତା ଉପରକୁ ଝାମ୍ପିପଡେ ନିଲେଶ। ଆଉ ନିତାର ଶରୀର ସହ ଖେଳିବାକୁ ଲାଗେ। ନିତା କିନ୍ତୁ କିଛି ନକହି ସେମିତି ଶୋଇରୁହେ, ଆଉ ଭାବୁଥାଏ ସେହି ସ୍ପର୍ଶକୁ, ସେ କିଏ ଥିଲା ? ଅନୁଭବ କରୁଥିଲା ସେ ସ୍ପର୍ଶ ଆଉ ନିଲେଶଙ୍କ ସ୍ପର୍ଶରେ ଆକାଶ ପାତାଳ ଫରକ। କିଛି ସମୟ ପରେ ନିଲେଶ ତାର କାମ ଶେଷକରି ଶୋଇଯାଏ। କିନ୍ତୁ ନିତାର ଆଖିକୁ ନିଦ ଆସୁନଥାଏ, ସେ ଖାଲି ସେମିତି ବେଡ଼ ଉପରେ ପଡିରହି ସେହି ସ୍ପର୍ଶକୁ ଭାବୁଥାଏ, ଆଉ ଜାଣିବାକୁ ଚେଷ୍ଟା କରୁଥାଏ ସେ ସ୍ପର୍ଶ କାହାର। ତାର ମନରେ ଏତିକି ଦୁଃଖ ଥିଲା ଯେ ତାର ସ୍ୱାମୀ ତା କଥାକୁ ବିଶ୍ୱାସ ନକରି ହସରେ ଉଦେଇ ଦେଇ ନିଜକାମ ଶେଷକରି ଶୋଇଯାଇଥିଲେ। ତେଣୁ ସେ ଭାବୁଥିଲା କେମିତି ବିଶ୍ୱାସ ଦବ ତାର ସ୍ୱାମୀଙ୍କୁ ଯେ ସେ ଯାହା ବି ଅନୁଭବ କରିଛି ତାହା ଏକ ସ୍ୱପ୍ନ ନଥିଲା ଵୋଲି। ଏମିତି ବସିକି ଭାବୁ ଭାବୁ ତାର ଆଖି ଲାଗିଯାଇଥାଏ।


ସକାଳୁ ସେ କାଵ ଡ୍ରାଇଭର ର ଫୋନ ରେ ନିଲେଶର ନିଦ ଭାଙ୍ଗେ। ସଂଗେ ସଂଗେ ଉଠି ଦେଖେ ତ ନିତା ସେମିତି ଶୋଇଛି। ନିଲେଶ ଭାବେ ନିତା ତ କେବେ ବି ଏତେ ସମୟ ସୁଏନି ଆଜି କଣ ପାଇଁ ଶୋଇଛି? ବୋଧେ କାଲି ରାତି ପାଇଁ ବେଶି ହାଲିଆ ହୋଇଯାଇଛି। ମନେ ମନେ ଭାବିନିଏ ଯେ ତାର ପୁରୁଷ ପଣିଆ ପାଇଁ ବୋଧେ ସେ ହାଲିଆ ହୋଇ ଶୋଇଯାଇଛି। ପୁଣି ଟିକେ ମୁଚୁକୁନ୍ଦି ହସିଦେଇ ନିଶକୁ ଟିକେ ମୋଡି ଚାଲିଯାଏ ନିଜର ନିତ୍ୟକର୍ମ କରିବା ସହ ଗାଧେଇବା ପାଇଁ। ହଠାତ ନିତାର ନିଦ ଭାଙ୍ଗେ ତ ଦେଖେ ନିଲେଶ ବେଡ଼ ଉପରେ ନାହିଁ,ଆଉ ଘଣ୍ଟାରେ ବି ଆସି ୮.୦୦ ଟା ବାଜିଲାଣି। ତେଣୁ ସେ ଭାବେ ନିଲେଶ ବୋଧେ ଗାଧେଇବା ପାଇଁ ଯାଇଛନ୍ତି।

