Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Romance

3  

Balabanta Sahu

Romance

ତୁ ଆଉ ମୁଁରେ କବିତା

ତୁ ଆଉ ମୁଁରେ କବିତା

1 min
7.6K


ଆଗକୁ କବିତା ଲେଖିବା ପାଇଁ

ନିଅଣ୍ଟ ପଡିବନି ମୋତେ ଶବ୍ଦ

କାହିଁକି ଜାଣିଛୁ !

ମୁଁ ଗୋଟେ ଶବ୍ଦ

ଆଉ ତୁ ଗୋଟେ ଶବ୍ଦାଳୟ ।

ତୁ ଆଉ ମୁଁ ମିଳନରେ ଶବ୍ଦ

ବାରମ୍ବାର ମିଳନରେ ଧାଡ଼ି

ବିଚ୍ଛେଦରେ ଭର୍ତ୍ତି ହେବ ଭାବ

ଆଉ ବାରମ୍ବାର ମିଳନ ବିଚ୍ଛେଦ ପରେ

ତୋ ଆଖିରେ ଝଲସି ଉଠିବ ସମୁଦ୍ରେ ଲୁହ

ତା' ପରେ ସିନା କବିତା ଆସିବ

ଯଦିବି ସେ ଅସମ୍ପୂର୍ଣ୍ଣ ରହିବ ।

ସମ୍ପୂର୍ଣ୍ଣ କବିତା କଥା ତୁ ଛାଡ୍

ଧରିଲେ ବି କେଉଁଠୁ ଆସିବ ଯେ ?

ତୁ ତ ପ୍ରସ୍ତୁତ କରୁଛୁ ମୋ ପାଇଁ

ମାଳ ମାଳ ପ୍ରଶ୍ନପତ୍ର ;

ଏପଟେ ମୁଁ ଏଡେଇ ଦେଇ

ଦୁଃଖ ଆଉ ଅଭାବର ହିମାଳୟକୁ

ସର୍ବଦା ସନ୍ଧାନରେ ଅଛି

ତୋ ଚୁରନି ଆଖି ହଳକକୁ..

ଯିଏକି ପ୍ରଥମ ଦେଖାରେ ହିଁ

ଚୋରାଇ ନେଇଯାଇଥିଲା

ମୋ ସର୍ବାଙ୍ଗର ମର୍ଦାଙ୍ଗୀକୁ....।

#Bab_L_U

- ଏହାର ଶୀର୍ଷକ ନ୍ୟସ୍ତ ମୋ ଦେବୀ ଉପରେ...


Rate this content
Log in

Similar oriya poem from Romance