Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Inspirational

3  

Ambika Swain

Inspirational

ଚାଷୀ ଭାଇ ଆମ ଜୀବନ ରେଖା

ଚାଷୀ ଭାଇ ଆମ ଜୀବନ ରେଖା

1 min
7.1K


ଚାଷୀ ଭାଇ ଆମ ଜୀବନ ରେଖା

ତାଙ୍କ ପରି କିଏ ହେବ

ରାତି ଦିନ ଖଟି ଖାଦ୍ୟ ସେ ଯୋଗ।ନ୍ତି

ତାଙ୍କ ଦୁଃଖ କିଏ ନେବ !

ଗରିବ ଚାଷୀ ଟି ଚାଷ କରିଥାଏ

ହାତେ ଧରି ହଳ ଲଙ୍ଗଳ

କେତେ ରକମର ଫସଲ କରନ୍ତି

ସମାଜର କରି ମଙ୍ଗଳ ।

ଧନୀ ଚାଷୀ ଟିର ଲୋଡ଼ା ପଡ଼ିଥାଏ

ଚାଷ ପାଇଁ ଯନ୍ତ୍ର ଟ୍ରାକ୍ଟର

ଧନୀ ଓ ଗରୀବ ସଭିଏଁ କୃଷକ

ଅଟନ୍ତି ଆମ ଆପଣାର ।

ଖରା ବର୍ଷ। ଶୀତ ଖଟୁଥାନ୍ତି ସଦା

ମନ ପ୍ରାଣ କରି ଏକାକାର

ଫସଲ ର ସଦା ଯତ୍ନ ନେବା ପାଇଁ

ହେଉଥାନ୍ତି ସଦା ତତ୍ପର ।

ଚାଷୀ ଭାଇ ଆମ ଜୀବନର ମୂଲ୍ୟ

ଖାଦ୍ୟ ସେ ଯୋଗାଇ ଥାଏ

ତାହାରି ହାତର ଯାଦୁର ସ୍ପର୍ଶ ରେ

ସୁନାର ଫସଲ ହୁଏ ।

ରକତ ମାଂସ କୁ କରି ଏକାକାର

ମାଟି ସଂଗେ ମାଟି ହୋଇ

ଫସଲ ଆମକୁ ସର୍ବଦା ଯୋଗାନ୍ତି

ଲହୁ ଲୁହ ସିଏ ଦେଇ ।

ଚାଷୀ କୁଳ ଯଦି ଚାଷ ନ କରନ୍ତା

ଯେତେ ଟଙ୍କା ଥିଲେ ବି ପାଖେ

ଖାଦ୍ୟ ମିଳନ୍ତା ନି ପେଟ ପୁରନ୍ତ। ନି

ସମସ୍ତେ ମରନ୍ତେ ଭୋକେ ।

ପ୍ରକୃତି ତାଣ୍ଡବ କରେ ଯେତେବେଳେ

ଫସଲ ହୋଇ ଯାଏ ନଷ୍ଟ

ଚାଷୀର ମୁଣ୍ଡରେ ବଜ୍ର ପଡି ଥାଏ

ଛାତିରେ ପାଏ ସେ କଷ୍ଟ ।

କେତେ ଚାଷୀ ପୁଣି ଆତ୍ମହତ୍ୟା କରି

ଜୀବନ ଦିଅନ୍ତି ହଜାଇ

ପରିବାର ତାର ମୁଣ୍ଡ ପିଟି କାନ୍ଦେ

ଆଖିରୁ ଅଞ୍ଜନ ଗଡାଇ ।

ଚାଷୀଭାଇ ଦୁଃଖ ଆମର ବି ଦୁଃଖ

ଏକଥା କୁ ମନେ ହେଜ

ତାଙ୍କରି ମନରେ ଦିଅ ନାହିଁ ଦୁଃଖ

ତାଙ୍କ ମନ କଥା ବୁଝ ।

ଜାଗି ଉଠ ଆମ ସରକାର ତୁମେ

ସେମାନଙ୍କ ଦୁଃଖ ବୁଝ

ଧାର କରଜର ପରିଶୋଧ କର

ସବୁ ଋଣ ତାଙ୍କ ଶୁଝ ।

ଚାଷୀ ଭାଇ ଆମ ମାଟିର ସନ୍ତାନ

ଦିଅ ଜୟକାର ଧ୍ୱନି

ଚାଷୀର ଦାନ ଯେ ଆମର ଗୌରବ

ଜାଗି ଉଠୁ ପ୍ରତିଧ୍ୱନି ।।


ଅମ୍ବିକା ସ୍ଵାଇଁ


Rate this content
Log in

Similar oriya poem from Inspirational