ନିତା ଉଠି ବେଡ଼କୁ ସଜାଡି, ବ୍ରଶ କରୁଥାଏ, ନିଲେଶ ତାର ଗାଧୁଆ ଶେଷ କରି ନିତାକୁ କୁହେ ଜଲ୍ଦି ଜଲ୍ଦି ଗାଧୋଇ ବାହାରିବା ପାଇଁ କାରଣ କାଵ ଡ୍ରାଇଭର ତଳେ ଆସିକି ଅପେକ୍ଷା କରିଛି। ଏତିକି କହି ନିଲେଶ ତାର ଡ୍ରେସ ବଦଳିବାକୁ ଲାଗେ। ଡ୍ରେସ ବଦଳି ନିଲେଶ ସକାଳର ଜଳଖିଆ ଅର୍ଡର କରିଦିଏ। ନିତା ଏହି ଭିତରେ ଗାଧୁଆ ଶେଷକରି ରେଡି ହୋଇଯାଇଥାଏ।ସାଙ୍ଗ ହୋଇ ବସି ଟିଭି ଦେଖୁଥାନ୍ତି। ନିତା ଏମିତି ବସି ଚ୍ୟାନେଲ ଚେଞ୍ଜ କରୁଥାଏ। ହଠାତ ସେଠିକାର ଏକ ଲୋକାଲ ନିଉଜ ଚ୍ୟାନେଲ ରେ ଦେଖିବାକୁ ପାଏ ଯେ,

                    "ଆଜକୁ ଠିକ ଏକ ବର୍ଷେ ତଳେ ନଭେମ୍ବର ୧୪ ତାରିଖ ରେ ହୋଟେଲ ଦ ଏଭର ଶନି ର ରୁମ ନଂ୧୨ ରେ ଘଟିଯାଇଥିବା ସେହି ହତ୍ୟାର ଷଡଯନ୍ତ୍ର କାରୀ ଆଉ କେହି ନୁହେଁ, ଥିଲା ତାର ନିଜ ସ୍ତ୍ରୀ। କାରଣ ଥିଲା ଏକ୍ସଟ୍ରା ମାରିଟାଲ ଆଫାୟାର। ତାର ସ୍ତ୍ରୀ ଓ ପ୍ରେମିକ ମିଶି ସେହି ହତ୍ୟାକାଣ୍ଡକୁ ଭିଆଇଛନ୍ତି। ଏବେ ବି ହୋଟେଲର ସେହି ରୁମଟି ସେମିତି ବନ୍ଦ ପଡିଛି।" ମରିଯାଇଥିବା ସେହି ଲୋକଟିର ଫୋଟୋ କୁ ଟିଭିରେ ଦେଖି ଉଭୟ ସମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟ ଚକିତ ହୋଇଯାନ୍ତି।

ସେ ଆଉ କେହି ନଥିଲା, ଥିଲା ସେ କାଵ ଡ୍ରାଇଭର। ସେସବୁ ଦେଖି ନିଲେଶ ଓ ନିତା ଉଭୟ ଉଭୟଙ୍କ ମୁହଁକୁ ଚାହିଁ ରୁହନ୍ତି। ଆଉ କୁହନ୍ତି କାଲି ତ ଥିଲା ନଭେମ୍ବର ୧୪। ସେ ଡ୍ରାଇଭର ଆଉ ସେହି ଲୋକର ଆତ୍ମା ନଥିଲା ତ? ଆଉ ନିଉଜ କହୁଛି ଯେ ହୋଟେଲର ସେହି ରୁମ ବନ୍ଦ ପଡିଛି ହେଲେ ଆମେ କେମିତି ଏ ରୁମକୁ ଆସିଲେ? କିଛି ଗଡ଼ବଡ଼ ନିଶ୍ଚିତ ଅଛି। ଏତିକିବେଳେ ନିଲେଶ କୁହେ ପାଟି କରନି, ହୋଟେଲ ବାଲା ଟଙ୍କା ଲୋଭରେ ବୋଧେ ଆମକୁ ରୁମଟା ଦେଇଛି, ଯେହେତୁ ଆମେ ବାହାରୁ ଆସିଛେ ଆମକୁ ଏ ବିଷୟରେ କିଛି ଜଣାନାହିଁ। ତୁମେ ଟିକେ ଚୁପ ରୁହ ଏବେ।


