ସାକ୍ଷାତେ.... ସ୍ଵାକ୍ଷର
ସାକ୍ଷାତେ.... ସ୍ଵାକ୍ଷର
ପ୍ରୀତି ଚୁମ୍ବନରେ ମତି ମୋ ବିଭ୍ରାନ୍ତ
ସତୀତ୍ଵରେ ହାନି ତୁମ
ବେଳ ରତ ରତ ସଞ୍ଜ ଆସେ ନଇଁ
କାହିଁକି ଆଉ ଏ ପ୍ରେମ,
ବସି ବସି ଯାହା ବୟସ ବିତିଲା
ଅପେକ୍ଷାରେ ତୁମ ପାଇଁ
ଛାତି କଲିଜାଟା ଶିଥିଳ ହେଲାଣି
ବାର୍ଦ୍ଧକ୍ୟ ଆସଇ ଧାଇଁ ,
ତୁଳିତଳ୍ପ ଶଯ୍ୟା ନିଦ ଚୋରାଏନା
ହିମ ହିମ ଲାଗେ ରାତି
ଜହ୍ନର ରୋଷଣୀ ଦେହ ଜଳାଏନା
ଫିକା ଫିକା ଲାଗେ ପ୍ରୀତି ,
ତଥାପି ତୁମର ଅତିଥ୍ୟକୁ ସାଥି
ଏଡାଇ ପାରୁନି ଯାଇ
କାଲିର ସକାଳ ଆସିବାକୁ ଦିଅ
ସାକ୍ଷାତେ ସ୍ଵାକ୍ଷର ପାଇଁ .. ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ 2.12.2017