Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Abstract Others

2  

Ram Prasad Bisoi

Abstract Others

ଶେଷ ଯାତ୍ରା

ଶେଷ ଯାତ୍ରା

1 min
216


 


ଜୀବନ 

ଏଠି ଦୁଇଟି ଭଙ୍ଗା ରୁଜା କାଠ ଯୋଡ଼ାର ରାସାୟନିକ ମିଶ୍ରଣର 

ସୁଲଭ ଉତ୍ପତ୍ତି-।।


ଜୀବନରେ

କେତେବେଳେ ଉଠାଣି 

ତ 

କେତେବେଳେ ଗଡାଣି ।।


ଜୀବନ

ସମୟର ଚକ ତଳେ 

ନିତି ଘସଡା ଖାଉଥିବା 

ପାଦତଳ ଦୁଇଯୋଡ଼ା

ଛିଣ୍ଡାଜୋତା ।।


ଜୀବନ

ଜନ୍ମ, ଶୈଶବ,କିଶୋର, ଯୌବନ, ବାର୍ଦ୍ଧକ୍ୟ ,

ଜରା ମୃତ୍ୟୁର ସମିଶ୍ରଣର

ମିଶ୍ରତ ଫଳା ଫଳ ।।


ଜୀବନ

ପ୍ରେମ ଓ ସମ୍ପର୍କର ବିଭାଜନ ,

ଯେଉଁଠି ଗୁଣନୀୟ ଗୁଣିତକ ଠାରୁ

ସବୁବେଳେ 

ବୃହତସଂଖ୍ୟା ବିଶିଷ୍ଠ -।।


ଜୀବନର ପ୍ରତିଟି 

ପ୍ରଶ୍ବାସ ଓ ନିଶ୍ବାସ ଭିତରେ ଥିବା

ଗୋଟିଏ ବିଶ୍ବାସ -।।


ଜୀବନ

ମୈତ୍ରୀ,ବନ୍ଧୁତ୍ୱ ,ସହବାସର ଗୋଟିଏ 

ମୃଦୁ ପରିହାସ-----।।


ଜୀବନ

ଧର୍ମ, କର୍ମ,ମୁକ୍ତି ,ନିର୍ବାଣର 

ଶେଷ ଯାତ୍ରା -----------।।



Rate this content
Log in

Similar oriya poem from Abstract