ଏତିକିବେଳେ ତାଙ୍କ ରୁମ ର କଲିଂ ବେଲ ବାଜିବାରୁ ଉଭୟ ଚମକି ପଡନ୍ତି। ତାପରେ ତାଙ୍କର ମନେ ପଡେ ଖାଇବା ପାଇଁ ଅର୍ଡର କରିଥିଲେ। ନିଲେଶ ଯାଇ କବାଟ ଖୋଲି ଖାଇବା ନେଇଆସିଲା ବେଳେ, ହୋଟେଲର ସେହି ପିଲାଟି ନିଲେଶ ମୁହଁରେ ଭୟକୁ ଦେଖିସାରିଥିଲା। ତେଣୁ ସେ ସାହସ କରି ପଚାରୁ ପଚାରୁ ପଚାରିଦେଲା କି ସାର ଆପଣ ଏମିତି ଡରୁଛନ୍ତି କଣ ପାଇଁ? କିଛି ଅସୁବିଧା ହୋଇଛି କି? ନିଲେଶ ମନା କରେ। ପୁଣି ସେହି ପିଲାଟି ଓଡ଼ିଆରେ କୁହେ, ସାର ମୁଁ ଏ ହୋଟେଲରେ ଆଜକୁ ୩ବର୍ଷ ହେଲା କାମ କରୁଛି, ମୋ ଘର ଓଡ଼ିଶାର କଟକ ଜିଲ୍ଲାରେ। କାଲି ଆପଣଙ୍କୁ ଏ ରୁମ ବିଷୟରେ ଜଣେଇବି ବୋଲି ଚେଷ୍ଟା କରିଥିଲି ହେଲେ ସୁବିଧା ପାଉନଥିଲି। ତେଣୁ ବହୁତ କଷ୍ଟରେ ଆଜି ଆପଣଙ୍କ ଅର୍ଡର ଟା ନେଇକି ଆସିଛି କେବଳ ଏ ରୁମ ବିଷୟରେ ଜଣେଇବା ପାଇଁ। ସେ ପିଲାଟି ଯାହା ଯାହା କହିଲା ସେସବୁ ସେମାନେ ନିଉଜ ରେ ଦେଖିସାରିଥିଲେ। ତେଣୁ ଆଉ କାଳ ବିଳମ୍ବ ନକରି ସଂଗେ ସଂଗେ ସେହି କାଵ ଡ୍ରାଇଭର ନମ୍ବରକୁ ଫୋନ ଲଗେଇଲେ, ସେପଟୁ କିନ୍ତୁ ଶୁଭୁଥିଲା, " The number you have dialed doesn't exist" ତଳକୁ ଯାଇ ଦେଖନ୍ତି ତ ସେଠି ସେ କାର ଫାର କିଛି ନଥିଲା।

ସଂଗେ ସଂଗେ ଅନ୍ୟ ଏକ କାର କରି ପାଖ ପୋଲିସ ଷ୍ଟେସନକୁ ଯାଇ ସେସବୁ ବିଷୟରେ କୁହନ୍ତି। ପୋଲିସ ସଂଗେ ସଂଗେ ଏକ କମ୍ପ୍ଲେନ ରେଜିଷ୍ଟର କରି ସେମାନଙ୍କୁ ସାଙ୍ଗରେ ଧରି ସେହି ହୋଟେଲରେ ପହଁଚେ, ଆଉ ତାଙ୍କୁ ଫାଇନ କରିବା ସହ ଏକ ୱାର୍ଣ୍ଣିଙ୍ଗ ଦିଏ ଓ ସେ ଗେଷ୍ଟ ଙ୍କ ପଇସା ତୁରନ୍ତ ଫେରେଇବା ପାଇଁ କୁହେ। ତତ୍କାଳ ହୋଟେଲ ଵାଲା ତାଙ୍କ ପଇସା ଫେରେଇଦେଇ ଭୁଲ ମାଗେ। ତାପରେ ଉଭୟ ତାଙ୍କର ଲଗେଜ ସବୁ ଧରି ଅନ୍ୟ ଏକ ହୋଟେଲ କୁ ଶିଫ୍ଟ ହୋଇଯାନ୍ତି। ସେତେବେଲକୁ ସମୟ ପ୍ରାୟ ଦିନ ୧୨.୦୦ ଟା ପରେ ହେବ। ନୂଆ ହୋଟେଲରେ ପହଂଚିବା ପରେ ଓଡ଼ିଶାର ସେହି ପିଲାଟିକୁ ଫୋନ କରି ଧନ୍ୟବାଦ ଦେବା ସହ ନିଲେଶ କୁହେ, ବାବୁରେ ଯଦି କେବେ କିଛି ଦରକାର ପଡେ କିଛି ନଭାବିକି ମତେ କଲ କରିବୁ। ମୁଁ ଏବେ ରହୁଛି।

