Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

WR Kumar Munna

Inspirational Tragedy

2  

WR Kumar Munna

Inspirational Tragedy

ସମ୍ପର୍କ ସେ ରକ୍ତର

ସମ୍ପର୍କ ସେ ରକ୍ତର

4 mins
1.1K


#ସମ୍ପର୍କ_ସେ_ରକ୍ତର

ଏକ ପାରିବାରିକ ଗଳ୍ପ

ଘରେ ବାପା, ମା ଆଉ ପିଲା ଦୁଇଟି.

ବଡ ଭାଇ ନାଁ ରମେଶ

ସାନ ଭାଇ ନାଁ ସୁରେଶ.

2 ବର୍ଷ ବଡ ସାନ .

ଛୋଟ ବେଳେ ବହୁତ ଝଗଡା କରନ୍ତି .ତଥାପି ସେମାନଙ୍କର ଭଲପାଇବା କମ ନଥିଲା.

ମା ଯେତେବେଳେ ଖାଇବାକୁ ଦିଅନ୍ତି

ଦୁଇ ଭାଇ କୁ ସମାନ ଦିଅନ୍ତି .ତଥାପି ସାନ ଭାଇ କହେ - ତୁ ତାକୁ ଅଧିକ ଦେଇଦେଇଛୁ .ମତେ କମ ଦେଇଛୁ .ମୁ ଖାଇବିନି .

ମା - ଦୁଇ ଜଣ କୁ ସମାନ କରି ଦେଇଛି.

ସାନଭାଇ- ତୁ ତାକୁ ଅଧିକ ଭଲପାଉ ସେଥିପାଇଁ ତାକୁ ଅଧିକ ଦେଇଛୁ .

ମା ସେଠୁ ଚାଲିଗଲା ପରେ

ବଡଭାଇ ତା ନିଜ ଥାଳି ରୁ କିଛି କାଢି ସାନ ଭାଇ କୁ ଦିଏ .

ତା ପରେ ଦୁଇ ଜଣ ଖୁସି ହେଇ ଖାନ୍ତି.

ବଡଭାଇ ର ନା ଭଲ ଖାଇବା ପ୍ରତି ଲୋଭ ଥିଲା ନା ଭଲ ପିନ୍ଧିବା ପ୍ରତି.

ଈଶ୍ୱର ଙ୍କ ଭକ୍ତ ଥିଲା.

ଟଙ୍କା ପଇସା ର ଅଭାବ ରୁ ବଡ ଭାଇ ଆଗକୁ ପଢ଼ିପାରିଲାଣି.

ସେ ଦିନ ରାତି ଖଟି ସାନ ଭାଇ କୁ ମଣିଷ କଲା .

ଭାବିଥିଲା ମୁ ଚାଷ ନକରିପାରିଲେ ମୋ ଭାଇ ଅଛି .ଘର ଚଲେଇବ.

ବାପା ମା ବି ବୃଦ୍ଧ ହେବାକୁ ଲାଗିଲେ .

ବଡ ଭାଇ(ରମେଶ) ବିବାହ କଲା .

ସାନ ଭାଇ(ସୁରେଶ) ସହର ରେ ଚାକିରୀ କରି ଟଙ୍କା ପଠଉଥାଏ .

ସାନ ଭାଇ ର ବିବାହ ହେବାର କିଛି ଦିନ ପରେ .

ସୁରେଶ ର ସ୍ତ୍ରୀ- ତମେ ଦିନ ରାତି ଅଫିସ ରେ ଖଟିବ .ତାଙ୍କୁ କଣ ପାଇଁ ଟଙ୍କା ଦେଉଛ .

ସୁରେଶ - ମୋ ପଢିବା ପଛରେ କେତେ ଖର୍ଚ୍ଚ ଯାହା ହେଇଛି.

ସ୍ତ୍ରୀ- ଉଁ .ମଲା କେତେ ଟଙ୍କା ଏମିତି ଖର୍ଚ୍ଚ କରିଦେଇଥିବେ କି. ତମେ ତ ଯୋଉ ବଡ ଚାକିରୀ କରିଛ.

ସୁରେଶ- ଆରେ ଭାଇ କୁ ନଦେଲି ନାହିଁ .ମୋର ବାପା ମା ଙ୍କୁ ତ ଦେଇ ପାରିବି .

