Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଭ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଭ)

1 min
186



ରାଗ-କେଦାର ଗୌଡା


ଭଙ୍ଗୀ ଚାହାଁ, ଭୁରୂନୀଳଭୁଜଙ୍ଗୀ-ଭ୍ରମର, ଜୀବସଙ୍ଗୀ(ପଦ)

ଭାଗ୍ୟ ଏ ଜନଆଖି,ଜନନରଟି ସଖି, ଜାଣରେ,

ଭରମି ନ ଯା ତୁ ମନ୍ନଥ-ବାଣରେ,

ଭୁଜପାଣିକୁ ଛନ୍ଦି ମୋ ଗଳେ,ଭିଡେ ପଦକଞ୍ଜ ଖଞ୍ଜ ଧରଣୀ ତଳେ,

ଭୂମଣ୍ଡନା ରେ,

ଭଲା ମାନୁଛି ଦେଖ             ମୁଖସୁଧାମୟୂଖ,

ଅଳକତଳ ଅଖ-              ଣ୍ଡିତ ରୋଚନାରେଖ,

ତିଳକେ ଦୃଷ୍ଟି ରଖ,ସଖି ରେ, କି ଦିଶେ ଚଳାଚଳ,ଚାରୁଚନ୍ଦ୍ରକଚୂଳ(1)

ଭର୍ସ୍ତ୍ରି ନବରବି,କୁଣ୍ଡଳଯୁଗ ଛବି ଗଣ୍ଡରେ,

ଭିଦୂର ଏହିଟି ବିବେକ ମୁଣ୍ଡରେ,

ଭବ୍ୟଦାୟକ ମାଣିକ୍ୟବର             ଭ୍ରମଜାତ କରୁଛି ମଧୁରାଧର,

ଭୂମଣ୍ଡନା ରେ,

ଭୂଷୁଡିବଟି ସତୀ-           ବ୍ରତ ନିୟମ ଧୃତ,

ଶ୍ରୀଅଙ୍ଗସଙ୍ଗ ମତି          ବିନା ଅନାଅ ଦ୍ୱୁତି

ମଦଦ୍ୱିଦଗତି, ସଖିରେ ଶୋଭାନିଧି ତୋ ଗାତ୍ର, ନ ଚୁମ୍ବୁ ଶ୍ୟାମନେତ୍ର (2)

ଭଙ୍ଗୀତ୍ରୟରେ ଉଭା ହେବାର କେଡେ ଶୋଭା ପ୍ରକାଶେ

ଭରାଜି କି ହାର ସେ ବକ୍ଷ ଆକାଶେ,

ଭର୍ଗସମାଧି ଭଙ୍ଗ କରିବ ଏହା କର କବଳ ବଂଶୀରବ

ଭୂ ମଣ୍ଡନା ରେ

ଭୂତି ଭୂଷ-ବିପକ୍ଷ -            ପ୍ରକ୍ଷ୍ୱେଡନରୁ ତିକ୍ଷ,             

ଏ କିଶୋର କଟାକ୍ଷ          କନକଚଳ ବକ୍ଷ

କେବଳ ଏହା ଲକ୍ଷ, ସଖିରେ, କହ ବିଚାରି ସତେ,ଯୁବବିଧୃତି କେତେ(3)

ଭାସିଲେ ଅଷ୍ଟଦୁର୍ଗ-କ୍ଷିତି କପଟ ସ୍ୱର୍ର ମଘବା,

ଏ ଶୃଙ୍ଗାର ସୁଧାବରଷୀ ମେଘ ବା

ଭୃତ୍ୟ ପଣରେ ହେଲେ ଏହାର ଭୁଜ ଭୁଜଗେନ୍ଦ୍ର କରନ୍ତା କଣ୍ଠେ ହାର

 ଭୂ ମଣ୍ଡନା ରେ

ଭଜି ଥାନ୍ତା ରଜନୀ,           ଦିବସେ ପିକଦାନୀ,

ଖଟି ଏ କୃପା ଘେନି         ସାର୍ଥ ହୁଅନ୍ତା ଜନି,

ସତେ ଜଳଜଯୋନି ସଖି ରେ, କରିବେ ଅନୁଗ୍ରହ ଏ ମୋହନ ବିଗ୍ରହ(4)






Rate this content
Log in

Similar oriya poem from Classics