ବୋଉ
ବୋଉ
ବେଳେବେଳେ
ମନକୁ ଆସୁଥିବା ଅକ୍ଷର ସବୁ ହୋଇଯାଆନ୍ତି ଗାର
ଶବଦ ମିଶି ସରବେ ହୁଅନ୍ତି ଏକାକାର||
ବେଳେବେଳେ
ମାଟି ପାଣି ପବନ ଜୀବ ତରୁ ଲତା ବନ ଗିରି
ନୀରବ ନିଶ୍ଚଳ ହୋଇ ଶୋଇଯାନ୍ତି ଥିରି||
ବେଳେବେଳେ
ଶୂନ୍ୟ ହୁଏ ମନ ପ୍ରାଣ ଆତ୍ମା ଆଉ ଆକାଶ ପୃଥିବୀ
ମନେ ହୁଏ ଯେବେ ମୁଁ ଯେ ନିଶ୍ଚେ ହଜିଯିବି||
ବେଳେବେଳେ
ନଥିଲେ, ନଜାଣିଲେ, ନବୁଝିଲେ କଥା ଯେବେ କିଛି
ମନକୁ ବୋଧ କରେ, କୁହେ ବୋଉ’ତ ଅଛି||
-ପ୍ରଭୂ