STORYMIRROR

Reeta aparajeeta Mohanty

Tragedy

3  

Reeta aparajeeta Mohanty

Tragedy

ଲୁହ

ଲୁହ

1 min
637

ସାଗରିକା କଇଁ କଇଁ କାନ୍ଦି ଚାଲିଛି। ବର୍ଷା ଧାରା ବହିଚାଲିଛି ଲୁହ ତା ଆଖିରୁ ।ସାଗର ପାଇଁ ଘର ଛାଡିଲା। ସେ ପ୍ରେମ ପାଇଁ ନିଜର ବାପା ବୋଉ ଭାଇ ପରି ଅମୂଲ୍ୟ ସମ୍ପର୍କ ପାଦରେ ଆଡେଇ ଆସିଥିଲା।ବାପା ଆଖିର ମଣି କରି ରଖିଥିଲେ ।ବୋଉର ପରୀ ଥିଲା ସେ ।ଭାଇ ପାଇଁ ଡ଼ଲ ପରି। ସେ ପ୍ରେମ ଆଦର ସବୁ ପଛରେ ଛାଡିଲା।ହେଲେ ସାଗର ମନ୍ଦିରର ବାହାଘର ପ୍ରଥମେ ପ୍ରଥମେ ପୁରା ଭଲ ଥିଲେ । ଧିରେ ଧିରେ ସେ ବଦଳିଗଲେ lସେ ମୋତେ ଗୋଟିଏ ପଣ୍ୟ ଵସ୍ତୁ ପରି ବ୍ୟବହାର କଲେ । ଆମେ ଦି ଜଣ କାମ କରୁ ।ହେଲେ ଘରର ସବୁ କାମ ମତେ କରିବାକୁ ହେବ।

ପାନ ଚୁନ ଖସିଲେ ଗାଳି ମନ୍ଦ । ଆଜି ଦେହ ଭଲ ଲାଗୁନଥିଲା ରୋଷେଇ କରିନଥିଲା ।ଗାଳି ସହ ହାତ ବି ଉଠେଇଦେଲେ । ସେ ଘର ଛାଡିଦେଇଛି।ଜାଣିନି କେଉଁଠି କି ଯିବ। କେବଳ ଲୁହ ଭର୍ତ୍ତି ଆକାଶ ନେଇ ଆଗକୁ ଆଗେଇ ଚାଲିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy