ଅନୁନୟ
ଅନୁନୟ
କବି ସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ବରିବ ବରବରନୀ
ନ ଥିଲି ସପନେ ଜାଣି
ହୃଦୟ-ମନ୍ଦିର-ରାଣି !
ତୁମରି ନୂପୁର ଧ୍ୱନି
ବାଜୁଅଛି ରୁଣୁଝୁଣୁ
ପାସୋର ନଯାଏ ମନୁ ;
ଫୁଲ ଶର ଫୁଲ ଧନୁ
ଯୋଖି ବିନ୍ଧଇ ଅତନୁ ।
ଭବ ପ୍ରୀତି-ପାରାବାରେ
ବାହି ତରୀ ମଝି-ଧାରେ
ଗାଇବି ଗୀତ ସଧୀରେ
ନାଆ ଯିବ ଧୀରେ ଧୀରେ
ମାଗେ ଧରି ଭିକ୍ଷା-ଥାଳା
ଯୁଗ ଯୁଗ ନବବାଳା !
ସରାଗେ ଖେଳିବି ଖେଳା
ଭସାଇ ଯୌବନ-ଭେଳା ।
ଢାଳିଛ ପ୍ରାଣ ଏକରେ
ଢାଳିବ ନାହିଁ କାହାରେ ।
ଜାଳିଛ ଦୀପ ମନ୍ଦିରେ
ଜାଳିବ ନାହିଁ ଅନ୍ୟରେ ।
ଜିଣିଛ ରତି-ରଣରେ
ଯଦ୍ୟପି ପଳାୟନରେ
ତବ ପ୍ରଣୟ-ବନ୍ଦୀରେ
ବିନ୍ଧିବ ମଦନ-ଶରେ ।