ସ୍ତ୍ରୀ- କାଇଁ ବଡଭାଇ ଙ୍କ ବାପା ମା ସେ ନୁହଁ କି .ହୋଉ ତମେ ବାପା ଙ୍କୁ ଏଠାକୁ ନେଇଆସ .ବୋଉ ତାଙ୍କ ପାଖରେ ରହୁ.

ସୁରେଶ ସକାଳୁ ସକାଳୁ ଗାଁ କୁ ଗଲା .

ଲୁଚେଇକି ମା ହାତରେ ପଇସା ଦେଇ ଆସିଲା.

ଆଉ ବାପା ଙ୍କୁ ସାଙ୍ଗରେ ନେଇଆସିଲା.

ବଡ ଭାଇ ପାଖରେ ମା ତ ରହିଲା ହେଲେ ମାନେ ମାନେ ବୁଢା କୁ ଝୁରୁଥିଲା .

ବଡ ପୁଅ ମା ର ମନ ଦୁଃଖ ସହିନପାରି ବାପା ଙ୍କୁ ଆଣିବାକୁ ସହର କୁ ଗଲା .

ବଡଭାଇ- ଆରେ ସୁରେଶ ବାପା ଙ୍କୁ

ଏଠି ଭଲ ଲାଗୁନଥିବା.ମୁଁ ବାପା ଙ୍କୁ ନେବା କୁ ଆସିଛି .

କବାଟ ପଛରୁ ସାନ ଭାଇ ର ସ୍ତ୍ରୀ ସୁରେଶ କୁ ଡାକିଲା .

ସୁରେଶ - ଭାଇ ତମେ ବାପା ଙ୍କ ସହ କଥା ହୁଅ .ମୁଁ ଟିକେ ଆସୁଛି .

..

ସ୍ତ୍ରୀ - ବଡଭାଇ କଣ ପାଇଁ ଆସିଛନ୍ତି .

ସୁରେଶ- ବାପା ଙ୍କୁ ନେବା ପାଇଁ .

ସ୍ତ୍ରୀ - ମନା କରିଦିଅ.

ସୁରେଶ- ହେଲେ କଣ ପାଇଁ .

ସ୍ତ୍ରୀ- ଏତିକି ବୁଝିପାରୁନା .ବାପା ଙ୍କ ନାଁ ରେ ସବୁ ଜମି ବାଡ଼ି ସମ୍ପତି ସେଥିପାଇଁ ସେ ବାପା ଙ୍କୁ ନେବାକୁ ଚାହୁଁଛନ୍ତି .

ସୁରେଶ - ଆଛା ହୋଉ.

ବାପା - ମତେ ଏଠି ଭଲ ଲାଗୁନି .ମୁଁ ଗାଁ କୁ ଯିବି .

ସୁରେଶ - ବାପା ଆଉ କିଛି ଦିନ ରହୁନା .

ସୁରେଶ ର ସ୍ତ୍ରୀ - ସେ କହୁଛନ୍ତି ଯଦି ଯାନ୍ତୁ .

ସୁରେଶ - ଭାଇ ମୁ ଟଙ୍କା ପଠେଇ ପାରିବିନି .ମୋର ଏଠି ବହୁତ ଖର୍ଚ୍ଚ .

ବଡଭାଇ - ହୋଉ ତୋର ଯେବେ ଖୁସି ହେବ ପଠେଇବୁ .

ସୁରେଶ - ଭାଇ ମୁଁ ତ ସହର ରେ ରହିଲି .ମୋ ଭାଗ ଟା ବିକ୍ରି କରିଦିଅନ୍ତାନି .

ବଡ ଭାଇ - କଣ କହିଲୁ. ତୁ ଭାଗ ଖୋଜିଲୁଣି .

ଛି ତୁ ମୋ ଭାଇ ନା ଆଉ କିଏ .

ସୁରେଶ - ମୁଁ କଣ ଭୁଲ କହିଲି .

ବଡଭାଇ - ହୋଉ ତୁ ବେସ୍ତ ହୋନୀ .ମୁଁ ତୋ ଭାଗ ତତେ ଦେଇଦେବି .

