ଲଣ୍ଠନ
ଲଣ୍ଠନ
ବହୁ ଆଦରରେ ରହୁଥିଲି ଦିନେ
ଆଜି ନ ପଚାରହି ମୋତେ କେହି
ସବୁଠୁ ଆଦର ପିଲାଙ୍କର ଥିଲି
ପାଠ ପଢିବାକୁ ଯାଆନ୍ତି ନେଇ
ଘରେ ଘରେ ମୋତ ଜାଳୁଥିଲେ କେତେ
ଆଜି ମୁଁ ଅଲୋଡ଼ା ପଡି ରହିଛି
ନିଇତି ସନ୍ଧ୍ୟାରେ ମୋ ପାଖେ ଆସନ୍ତି
ସେହି ସ୍ମୃତି ମୋର ମନରେ ଅଛି
ନିଜେ ଜଳି ଜଳି ଉପକାର କରେ
ତିଳେ ବି ଦୁଃଖ ନ ଦେଖେ କାହାର
ଖୁସି ଥାଏ ମୁହିଁ ଅନ୍ୟର ସୁଖରେ
ନାମଟି ଅଟଇ ଲଣ୍ଠନ ମୋର