ତାପରେ ଖାଇବା ଅର୍ଡର କରିଦେଇ ଉଭୟ ଫ୍ରେଶ ହୁଅନ୍ତି, ଏହିଭିତରେ ଖାଇବା ଆସିଯାଏ। ସାଙ୍ଗହୋଇ ଖାନ୍ତି, ଏହିସମୟରେ ନିଲେଶ ଅନୁଭବ କରେ ନିତା କାଲି ଅପେକ୍ଷା ବହୁତ ଖୁସି ଜଣାପଡୁଥିଲା। ଖାଇସାରି ସଂଗେ ସଂଗେ ଏକ କାଵ ବୁକ କରି ବହାରିଯାନ୍ତି ପାଖରେ ଥିବା ଏକ ହିଲ ଷ୍ଟେସନକୁ। ସେଠି ଯାଇ ଦେଖନ୍ତି ଯେ ସେ ପାହାଡ଼ ପୁରା ବରଫର ଚାଦର ଘୋଡେଇ ହେଇଛି। ଲାଗୁଥିଲା ଯେମିତି ଆକାଶ ସେ ବାଦଲ ଖଣ୍ଡକୁ ଧରି ଛାତ ଭଳି ପାହାଡ଼ ଉପରେ ଢାଙ୍କି ହୋଇ ରହିଛି। ସେସବୁ ଅଭୂତ ଦୃଶ୍ୟମାନ ଦେଖି ଉଭୟ ପୁରା ଆଶ୍ଚମ୍ବିତ ହୋଇଯାନ୍ତି। ଉଭୟ ନିଜକୁ ହଯେଇଦିଅନ୍ତି ସେହି ପାହାଡର ଅପୂର୍ବ ସୌନ୍ଦର୍ଯ୍ୟ ରୂପ ରାଶିରେ। ଉଭୟ ଉଭୟଙ୍କୁ ବରଫ ପକେଇ କିଛି ସମୟ ଖେଳନ୍ତି। କିଛି ସମୟ ବରଫ ରେ ସ୍କେଟିଂ ର ମଜା ବି ନିଅନ୍ତି। ତାପରେ ବହୁତ ସାରା ଫୋଟୋ ବି ଉଠାନ୍ତି, ସେ ପାହାଡର ଭିଡିଓ ବି ବନାନ୍ତି। ପୁରା ଦିନ ସେଇଠି କଟେଇ ପୁଣି ଫେରିଆସନ୍ତି ସନ୍ଧ୍ୟାରେ ହୋଟେଲକୁ।

ହୋଟେଲରେ ପହଂଚିବା ପରେ ଘରୁ ଫୋନ ଆସେ ଯେ ବାପାଙ୍କ ଦେହ ଅସୁସ୍ଥ ତେଣୁ ଜଲ୍ଦି ଆସି ଘରେ ପହଂଚିବା ପାଇଁ। ନିଲେଶ ଆଉ ଟ୍ରେନରେ ଟିକେଟ ନକରି ଫ୍ଲାଇଟ ରେ ପରଦିନ ଫେରିବା ପାଇଁ ଟିକେଟ କରେ। ପରଦିନ ସକାଳୁ ସକାଳୁ ଉଭୟ ଏକ କାଵ ଯୋଗେ ଆସି ଦିଲ୍ଲୀରେ ପହଞ୍ଚନ୍ତି। ସେଠୁ ଫ୍ଲାଇଟ ରେ ବସି ଭୁବନେଶ୍ୱରରେ ଓଲ୍ହାନ୍ତି। ଭୁବନେଶ୍ୱରରେ ପହଁଚିଲା ବେଳକୁ ସମୟ ପ୍ରାୟ ଦିନ ୩.୦୦ ଟା। ସଂଗେ ସଂଗେ ଏକ କାର ଯୋଗେ ଘରେ ଆସି ଦେଖନ୍ତି ଯେ ବାପାଙ୍କ ଦେହ ଠିକ ଠାକ ଅଛି, କିନ୍ତୁ ନିତା ବାପାଙ୍କ ଦେହ ଠିକ ନଥିଲା, ତେଣୁ ସେ ନିତାକୁ ଦେଖିବା ପାଇଁ ଖୋଜୁଛନ୍ତୁ।