ବଡଭାଇ ବାପା ଙ୍କୁ ଗାଁ ନେଇ ଆସିଲା

ବୁଢା ବୁଢ଼ୀ କୁ ପୁଣି ଥରେ ଫେରିପାଇଲା .ବଡ ଭାଇ ର ଘର ପଇସା ର ଅଭାବ ଥିଲେ ମଧ୍ୟ ଖୁସି ର ଅଭାବ ନଥାଏ କାହିଁକି ନା ଯେଉଁ ଘରେ ବାପା ମା ଖୁସି ସେ ଘର ସ୍ୱର୍ଗ ହେଇଯାଇଥାଏ .

କିଛି ଦିନ ଗଲା ...

ବଡ ଭାଇ ସାନ ଭାଇ ଭାଗ ଜମି କୁ ବିକ୍ରି କରି ସାନ ଭାଇ କୁ ଟଙ୍କା ଦେଇଦେଲା.

ସାନ ଭାଇ ଟଙ୍କା ପାଇ ସହର ରେ ଘର ଖଣ୍ଡେ କଲା.

ସାନ ଭାଇ ଘରକୁ ପଇସା ବି ଦେଉନଥାଏ .ବଡ଼ଭାଇ ଚାଷ କରି ପରିବାର ପୋଷୁଥାଏ .

ହଟାତ ବଡ ଭାଇ ପାଖକୁ ଖବର ଆସିଲା

ସାନ ଭାଇ ର ବଡ ଦୁର୍ଘଟଣା ହେଇଛି .

ଯେତେ ରାଗ ଥିଲେ ବି ରକ୍ତ ରକ୍ତ କୁ ଟାଣିବ.

ବଡଭାଇ ସମୟ କୁ ଅପେକ୍ଷା ନକରି ସହର କୁ ଧାଇଁଲା .

ଡାକ୍ତର କହିଲେ ଅପରେସନ ପାଇଁ ବହୁତ ଟଙ୍କା ଖର୍ଚ ହେବ .

ସାନ ଭାଇ ର ସ୍ତ୍ରୀ କାନ୍ଦି କାନ୍ଦି ବଡ ଭାଇ କୁ କହିଲା

ଭାଇ ଆପଣଙ୍କ ଛଡା ଆମର ଆଉ କିଏ ଅଛି .

ଦୟାକରି ତାକୁ ବଂଚେଇ ଦିଅ .

ବଡ ଭାଇ ସାନ ଭାଇ ର ଜୀବନ କୁ ବଂଚେଇବା ପାଇଁ ତା ଭାଗ ଜମି କୁ ବିକ୍ରି କରି ଭାଇ କୁ ଭଲ କଲା .

ଶେଷରେ ସାନ ଭାଇ ଆଉ ତା ସ୍ତ୍ରୀ ନିଜ ଭୁଲ ବୁଝିପାରି କ୍ଷମା ମାଗିଲେ .

ଆଉ ଆମ ସହ ରହିବାକୁ କହିଲେ .

ବଡଭାଇ - ନା . ତୁ ଖୁସି ରେ ରହ ସେଇଟା ମୋର ଖୁସୀ.

ତୁ ଘର ବାଡ଼ି ସମ୍ପତି ସବୁ ନେଇଜା ହେଲେ ବାପା ମା ଙ୍କୁ ଅଲଗା କରନି .

କି ତାଙ୍କୁ ନେବା ପାଇଁ ଚେଷ୍ଟା କରନି.

ସାନ ଭାଇ ର ପଇସା ଉପରେ ଏବେ ବି ଲୋଭ ଥାଏ .

ହେଲେ ସେ ବୁଝିପାରିଲାନି

ପଇସା ତ ଘରକୁ ଆଣିପାରିଲା

ହେଲେ ବାପା ମା ଙ୍କ ଭଲି ଦେବତା କୁ ଛାଡିଦେଲା .ବାପା

ମା ଙ୍କୁ କେବେ ଭାଗ କରିବନି .ସେମାନେ ସମ୍ପତି ନୁହଁ .ତୁମକୁ ଗଢ଼ିଥିବା ଦେବତା .

ଅସୁବିଧା ସେତେବେଳେ ଆସେ ଯେତେବେଳେ ଭାଇ ସାଥିରେ ନଥାଏ .

କେବେ ଭାଇ ଠାରୁ ଅଲଗା ହୁଅନି .

ଅସୁବିଧା ରେ କେବଳ ସେଇ ଭାଇ ହିଁ ବଂଚେଇବ.


Rate this content
Log in

Similar oriya story from Inspirational