ବନ୍ଦନୀୟା ବାନ୍ଧବୀ
ବନ୍ଦନୀୟା ବାନ୍ଧବୀ
ବନ୍ଧୁ କହିବି ନା ବାନ୍ଧବୀ
ତୁମେ ତ ମୋପାଇଁ ବନ୍ଦନୀୟା ନାରୀ
ସୀତା ନା ତୁମେ ମୋ ଜାହ୍ନବୀ ॥
ବନ୍ଧୁ ଶବ୍ଦ ବୁଝିନଥିଲି ଜୀବନେ
ତୁମଠୁ ଯେତିକି ଶିଖିଲି
ଦୁଃଖନଦୀ କୋଳେ ପହଁରିଲାବେଳେ
ତୁମ ସାହାରା ଯେ ପାଇଲି ॥
ଅଟ୍ଟହାସ୍ୟ ଯେବେ କଲେ ମତେ ସର୍ବେ
ଶ୍ଵାସରୁଦ୍ଧ ମୁହିଁ ହୋଇଲି
ସେତିକିବେଳେ ଯେ ତୁମ ଆଶ୍ୱାସନା ଭରା
କସ୍ତା ପଣତଟି ପାଇଲି ॥
ତୁମେ ତ ବୁଝିଲ ନିଷ୍ପାପ ମନକୁ
ବୁଝିଲ ବେଦନା ମୋର
ସେଥିପାଇଁ ମୋର ଆଖି ଖୋଜୁଥିଲା
ସମ୍ବେଦନା ତୁମ ଆଉ ଖୋଜୁଥିଲା ତୁମ କୋଳ ॥
କହୁଥିଲ ମତେ ରହିବ ସାଥିରେ ବନ୍ଧୁ ପରି ସବୁଦିନ
ସେଇ କଥା ପଦେ ଶିଖାଇଲା ମତେ ବଞ୍ଚିବାକୁ କିଛିଦିନ ॥
ଦେବୀ ପରି ଆସି ସିଞ୍ଚନ କରିଲ ମୋ ଉପରେ ଗଙ୍ଗା ଜଳ
ସେଇ ଜଳେ ଆଜି ପାଇଲି ଜୀବନ ଆତ୍ମା ମୋ ହେଲା ଶୀତଳ ॥
ବାନ୍ଧବୀ ଗୋ ତୁମେ ଯିବନାହିଁ କେବେ
ଅଧୁରା ହୋଇବ ପ୍ରାଣ ତୁମ ବିନା
ତୁମକୁ ଝୁରିବି , ଜୀବନ ହାରିବି
ଛାଡ଼ିଯିବ ତୁମେ ଯେବେ ॥
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ ,ନେତାଜୀ ନଗର, ମଧୁପାଟଣା