କିଛିସମୟ ପରେ ଉଭୟ ବହାରିଯାନ୍ତି ନିତାର ବାପାଙ୍କୁ ଦେଖିବାକୁ, ଉଭୟ ଯାଇ ସମସ୍ତଙ୍କୁ ପ୍ରଣାମ କରନ୍ତି। ତାପରେ ନିତା ଯାଇ ତାର ବାପାଙ୍କୁ କ୍ଷମା ମାଗେ ସେ ବି ତାକୁ କ୍ଷମା କରିଦିଅନ୍ତି। ଆଉ ଝିଅର ଖୁସିର ସଂସାର ଦେଖି ସେ ବି ବହୁତ ଖୁସି ହୁଅନ୍ତି। ନିତାକୁ ସେଠି ଛାଡ଼ିଦେଇ ନିଲେଶ ଘରକୁ ତାର ପଳେଇଆସେ। ନିତା ସେଇଠି ଦୁଇ ଦିନ ରୁହେ। ଝିଅକୁ ଦେଖି ତାଙ୍କର ସ୍ୱାସ୍ଥ୍ୟରେ ବି ଉନ୍ନତି ଧୀରେ ଧୀରେ ହୁଏ।

ଏପଟେ ନିଲେଶ ର ବାପା ବି ନିଜକୁ ବହୁତ ଲଜ୍ଜିତ ଅନୁଭବ କରନ୍ତି, କାରଣ ତାଙ୍କର ପୁଅକୁ ଯେତିକି ସ୍ନେହ ଦେବା କଥା ସେ ଦେଇନଥିଲେ, ସେ ଯାହା ଚାହୁଁଛି ତାକୁ ସେଥିରୁ ସବୁବେଳେ ବିରତ କରୁଥିଲେ, ସେଥିପାଇଁ ନିଲେଶ ବୋଧେ ମତେ ଏମିତି ବ୍ୟବହାର କରୁଛି। ପୁଅକୁ ସେସବୁ କହିବା ସହ ଶିମଲାରୁ ଫେରିବା ଦିନ ନିତାକୁ ମାରିବା ପାଇଁ କରିଥିବା ଷଡଯନ୍ତ୍ର ବିଷୟରେ କୁହନ୍ତି। ସେଥିପାଇଁ ବୋଧେ ତୁମର ଫେରିବା ଆଗରୁ ଭଗବାନ ମୋର ଏମିତି ଅବସ୍ଥା କରିଲେ। ଏତିକି କହି ଭୋ ଭୋ ହୋଇ କାନ୍ଦିବାକୁ ଲାଗନ୍ତି। ପୁଣି କୁହନ୍ତି ପାରିବୁ ଯଦି ମତେ କ୍ଷମା କରିଦେବୁ।

ଷଡଯନ୍ତ୍ର ବିଷୟରେ ଶୁଣି ରାଗିବ କି ବାପାଙ୍କର ଏଭଳି କଥା ଶୁଣି ମନ ପରିବର୍ତ୍ତନ କରିବ କିଛି ବୁଝିପାରୁନଥାଏ। କିଛିସମୟ ପରେ ନିଲେଶ କୁହେ ବାପା ଆପଣଙ୍କର କଣ ହୋଇଛି? ଏଇ ୫ଦିନରେ ଆପଣ ଏତେ ଦୁର୍ବଳ ଦେଖାଯାଉଛନ୍ତି। ଏତିକିବେଳେ ନିଲେଶର ମା ଆସିକି କୁହନ୍ତି, ତୋ ବାପାଙ୍କ ପେଟରେ ଗୋଟେ ଟିଉମର ହୋଇଛି।ତୁ ଶିମଲା ଯିବାର ଦୁଇଦିନ ପରେ ତାଙ୍କ ପେଟ ଜୋରରେ ଟାଣିଲା । ଯନ୍ତ୍ରଣା ଏତେ ଅସହ୍ୟ ହେଲା ଯେ ଡାକ୍ତରଖାନା ରେ ଯାଇ ଚେକ କରିଦେଖିଲାରୁ ଜଣାପଡିଲା। ଏବେ ଡାକ୍ତର କହୁଛନ୍ତି ଏହାକୁ ଅପରେସନ କରିବାକୁ ପଡିବ।

