Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananya Anuska

Others Romance

4.7  

Ananya Anuska

Others Romance

ତୋ ପାଇଁ କଥା ପଦେ

ତୋ ପାଇଁ କଥା ପଦେ

1 min
263


ତୋ ଭିଜା ସପନରେ,

ତୋ ହୃଦୟର ଘରେ,

ମୋତେ ଟୋପା ଟୋପା ମେଘ କରି ଦେ;

ତୋ ନୟନ ପଲକେ,

ତୋ ମନର ଆକାଶେ,

ମୋତେ ଇନ୍ଦ୍ରଧନୁ କରି ସଜେଇ ଦେ। (୧)


ତୋ ଡାୟାରୀ ପୃଷ୍ଠାରେ,

ତୋ ସାଇତା ସ୍ମୃତିରେ,

ମୋତେ ଜୀବନ୍ତ କାହାଣୀଟେ କରି ଦେ;

ତୋ ହସର ଗାଁଆରେ,

ତୋ ଲୁହର ନଈରେ,

ତୋ ନାଁ ପାଖେ ମୋ ନାଁ ଲେଖି ଦେ। (୨)


ତୋ କବିତା ପଂକ୍ତିରେ,

ତୋ କଲମ କାଳିରେ,

ମୋତେ ପ୍ରେମର ଶବ୍ଦଟେ କରି ଦେ;

ତୋ ଶ୍ୱେତ କାନ୍ଭାସରେ,

ତୋ ରଙ୍ଗୀନ ତୂଳୀରେ,

ମୋତେ ସାତରଙ୍ଗ କରି ଆଙ୍କି ଦେ। (୩)


ତୋ ସମୟ ବେଳାରେ,

ତୋ ପାଦ ନକ୍ସା ପାଖେ,

ମୋତେ ଶାମୁକାଟେ ପରି ସାଥି କରି ଦେ;

ମୁଦ୍ରାଯୁକ୍ତ ନୃତ୍ୟରେ,

ତୋ କଣ୍ଠର ସ୍ୱରରେ,

ମୋତେ ସଙ୍ଗୀତର ସାତସୁରେ ଗାଇ ଦେ। (୪)


ତୋ ଝରକା କଡରେ,

ତୋ ଫୁଲ ବଗିଚାରେ,

ମୋତେ ଲାଲ୍ ଗୋଲାପଟେ କରି ଦେ;

ତୋ କପାଳ ଗାରରେ,

ତୋ ପାପୁଲି ରେଖାରେ,

ମୋତେ ମୋ ଭାଗ୍ୟ ଲେଖିବାକୁ ଦେ। (୫)


ତୋ ଏକଲାପଣରେ,

ନିଦଭରା ଆଖିରେ,

ମୋତେ ମିଠା ମିଠା ସପନଟେ କରି ଦେ;

ତୋ କଅଁଳ ଖରାରେ,

ତୋ ଚାନ୍ଦିନୀ ରାତିରେ,

ମୋତେ ପୁଣିଥରେ ଜିଇଁବାକୁ ଦେ। (୬)


Rate this content
Log in