ନିତା ତାର ଶଶୁରଙ୍କ ଏମିତି ଖବର ଶୁଣି ତୁରନ୍ତ ଚାଲିଆସେ ତାର ଶାଶୁ ଘରକୁ। ତାପରେ ନିଲେଶ ତାର ବାପଙ୍କୁ ଡାକ୍ତରଖାନା ନେଇ ସଫଳତା ପୂର୍ବକ ଅପରେସନ କରାଏ। ଡାକ୍ତରଙ୍କ ପରାମର୍ଶ କ୍ରମେ ଅମରେଶ ବାବୁ ସମ୍ପୂର୍ଣ୍ଣ ରେଷ୍ଟ କରନ୍ତି। ତେଣୁ ନିଲେଶ ବାଧ୍ୟହୋଇ ତାର ଚାକିରୀକୁ ଛାଡ଼ିଦେଇ ବାପାଙ୍କ ବିଜିନେସକୁ ସମ୍ଭାଳେ। କାରଣ ସେହି ବିଜିନେସ ଉପରେ ଆହୁରି ୫୦ ଟା ପରିବାର ନିର୍ଭରଶିଳ ଥିଲେ। କେବଳ ସେହି ପରିବାର କଥା ଚିନ୍ତାକରି ନିଜର ଖୁସିକୁ ଜଳାଞ୍ଜକି ଦେଇଦିଏ। ନିତା ବି ତାର ଚାକିରୀ ଛାଡ଼ିଦେଇ ତାର ଶଶୁରଙ୍କ ସେବାରେ ସମ୍ପୂର୍ଣ୍ଣ ସମୟ ଲଗେଇଦିଏ।

କିଛିଦିନ ପରେ ଅମରେଶ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାନ୍ତି, ନିଜର କଲାକର୍ମ ଗୁଡିକୁ ଭାବି ନିଜକୁ ବହୁତ ଲଜ୍ଜିତ ଅନୁଭବ କରନ୍ତି। ବୋହୂର ସେବାରେ ଖୁସିହୋଇ ସବୁଆଡେ କହୁଥାନ୍ତୁ ମୋ ବୋହୁ ପରି ବୋହୁ ଏ ଦୁନିଆରେ ନାହିଁ। କିଛିଦିନ ପରେ ନିତା ଏକ ପୁତ୍ର ସନ୍ତାନ ଜନ୍ମ ଦିଏ। ଅମରେଶ ବାବୁ ସେହି ନାତି ଟୋକା ସହ ତାଙ୍କର ବୃଦ୍ଧ ଜୀବନ ଖୁସିରେ କାଟନ୍ତି। ଏପଟେ ନିତା ବି ଯାଇ ନିଲେଶକୁ ବିଜିନେସରେ ସାହଯ୍ୟ କରେ। କିଛିଦିନ ପରେ ନିଲେଶର ଫାକ୍ଟ୍ରି ରେ ଗୋଟେ ସୁପରଭାଇଜର ଦରକାର ହୁଏ, ତାର ମନେପଡେ ସେହି ଶିମଲାରେ ସାହାଯ୍ୟ କରିଥିବା ଓଡ଼ିଆ ପିଲାଟି କଥା ତାକୁ ସଂଗେ ସଂଗେ ଫୋନ କରି ନିଲେଶ ଅଫର କରେ ସେହି ଚାକିରୀଟିକୁ, ସେ ପିଲାଟି ବି ହଁ ଭରି ୨ଦିନ ଭିତରେ ଆସି ଚାକିରୀରେ ଯୋଗଦିଏ।

ଏମିତି ଭାବେ ତାଙ୍କର ଖୁସିର ସଂସାର ଆଗକୁ ଆଗକୁ ଗଡିଚାଲେ।



Rate this content
Log in

Similar oriya story from Horror